ETV Bharat / city

ରାସ୍ତାରେ ପ୍ରସବ ଘଟଣା, ଡାକ୍ତରଙ୍କ ପ୍ରଶଂସାରେ ରେଶମ ସହର - ଡାକ୍ତରଙ୍କ ପ୍ରଶଂସା

ଶୁକ୍ରବାର ରେଶମ ସହର ରାସ୍ତା କଡ଼ରେ ପ୍ରସବ ବେଦନା ପାଉଥିବା ଗର୍ଭବତୀ ମହିଳାଙ୍କୁ ଦେବଦୂତ ସାଜି ପ୍ରସବ କରାଇଥିବା ଦୁଇ ଡାକ୍ତରଙ୍କ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା ।

ଡିଜାଇନ ଫଟୋ
author img

By

Published : Aug 24, 2019, 7:31 PM IST

ବ୍ରହ୍ମପୁର: ଡାକ୍ତର ହେବ ତ ଏମିତି । ଏଭଳି ଚର୍ଚ୍ଚା ଚାଲିଛି ରେଶମ ସହର ବ୍ରହ୍ମପୁରରେ । ଶୁକ୍ରବାର ସହରର ରାସ୍ତା କଡ଼ରେ ପ୍ରସବ ଯନ୍ତ୍ରଣା ପାଉଥିବା ଗର୍ଭବତୀ ମହିଳାଙ୍କୁ ଦେବଦୂତ ସାଜି ପ୍ରସବ କରାଇଥିବା ଦୁଇ ଡାକ୍ତରଙ୍କ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ରାସ୍ତାକଡରେ ପ୍ରସବ କରାଇ ଏହି ଦୁଇ ଡାକ୍ତର ଅନ୍ୟମାନଙ୍କ ପାଇଁ ପଲଟିଛନ୍ତି ଉଦାହରଣ ।

ବ୍ରହ୍ମପୁର କୋଟପେଟା ଛକରେ ମହିଳା ଜଣଙ୍କ ରାସ୍ତା କଡରେ ପଡିରହି ଗର୍ଭ ଯନ୍ତ୍ରଣା ପାଉଥିଲେ । ସେଠାରେ କୌଣସି ଆମ୍ବୁଲାନ୍ସ ପହଞ୍ଚି ନଥିଲା । ଏହି ସମୟରେ ଘଟଣାସ୍ଥଳ ଦେଇ ଯାଉଥିବା ଏମ୍.କେ.ସି.ଜି ମେଡିକାଲର ଡାକ୍ତର ଦେବଦର୍ଶନୀ ସାହୁ ସେଠାରେ ପହଞ୍ଚିଥିଲେ । ପରେ ସେଠାକାର ସ୍ଥିତିକୁ ଦେଖି ସୁରକ୍ଷିତ ପ୍ରସବ କରାଇବା ପାଇଁ ଦେବଦର୍ଶନୀ ନିଜର ସହଯୋଗୀ ଡାକ୍ତର ରୁନାକ ଗାନ୍ଧୀଙ୍କୁ ଘଟଣାସ୍ଥଳକୁ ଡାକିଥିଲେ । ପରେ ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ମହିଳା ଓ ବାଟରେ ଯାଉଥିବା କିଛି ନର୍ସଙ୍କ ସହାୟତାରେ ପ୍ରସବ କାର୍ଯ୍ୟ ସମ୍ପାଦନ କରିଥିଲେ ଦୁଇ ଡାକ୍ତର ।

ତେବେ ସୁରକ୍ଷିତ ଭାବେ କିଭଳି ରାସ୍ତା କଡରେ ମହିଳାଙ୍କ ପ୍ରସବ କରାଇଥିଲେ ଡାକ୍ତର, ଏନେଇ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା...

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଡାକ୍ତର ହେବତ ଏମିତି ।ଆଉ ଏଭଳି ଚର୍ଚ୍ଚା ଚାଲିଛି ରେଶମ ସହର ବ୍ରହ୍ମପୁରରେ ।ଗତକାଲି ସହରର ରାସ୍ତା କଡ଼ରେ ଜଣେ ପ୍ରସବ ବେଦନା ପାଉଥିବା ଗର୍ଭବତୀ ମହିଳାଙ୍କୁ ଦେବଦୂତ ସାଜି ପ୍ରସବ କରାଇଥିବା ଦୁଇ ଡାକ୍ତରଙ୍କ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ସାଧୁବାଦ ଜଣାଯାଇଛି । ମହିଳା ଜଣଙ୍କ ରାସ୍ତା କଡରେ ପଡିରହି କଷ୍ଟ ପାଉଥିବା ଏବଂ କୈଣସି ଆମ୍ବୁଲାନ୍ସ ପହଞ୍ଚି ନଥିବା ସମୟରେ ପ୍ରଥମେ ଘଟଣାସ୍ଥଳ ଦେଇ ଯାଉଥିବା ଏମ୍.କେ.ସି.ଜି ମେଡିକାଲ ର ଡାକ୍ତର ଦେବଦର୍ଶନୀ ସାହୁ ପହଞ୍ଚିବା ସହ ସେଠାକାର ସ୍ଥିତି କୁ ଦେଖି ସୁରକ୍ଷିତ ପ୍ରସବ କରାଇବା ପାଇଁ ଦେବଦର୍ଶନୀ ନିଜର ସହଯୋଗୀ ଡାକ୍ତର ରୁନାକ ଗାନ୍ଧୀ ଙ୍କୁ ଘଟଣାସ୍ଥଳ କୁ ଡାକି ହାତରେ ଗ୍ଳୋବସ୍ ପରିଧାନ କରି ସମସ୍ତ କାର୍ଯ୍ୟ।ସମ୍ପାଦନ କରିଥିଲେ ।କିଭଳି ସୁରକ୍ଷିତ ଭାବରେ କରିଥିଲେ ପ୍ରସବ ସେ ନେଇ ଦେବଦୂତ ସାଜିଥିବା ଦୁଇ ଡାକ୍ତର ଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

Body:walk through

Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.