ବ୍ରହ୍ମପୁର: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ସବୁଠି କୋରୋନା କଟକଣା ମଧ୍ୟରେ ଚାଲିଛି କାର୍ଯ୍ୟକ୍ରମ । ଏହି ଉପଲକ୍ଷେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ବରପତ୍ରରେ ବାପୁଜୀଙ୍କୁ ସ୍ମରଣ କରିଛନ୍ତି ।
![ସ୍ୟାଣ୍ଡ ଆନିମେସନ୍ ଓ ବରପତ୍ରରେ ବାପୁଙ୍କୁ ସ୍ମରଣ କଲେ ବାଲୁକା ଶିଳ୍ପୀ](https://etvbharatimages.akamaized.net/etvbharat/prod-images/od-bam-sand-animation-by-satya-7205524_01102020215925_0110f_1601569765_475.jpg)
ସେହିପରି ସ୍ୟାଣ୍ଡ ଆନିମେସନ ଜରିଆରେ ବାପୁଙ୍କୁ ସମ୍ମାନ ଦେଇଛନ୍ତି । ରଘୁପତି ରାଘବ ରାଜାରାମ ସଙ୍ଗୀତରେ ସେ ଏହି ସ୍ୟାଣ୍ଡ ଆନିମେସନ କରିଥିବା ଦେଖିବାକୁ ମିଳିଛି ।
![ସ୍ୟାଣ୍ଡ ଆନିମେସନ୍ ଓ ବରପତ୍ରରେ ବାପୁଙ୍କୁ ସ୍ମରଣ କଲେ ବାଲୁକା ଶିଳ୍ପୀ](https://etvbharatimages.akamaized.net/etvbharat/prod-images/od-bam-sand-animation-by-satya-7205524_01102020215925_0110f_1601569765_575.jpg)
ପୂର୍ବରୁ ସତ୍ୟ ଅନେକ ମହାପୁରୁଷଙ୍କ ଜୟନ୍ତୀ ଠାରୁ ଆରମ୍ଭ କରି ବିଭିନ୍ନ ପୂଜାପର୍ବରେ ବାଲୁକା କଳା ଓ ସ୍ୟାଣ୍ଡ ଆନିମେସନ କରି ଚର୍ଚ୍ଚାରେ ରହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ