ETV Bharat / city

ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନ, ଚମକିଲେ ବିଦ୍ୟାର୍ଥୀ

author img

By

Published : Mar 6, 2022, 2:19 PM IST

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ବିଭିନ୍ନ ଇଭେଣ୍ଟରେ ଚମକିଲେ ବିଦ୍ୟାର୍ଥୀ । ଅଧିକ ପଢନ୍ତୁ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଦିବସରେ ବିଭିନ୍ନ ଇଭେଣ୍ଟରେ ଚମକିଲେ ବିଦ୍ୟାର୍ଥୀ

ବ୍ରହ୍ମପୁର: ବିଶ୍ୱବିଦ୍ୟାଳୟରେ ଚାଲିଥିବା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ଗତକାଲି ଥିଲା ଦ୍ଵିତୀୟ ଦିନ । ପ୍ରଥମ ଇଭେଣ୍ଟ ପୁରୁଷ ବର୍ଗର ୫୦୦ ମିଟର ଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ର ରଶ୍ମିରଞ୍ଜନ ନାୟକ ପ୍ରଥମ ସ୍ଥାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାଇ କିରଣ ସାହୁ ଦ୍ଵିତୀୟ ସ୍ଥାନ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଭୀମସେନଜଙ୍କ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସେହିପରି ଦ୍ଵିତୀୟ ଦିନରେ ମହିଳା ବର୍ଗ ଡିସ୍କସ୍ ଥ୍ରୋରେ ୮ ଜଣ ବିଦ୍ୟାର୍ଥୀ ଭାଗ ନେଇଥିବା ବେଳେ ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅର୍ପିତା ପରିଡ଼ା ପ୍ରଥମ ସ୍ଥାନ, ରମାଦେବୀ ବିଶ୍ୱବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ହାଁସଦା ଦ୍ଵିତୀୟ ସ୍ଥାନ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାରୀ ହାଜରୀଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

ଉଚ୍ଚ ଡିଆଁ ପୁରୁଷ ବର୍ଗ ରେ ୧୨ ଜଣ ଭାଗ ନେଇଥିବା ବେଳେ ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ୱାଧୀନ କୁମାର ମାଝି ପ୍ରଥମ ସ୍ଥାନ, ଉତ୍କଳ ବିଶ୍ୱବିଦ୍ୟାଳୟର ନିଖିଳ କୁମାର ଦାସ ଦ୍ଵିତୀୟ ସ୍ଥାନ ଏବଂ ଏମ.ଏସ.ସି.ବି.ଡ଼ି. ବିଶ୍ୱବିଦ୍ୟାଳୟର ସ୍ୱରୂପ କୁମାର ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଯେଉଁଥିରେ ୨ ମିଟର ଉଚ୍ଚତା ଡେଇଁ ନୂଆ ରେକର୍ଡ କରିଛନ୍ତି ସ୍ୱାଧୀନ କୁମାର ମାଝି l ଅନ୍ୟପଟେ ପୁରୁଷ ବର୍ଗର ୮୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଦିଲ୍ଲୀପ ନାୟକ, ଦ୍ଵିତୀୟ ସ୍ଥାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଧୀରେଶ ପ୍ରଧାନ ଏବଂ ତୃତୀୟ ସ୍ଥାନ ଏଫ.ଏମ. ବିଶ୍ୱବିଦ୍ୟାଳୟର ଜ୍ୟୋତି ରଞ୍ଜନ ବଳ ବିଜୟୀ ହୋଇଥିଲେ l ଦ୍ଵିତୀୟ ଦିନରେ ଡିସ୍କସ୍ ଥ୍ରୋ ପୁରୁଷ ବର୍ଗରେ ୧୦ ଜଣ ଭାଗ ନେଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ହରି ବେହେରା ପ୍ରଥମ ସ୍ଥାନ, ଉତ୍କଳ ବିଶ୍ୱବିଦ୍ୟାଳୟର ଜ୍ୟୋତିପ୍ରକାଶ ନାୟକ ଦ୍ଵିତୀୟ ସ୍ଥାନ ଏବଂ ରେଭେନ୍ଶା ବିଶ୍ୱବିଦ୍ୟାଳୟର ରାଜବିର ସିଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

ପୁରୁଷ ବର୍ଗ ର ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ ମୋଟ ୮ ଜଣ ଭାଗ ନେଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସାହିଲ କିରୁ ପ୍ରଥମ ସ୍ଥାନ, ଉତ୍କଳ ବିଶ୍ୱବିଦ୍ୟାଳୟର ଦିଲ୍ଲୀପ ନାୟକ ଦ୍ଵିତୀୟ ସ୍ଥାନ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଶୁତୋଷ ଖୁଣ୍ଟିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି lମହିଳା ବର୍ଗର ଉଚ୍ଚ ଡିଆଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୋନିକା କୁଜୁର୍ ପ୍ରଥମ, ଉତ୍କଳ ବିଶ୍ୱବିଦ୍ୟାଳୟର ବିନତୀ ବେହେରା ଦ୍ଵିତୀୟ ଏବଂ ଏମ.ଏସ.ସି.ବି.ଡି ବିଶ୍ୱବିଦ୍ୟାଳୟର ନିରୁପମା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସେହିପରି ମହିଳା ବର୍ଗ ର ୮୦୦0 ମିଟର ଦୌଡ଼ ପ୍ରତିଯୋଗିତାରେ ୧୨ ଜଣ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନମିତା ପ୍ରଧାନ, ଦ୍ଵିତୀୟ ସ୍ଥାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବବିତା ସାନ୍ତା ଏବଂ ତୃତୀୟ ସ୍ଥାନ ଏମ.ଏସ.ସି.ବି.ଡି ବିଶ୍ୱବିଦ୍ୟାଳୟ, ବାରିପଦାର ମିଲି ମାଝୀ ଅଧିକାର କରିଛନ୍ତି l

ଗତକାଲି ଅପରାହ୍ନରେ ଆୟୋଜିତ ହୋଇଥିବା ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ମହିଳା ବର୍ଗରେ ୮ ଜଣ ଭାଗ ନେଇଥିଲେ l ଯେଉଁଥିରେ ଏମ.ଏସ.ସି.ବି.ଡି. ବିଶ୍ୱବିଦ୍ୟାଳୟ, ବାରିପଦା ର ସୁଖୀ ବାସ୍କି ପ୍ରଥମ ସ୍ଥାନ, ଉତ୍କଳ ବିଶ୍ୱବିଦ୍ୟାଳୟର ବିନତୀ ବେହେରା ଦ୍ଵିତୀୟ ସ୍ଥାନ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନମିତା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଆଜି ଏହି ପ୍ରତିଯୋଗିତା ଉଦଯାପିତ ହେବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.