ETV Bharat / city

‘ଭୂତପ୍ରେତ ଅସ୍ତିତ୍ବ ପ୍ରମାଣ କରନ୍ତୁ, 50 ହଜାର ପୁରସ୍କାର ଜିତନ୍ତୁ’ - prove the spritual activies

ସମାଜ ଯେତେ ଆଧୁନିକ ପଥରେ ଗଲେ ବି ଅନ୍ଧବିଶ୍ବାସର ଅନ୍ଧଗଳିରୁ ବାହାରି ପାରୁନି ମଣିଷ । ଆଜିବି ଲୋକେ ଭୂତପ୍ରେତ ଥିବା ନେଇ ବିଶ୍ବାସ କରନ୍ତି । ତେବେ ଏଥିରେ ରୋକ୍ ଲଗାଇବା ସହ ସଚେତନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ କରିଛନ୍ତି ନିଆରା ଘୋଷଣା ।

‘ଭୂତପ୍ରେତ ଥିବା ନେଇ ପ୍ରମାଣ କରନ୍ତୁ, 50 ହଜାର ଟଙ୍କା ପୁରସ୍କାର ଜିତନ୍ତୁ’
author img

By

Published : Oct 23, 2019, 11:48 PM IST

ବ୍ରହ୍ମପୁର: ‘ଭୂତପ୍ରେତ ଅସ୍ତିତ୍ବ ଥିବା ନେଇ ପ୍ରମାଣ କରି ଦେଖାନ୍ତୁ । ତା ବଦଳରେ 50 ହଜାର ଟଙ୍କା ପୁରସ୍କାର ପାଆନ୍ତୁ ।’ ଏହି କଥା ଆମେ କହୁନୁ କହୁଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଭୂତପ୍ରେତଙ୍କ ଅସ୍ତିତ୍ବ ଓ ଗୁଣିଗାରେଡିକୁ ପ୍ରମାଣ କରି ଦେଖାଇପାରିଲେ ସେହି ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।

‘ଭୂତପ୍ରେତ ଥିବା ନେଇ ପ୍ରମାଣ କରନ୍ତୁ, 50 ହଜାର ଟଙ୍କା ପୁରସ୍କାର ଜିତନ୍ତୁ’

ଗତ କିଛି ମାସ ମଧ୍ୟରେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁଣିଗାରେଡି ଠାରୁ ଆରମ୍ଭ କରି ଭୂତପ୍ରେତ ନାମରେ ଅନେକ ଘଟଣା ସାମ୍ନାକୁ ଆସିଛି । ବାରମ୍ବାର ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପରେ ମଧ୍ୟ ଲୋକେ ଗୁଣିଗାରେଡି ଓ ଭୂତପ୍ରେତ ଅସ୍ତିତ୍ବ ଥିବାଭଳି କଥାକୁ ଅନ୍ଧ ଭଳି ବିଶ୍ବାସ କରୁଛନ୍ତି । ଏହି ଭ୍ରାନ୍ତ ଧାରଣାକୁ ଲୋକଙ୍କ ମନରୁ ଦୂରେଇବା ପାଇଁ ଏଭଳି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଏପରିକି ସାରା ଜିଲ୍ଲାରେ ଆଗକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ସହଯୋଗ କାମନା କରିଛନ୍ତି ସେ । ସେପଟେ ଜିଲ୍ଲାପାଳଙ୍କ ଏଭଳି ଘୋଷଣା ଜିଲ୍ଲାରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଭୂତ ପ୍ରେତ ଗୁଣିଗାରେଡି ଭଳି କୈଣସି ପ୍ରମାଣ କରି ଦେଖାଇପାରିଲେ ସେହି ବ୍ୟକ୍ତି ଙ୍କୁ ୫୦ ହଜାର ଟଙ୍କା ଦିଆଯିବ ପୁରସ୍କାର ।ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ପକ୍ଷରୁ କରାଯାଇଛି ଏଭଳି ଘୋଷଣା ।ଗତ କିଛି ମାସ ମଧ୍ୟରେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁଣି ରଗାରେଡି ଠାରୁ ଆରମ୍ଭ କରି ଭୂତ ପ୍ରେତ ନାମରେ ଅନେକ ଘଟଣା ଘଟିସାରିଥିବା ରୁ ଜିଲ୍ଲା ପ୍ରଶାସନ ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେବା ପରେ ଶେଷରେ ଏଭଳି ମନଗଢା ଏବଂ ଭ୍ରାନ୍ତ ଧାରଣା ଠାରୁ ଦୂରେଇ ରହିବାକୁ ଆହ୍ବାନ କରାଯାଇଛି ।ଭୂତ ପ୍ରେତ ଗୁଣିଗାରେଡିର କୈଣସି ସତ୍ୟାସତ୍ୟ ଖବର ଜାଣିବା ପାଇଁ ପ୍ରଶାସନ ଉଦ୍ୟମ କରି ବାସ୍ତବତା କିଛି ନଥିବା ହୃଦୟଙ୍ଗମ କରିଛନ୍ତି ।ଏଣୁ ଏପରି ସ୍ଥିତିରେ ଜିଲ୍ଲା ବାସୀ ଙ୍କୁ ପ୍ରାମାଣିକ ତଥ୍ୟ ଦେବା ପାଇଁ ପୁରସ୍କାର ଘୋଷଣା କରାଯାଇଛି ।ଏପରିକି ସାରା ଜିଲ୍ଲା ରେ ଏହାକୁ ନେଇ ବ୍ୟାପକ ସଚେତନତା କରାଯିବାକୁ ସ୍ଥିର କରାଯିବା ସହ ଏଥିପାଇଁ ବିଦ୍ୟାର୍ଥୀ ଙ୍କ ଠାରୁ ଆରମ୍ଭ କରି କଳାକାର ,କଲେଜ ବିଦ୍ୟାର୍ଥୀ, ମହିଳା ସ୍ବୟଂ ସହାୟକ ସ°ଙ୍ଘ ପ୍ରମୁଖ କାର୍ଯ୍ୟ କରିବା ସହ ଏହାକୁ ରୋକିବାରେ ସମସ୍ତଙ୍କ ସହଯୋଗ କାମନ୍ନା କରିଛନ୍ତି ଜିଲ୍ଲାପାଳ ।

Body:ବାଇଟ୍-ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ, ଗଞ୍ଜାମ)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ....

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.