ETV Bharat / city

Bride On Dharana Day 4: ଶାଶୁ ଘର ଆଗରେ ମାଣ ବସାଇଲେ ବୋହୁ - କନ୍ୟାଙ୍କ ଧାରଣା

ଚତୁର୍ଥ ଦିନରେ (Bride Protest day 4) ପହଞ୍ଚିଛି ବ୍ରହ୍ମପୁରର ମଙ୍ଗୁଳା କନ୍ୟାଙ୍କ ଧାରଣା । ଶ୍ବଶୁର ଘର ଆଗରେ ମାଣ ବସାଇଲେ କନ୍ୟା । ଅଧିକ ପଢନ୍ତୁ

Bride Protest day 4: ଶ୍ବଶୁର ଘର ଆଗରେ ମାଣ ବସାଇଲେ କନ୍ୟା

author img

By

Published : Nov 25, 2021, 3:20 PM IST

ବ୍ରହ୍ମପୁର: ଚତୁର୍ଥ ଦିନରେ(Bride Protest day 4) ପହଞ୍ଚିଛି ବ୍ରହ୍ମପୁରର ମଙ୍ଗୁଳା କନ୍ୟାଙ୍କ ଧାରଣା । ବେଦୀରୁ ବର ଫେରାର୍ ହୋଇଯିବା ପରେ ଶ୍ବଶୁର ଘର ବାହାରେ ଧାରଣା ଦେଇଥିବା କନ୍ୟା ଆଜି ମାଣ ବସାଇଛନ୍ତି ତପସ୍ବିନୀ ଦାସ ଓରଫ ଡିମ୍ପଲ । ତେବେ ତପସ୍ବିନୀଙ୍କ ଧାରଣାସ୍ଥଳରେ ମାର୍ଗଶିର ମାସ ଗୁରୁବାର ପାଳନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Bride Protest day 4: ଶ୍ବଶୁର ଘର ଆଗରେ ମାଣ ବସାଇଲେ କନ୍ୟା

ଗତ ୨୦ ତାରିଖ ତପସ୍ବିନୀଙ୍କ ବିବାହ ଥିଲା । ମାତ୍ର ତାଙ୍କ ସ୍ବାମୀ କିମ୍ବା ଶ୍ବଶୁର ଘର ଲୋକେ ବେଦିକୁ ଆସିନଥିଲେ । ଫଳରେ ସେ ଶ୍ବଶୁର ଘରେ ଯାଇ ୪ ଦିନ ହେବ ଧାରଣାରେ ବସିଛନ୍ତି । ସୂଚନା ଅନୁଯାୟୀ ପାଠପଢ଼ା ସମୟରେ ଉଭୟ ଯୁବକଯୁବତୀ କୋର୍ଟରେ ବିବାହ କରିଥିଲେ । ଏ ସମ୍ପର୍କରେ ଜାଣିବା ପରେ ଉଭୟଙ୍କ ପରିବାର ଲୋକଙ୍କ ସମ୍ମତିରେ ବିବାହ କରାଇବାକୁ ନିଷ୍ପତ୍ତି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:-ବାହାବେଦୀକୁ ଆସିଲାନି ବର, ଶାଶୁ ଘର ଆଗରେ ବଧୂବେଶରେ କନ୍ୟାର ଧାରଣା

ଅନ୍ୟପଟେ ଗତକାଲି(ବୁଧବାର) ତପସ୍ବିନୀଙ୍କ ଶ୍ବଶୁର ଘର ଲୋକେ ତାଙ୍କୁ ବୋହୂ ବୋଲି ସ୍ବୀକାର କରିବା ସହ କୋର୍ଟରେ ବିବାହ କରିଥିବା ବର ମଧ୍ୟ ମାନିଥିଲେ । ମାତ୍ର ବୋହୂ ବୋଲି ସ୍ବୀକାର କରି ଘରକୁ ନେଇ ନ ଥିବା ଅଭିଯୋଗ କରିଛନ୍ତି । ଏଥିସହ ତପସ୍ବିନୀ ଶ୍ବଶୁର ଘର ସମ୍ମୁଖରେ ମାଣ ବସାଇଥିବା ଦେଖିବାକୁ ମିଳିଛି । ତପସ୍ବିନୀଙ୍କ ପୂଜା ସମୟରେ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି । ଯେତେଦିନ ପର୍ଯ୍ୟନ୍ତ ଶ୍ବଶୁର ଘର ଲୋକେ ଘରକୁ ନ ନେଇଥିବେ ସେତେଦିନ ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି ରୋକଠୋକ୍ କହିଛନ୍ତି ତପସ୍ବିନୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.