ETV Bharat / city

ରାଜ୍ୟରେ ରହିବାକୁ ମୁଁ ଉଚିତ୍ ମନେ କରୁନି: ପ୍ରଦୀପ ପାଣିଗ୍ରାହୀ - ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା

ରାଜ୍ୟରେ ରହିବାକୁ ମୁଁ ରହିବାକୁ ଉଚିତ ମନେ କରୁନି ଏବଂ ମିଥ୍ୟା ମାମଲାରୁ ମୁକ୍ତ କଲେ ରାଜ୍ୟ ଛାଡିଯିବାକୁ ମୁଁ ପ୍ରସ୍ତୁତ ଅଛି ବୋଲି କହିଲେ ଗିରଫ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ରାଜ୍ୟରେ ରହିବାକୁ ମୁଁ ଉଚିତ୍ ମନେ କରୁନି: ପ୍ରଦୀପ ପାଣିଗ୍ରାହୀ

author img

By

Published : Apr 15, 2021, 9:30 PM IST

ବ୍ରହ୍ମପୁର: 'ରାଜ୍ୟରେ ରହିବାକୁ ମୁଁ ଉଚିତ ମନେ କରୁନି । ମିଥ୍ୟା ମାମଲାରୁ ମୋତେ ମୁକ୍ତ କଲେ ରାଜ୍ୟ ଛାଡି ଯିବାକୁ ପ୍ରସ୍ତୁତ' । ଏହିପରି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୁରୁବାର ଏକ ନୂତନ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହୋଇ ଫେରିବା ସମୟରେ ପ୍ରଦୀପ ଏଭଳି କହିଛନ୍ତି ।

ରାଜ୍ୟରେ ରହିବାକୁ ମୁଁ ଉଚିତ୍ ମନେ କରୁନି: ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ତିନି ଥର ବିଧାୟକ ହେବା ପରେ 58 ବର୍ଷ ମଧ୍ୟରେ ମୋ ବିରୁଦ୍ଧରେ ଗୋଟିଏ ମାମଲା ନଥିଲା । ହେଲେ ଗତ ତିନି ମାସ ମଧ୍ୟରେ 5ଟି ମାମଲା ରୁଜୁ ହୋଇଛି । ଆଗରୁ କୌଣସି ମାମଲା ନ ଥିବାବେଳେ ଏବେ ଏଭଳି ମାମଲା କିପରି ଆସିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ । ପ୍ରଦୀପ 133 ଦିନ ଧରି ଜେଲରେ ରହି ଆସିଥିବାବେଳେ ଇତିମଧ୍ୟରେ ଗୋଟିଏ ପରେ ଗୋଟିଏ ମାମଲା ବୃଦ୍ଧି ପାଉଛି । ବିଭିନ୍ନ ଲୋକେ ବିନା ପ୍ରମାଣପତ୍ରରେ ତାଙ୍କୁ ଟଙ୍କା ଦେଇଥିବା କହି ମାମଲା ରୁଜୁ କରୁଛନ୍ତି । ନିର୍ବାଚିତ ପ୍ରତିନିଧି ଭାବେ ଏଭଳି ଘଟଣା ସବୁ ଅନୁଭବ କରିବା ପରେ ଗଣତନ୍ତ୍ର ପ୍ରତି ସନ୍ଦେହ ସୃଷ୍ଟି ହେଉଛି । ଏଣୁ ମୋ ବିରୁଦ୍ଧରେ ଯାହା ମାମଲା ରହିଛି ତାହାକୁ ଏକାଥରେ ରୁଜୁ କରନ୍ତୁ ବୋଲି ପ୍ରଦୀପ କହିବା ସହ ଅଯଥାରେ ମିଥ୍ୟା ମାମଲା ରୁଜୁ କଲେ ଗଣତନ୍ତ୍ର ଉପରେ ସାଧାରଣ ଲୋକେ କିପରି ଭରସା କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.