ETV Bharat / city

ଗଣଶିକ୍ଷା ମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ; ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ

ରାଜ୍ୟକୁ ଶିକ୍ଷା ହବରେ ପରିଣତ କରିବା ପାଇଁ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଯେଉଁ ବିଦ୍ୟାଳୟ ମାନେ ପରୀକ୍ଷାରେ ଭଲ ଫଳ କରିଛନ୍ତି ସେହି ବିଦ୍ୟାଳୟ ଗୁଡିକୁ ଅଧିକ ଅନୁଦାନ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

author img

By

Published : Jun 18, 2019, 6:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଓଡିଶାକୁ ଶିକ୍ଷା ହବ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରହିଥିବା ସ୍ବପ୍ନକୁ କାର୍ଯ୍ୟକାରୀ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏପରିକି ସରକାରୀ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ କାହିଁକି ଘରୋଇ ବିଦ୍ୟାଳୟରେ ପାଠପଢିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ତାହା ଅନୁଧ୍ୟାନ କରାଯାଉଛି । ମୁଖ୍ୟତଃ ଇଂରାଜୀ ପଢାଇବା ପାଇଁ ଅଭିଭାବକ ମାନେ ଏପରି କରୁଥିବାରୁ ପାଇଲଟ ପ୍ରୋଜେକ୍ଟ ଭାବରେ କେତେକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ବ୍ରହ୍ମପୁର ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଅଭିଭାବକ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ପ୍ରଚେଷ୍ଟା କରାଯାଉଥିବା ବେଳେ ଶୂନ ରେଜଲଟ କରିଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ କାରଣ କଣ ହୋଇ ଥାଇପାରେ ତାହାକୁ ନିଜେ ସେ ଅନୁଧ୍ୟାନ କରୁଥିବା କହିଛନ୍ତି ।

ଏହାସହ ଗଞ୍ଜାମ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ଗୁଡିକରେ ଭଲ ଫଳାପଳ ହୋଇଥିବା ବେଳେ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ :- ଗଣଶିକ୍ଷା ବିଭାଗ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ନିଆଯାଉଛି ପଦକ୍ଷେପ    ...  
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ  : ଏଭିଓ+ବାଇଟ୍,
ସ୍ଥାନ       :ବ୍ରହ୍ମପୁର,
ତାରିଖ    : ୧୮-୦୬-୧୯. -( ଭିଜୁଆଲ Majo ରେ ଯାଇଛି  .)
 (ଆଙ୍କର):- ଓଡିଶାକୁ ଶିକ୍ଷାକ୍ଷେତ୍ରରେ ହବ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରହିଥିବା ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ କେତେକ ସଂସ୍କାର ମୂଳକ କାର୍ଯ୍ୟ ହାତକୁ ନିଆଯାଉଥିବା ବେଳେ ସରକାରୀ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ କାହିଁକି ଘରୋଇ ବିଦ୍ୟାଳୟ ମୁହାଁ ହେଉଛନ୍ତି ତାହାକୁ ଅନୁଧ୍ୟାନ କରାଯିବା ସହ ମୁଖ୍ୟତଃ  ଇଂରାଜୀ ପଢାଇବା ପାଇଁ ଅଭିଭାବକ ମାନେ ଏପରି କରୁଥିବାରୁ  ପାଇଲଟ୍ ପ୍ରୋଜେକ୍ଟ ଭାବରେ କେତେକ ପଦକ୍ଷେପ ନିଆଯାଉଥିବା ବ୍ରହ୍ମପୁର ଗ୍ରସ୍ତ ସମୟରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ   ।ଏପରିକି ଅଭିଭାବକ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ପ୍ରଚେଷ୍ଟା କରାଯାଉଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଶୂନ ରିଲର୍ଟ ରହିଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ କାରଣ କଣ ରହିଥାଇପାରେ ତାହାକୁ ନିଜେ ମନ୍ତ୍ରୀ  ଅନୁଧ୍ୟାନ   କରୁଥିବା କହିଛନ୍ତି  । ଏପରିକି ଗଞ୍ଜାମ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ଗୁଡିକରେ ଭଲ ଫଳାପଳ ହୋଇଥିବା ବେଳେ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି  ।  ବ୍ରହ୍ମପୁର ସହରର ସଂସ୍କୃତି ଭବନ ପରିସରରେ ଆୟୋଜିତ ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୁପକ୍ଷ ମହାସଂଙ୍ଘର  ସମ୍ୱର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।

ବାଇଟ୍- ସମୀର ରଞ୍ଜନ ଦାସ(ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.