ETV Bharat / city

ଡିଜିଟାଲ ଇକ୍ବାଲାଇଜର ସ୍ମାର୍ଟ କ୍ଲାସର ଉଦଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ - ଡିଜିଟାଲ ଇକ୍ବାଲାଇଜର ସ୍ମାର୍ଟ କ୍ଲାସ

ପ୍ରାଥମିକ ଶିକ୍ଷାକୁ ଆଗକୁ ନେବା ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ଡିଜିଟାଲ ଇକ୍ବାଲାଇଜର ସ୍ମାର୍ଟ କ୍ଲାସର ଉଦଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...

ଡିଜିଟାଲ ଇକ୍ବାଲାଇଜର ସ୍ମାର୍ଟ କ୍ଲାସର ଉଦଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ

author img

By

Published : Jan 30, 2021, 8:17 PM IST

ବ୍ରହ୍ମପୁର: ପ୍ରାଥମିକ ଶିକ୍ଷାକୁ ଆଗକୁ ନେବା ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ଅନେକ ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଛତ୍ରପୁର ବ୍ଲକ କାଳୀପଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ ଇକ୍ବାଲାଇଜର ସ୍ମାର୍ଟ କ୍ଲାସର ଶୁଭାରମ୍ଭ ହୋଇଛି । ଆମେରିକା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ବାରା ଏହାକୁ ଉଦଘାଟନ କରାଯାଇଛି ।

ଡିଜିଟାଲ ଇକ୍ବାଲାଇଜର ସ୍ମାର୍ଟ କ୍ଲାସର ଉଦଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ

କୋରୋନା ସମୟରେ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତ ହୋଇଥିବା 'ମଧୁ ଆପ୍' ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ସହାୟକ ହୋଇପାରିଥିଲା । ଯାହାକୁ ନେଇ ଅନଲାଇନ ଶିକ୍ଷା ଦ୍ବାରା ପିଲାମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଘଟିଥିଲା । ଏହାକୁ ପାଥେୟ କରି ଏହି ଡିଜିଟାଲ କ୍ଲାସ ରୁମର ଉଦଘାଟନ କରାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଗଞ୍ଜାମରେ 17ଟି ପଞ୍ଚାୟତର 17ଟି ସ୍କୁଲରେ ୨ ହଜାର ୫୧୨ ପିଲାଙ୍କୁ ଏହି ଶିକ୍ଷା ପ୍ରଦାନ କରାଯିବା ସହ ପ୍ରତ୍ୟେକ ବିଦ୍ୟାଳୟକୁ ଏଲଇଡି ଟିଭି ସହ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯିବ । ଉଦଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଆମେରିକା ଇଣ୍ଡିଆନ ଫାଉଣ୍ଡେସନ ଜୋନାଲ ମୁଖ୍ୟ ସୁବ୍ରତ ସରକାର ଏବଂ ବିଦ୍ୟାଳୟର ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.