ETV Bharat / city

କୋଭିଡ୍ କଟକଣା: ରେଶମ ସହରରେ ଏମିତି ଭାବେ ବ୍ରତ ପାଳିଲେ ସାବିତ୍ରୀ - berhampur COVID-19 Guidelines

ମହାମାରୀ ସଙ୍କଟ ଓ କୋଭିଡ କଟକଣା ଭିତରେ ରେଶମ ସହରରେ ଏଭଳି ପାଳିତ ହୋଇଛି ସାବିତ୍ରୀ ବ୍ରତ । ଦେଖନ୍ତୁ ..

କୋଭିଡ୍ କଟକଣା:  ରେଶମ ସହରରେ ଏଭଳି ଭାବେ ବ୍ରତ ପାଳିଲେ ସାବିତ୍ରୀ

author img

By

Published : Jun 10, 2021, 10:52 PM IST

ବ୍ରହ୍ମପୁର: କୋଭିଡ କଟକଣା ଭିତରେ ରେଶମ ସହରରେ ଆୟୋଜିତ ହୋଇଛି ସାବିତ୍ରୀ ବ୍ରତ । ଉପବାସ ସହ ଘରେ ପୂଜା କରି ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ସ୍ତ୍ରୀ ।

ଲକଡାଉନ କଟକଣା ଯୋଗୁଁ ମନ୍ଦିର ଗୁଡିକ ବନ୍ଦ ରହିଛି । ଫଳରେ ବିବାହିତ ମହିଳା ମାନେ ନିଜର ଘର ମଧ୍ୟରେ ପରିବାର ବର୍ଗଙ୍କ ସହ ସାବିତ୍ରୀ ବ୍ରତ ପୁଜା କରିଛନ୍ତି । ବିବାହିତ ମହିଳା ମାନେ ସ୍ବାମୀଙ୍କ ମଙ୍ଗଳ କାମନା ସହ ଦୀର୍ଘାୟୁ ପାଇଁ ଏହି ବ୍ରତକୁ ଅତ୍ୟନ୍ତ ନିଷ୍ଠାର ସହକାରେ ପାଳନ କରିଥାନ୍ତି । ହେଲେ କୋଭିଡ୍ ଦ୍ବିତୀୟ ଲହର ସମୟରେ ସରକାରଙ୍କ ଲକଡାଉନ କଟକଣା ଯୋଗୁଁ ମନ୍ଦିର ଗୁଡିକ ବନ୍ଦ ଥିବାରୁ ପୂଜା ଆଡମ୍ବରରେ ହୋଇପାରିନି ।

କୋଭିଡ୍ କଟକଣା: ରେଶମ ସହରରେ ଏଭଳି ଭାବେ ବ୍ରତ ପାଳିଲେ ସାବିତ୍ରୀ

ଘର ମଧ୍ୟରେ ପରିବାର ବର୍ଗ ଓ ବନ୍ଧୁ ପରିଜନଙ୍କ ମଧ୍ୟରେ କୋଭିଡ୍ କଟକଣା ସହ ସାବିତ୍ରୀ ବ୍ରତ କରାଯାଇଛି । ପୂଜା ସ୍ଥାନରେ ପୂଜକଙ୍କ ଠାରୁ ଆରମ୍ଭ କରି ଉପବାସ କରୁଥିବା ମହିଳା ମାନେ ମୁହଁରେ ମାସ୍କ ପରିଧାନ କରି ସାମାଜିକ ଦୂରତ୍ବ ମଧ୍ୟରେ ବ୍ରତ ପାଳନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.