ବ୍ରହ୍ମପୁର: ଦିନକୁ ଦିନ ବଢିବାରେ ଲାଗିଛି ନିଶା ବ୍ୟବସାୟ । ଆସ୍କା ରୋଡ଼ ଅଞ୍ଚଳର ଚାଲିଥିବା ଏକ ନକଲି ଗୁଟଖା ପୁଡିଆ ଗୋଦାମ ଉପରେ ଚଢ଼ାଉ କରାଯାଇଛି । ସହରର ବଡବଜାର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଲକ୍ଷାଧିକ ଟଙ୍କାର ଗୁଟଖା ପୁଡ଼ିଆ ସହିତ ପ୍ରାୟ ୧୦ରୁ ଅଧିକ ମେସିନ ଜବତ କରାଯାଇଛି ।
ଏହି ଘଟଣାରେ ପୋଲିସ ପକ୍ଷରୁ ହାଉସିଂ ବୋର୍ଡ଼ କଲୋନୀର ଇ.ରାଜେଶ୍ବର ପାତ୍ର ନାମକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଏହାସହ ପୋଲିସ ପଚରା ଉଚରା କରୁଛି । ସେ କେବଳ ନକଲି ଗୁଟଖା ନୁହେଁ ପିଲା ମାନେ ଖାଉଥିବା ବିଭିନ୍ନ ଲେଜ ଓ କୁରକୁରେରେ ସାମଗ୍ରୀକୁ ମଧ୍ୟ ପ୍ରସ୍ତୁତ କରୁଥିବା ପୋଲିସ ଜାଣିବାକୁ ପାଇଛି । ଗତ କିଛି ଦିନ ଧରି ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ନକଲି କାରବାର ଉପରେ ଚଢାଉ ଜାରି ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ