ETV Bharat / city

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ପ୍ରକଳ୍ପ ନିର୍ଦ୍ଦେଶକ - development works

ଦିନିକିଆ ବ୍ଲକ ଗ୍ରସ୍ତ କରି ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ବିଭିନ୍ନ ପଞ୍ଚାୟତରେ ଜାରି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

development works
ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
author img

By

Published : Oct 9, 2020, 8:25 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ । ଦିନିକିଆ ବ୍ଲକ ଗ୍ରସ୍ତ କରି ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ବିଭିନ୍ନ ପଞ୍ଚାୟତରେ ଜାରି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

development works
ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ

ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଥମେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ବିଡିଓ ହଳଧର ଶବରଙ୍କ ସହ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ପରେ ବ୍ଲକର କୋଟିନଡା, ସିଦ୍ଧେଶ୍ବର, ଗୋକର୍ଣ୍ଣପୁର , କୁଶପଡା ଓ ଆଙ୍କୋରଡା ପଞ୍ଚାୟତରେ ପହଞ୍ଚିଥିଲେ ।

development works
କାର୍ଯ୍ୟର ସମୀକ୍ଷା କଲେ ପ୍ରକଳ୍ପ ନିର୍ଦ୍ଦେଶକ

ସେଠାକାର ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଆରମ୍ଭ ହୋଇଥିବା ଆଦର୍ଶ ପୋଖରୀ , ଆଦର୍ଶ ଗୁହାଳ ଏବଂ ନବନିର୍ମିତ ଗ୍ରାମାଞ୍ଚଳ ପାର୍କ ଗୁଡିକ ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ପଞ୍ଚାୟତରେ ଲାଗି ରହିଥିବା କାର୍ଯ୍ୟଗୁଡିକର ତ୍ବରାନ୍ବିତ ପ୍ରକ୍ରିୟାରେ ଶେଷ କରିବା ନିମନ୍ତେ ସ୍ଥାନୀୟ ବିଡିଓ ଓ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଏହି ସମୀକ୍ଷା ସମୟରେ ପଞ୍ଚାୟତ ସମିତି ଓ ପଞ୍ଚାୟତର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.