ETV Bharat / city

ପ୍ରଦୀପ ପାଣିଗ୍ରାହୀ ଓ ପରାମର୍ଶଦାତା ବ୍ରହ୍ମପୁର SDJM କୋର୍ଟରେ ହାଜର

author img

By

Published : May 20, 2021, 7:57 AM IST

ବ୍ରହ୍ମପୁର ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଅନ୍ୟ ଏକ ଠକେଇ ମାମଲାରେ ଏସଡିଜେଏମ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରାମର୍ଶଦାତା ସର୍ବେଶ୍ବର ରାଓ । ଅଧିକ ପଢନ୍ତୁ...

ପ୍ରଦୀପ ପାଣିଗ୍ରାହୀ-ପରାମର୍ଶଦାତା ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର

ବ୍ରହ୍ମପୁର: ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରାମର୍ଶଦାତା ସର୍ବେଶ୍ବର ରାଓ । ପୂର୍ବରୁ ଠକେଇ ମାମଲାରେ ଗିରଫ ହୋଇ ଝାରପଡା ଜେଲରେ ରହିଥିବା ବିଧାୟକ ପ୍ରଦୀପ ଏବଂ ତାଙ୍କ ପରାମର୍ଶଦାତା ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଅନ୍ୟ ଏକ ଠକେଇ ମାମଲାରେ ପୁଣି ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି । ସେପଟେ ତାଙ୍କୁ ବାରମ୍ବାର ଝାରପଡ଼ା ଜେଲରୁ ବ୍ରହ୍ମପୁର ଏସଡିଜେଏମ୍‌ଙ୍କ କୋର୍ଟକୁ ହାଜର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଅଭିଯୁକ୍ତଙ୍କ ଓକିଲ ଦୀପକ ପଟ୍ଟନାୟକ କୋର୍ଟରେ ଆବେଦନ କରିଥିଲେ ।

ହେଲେ ଓକିଲଙ୍କ ଆବେଦନକୁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ଖାରଜ କରିବା ସହ ସେମାନଙ୍କୁ ଏଠାରେ ହାଜର କରିବା ପାଇଁ ଭୁବନେଶ୍ବର କୋର୍ଟକୁ ଅନୁରୋଧ ପୂର୍ବକ କହିଥିଲେ । ଯାହାଫଳରେ ଏକ ଏସକର୍ଟ ଟିମ୍ ଭୁବନେଶ୍ୱର ଝାରପଡ଼ା ଜେଲରୁ ଉଭୟ ପ୍ରଦୀପ ଏବଂ ସର୍ବେଶ୍ବରଙ୍କୁ ଆଣି ଏସଡିଜେଏମ କୋର୍ଟରେ ହାଜର କରିଛି । ତେବେ ପ୍ରଥମଥର ପାଇଁ ପ୍ରଦୀପଙ୍କ ପରାମର୍ଶଦାତା ସର୍ବେଶ୍ବର ରାଓ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି ।

ପୂର୍ବରୁ ପ୍ରଦୀପ ଏବଂ ପାଠକ ବାପ-ପୁଅଙ୍କ ନାମରେ ଗୋଳନ୍ଥରା ଥାନାରେ ୩ଟି, ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ ପରାମର୍ଶଦାତା ସର୍ବେଶ୍ବର ରାଓଙ୍କ ନାମରେ ଏକ ଏତଲା ଦାୟର ହୋଇଥିଲା । ସୂଚନାଯୋଗ୍ୟ, ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାମରେ ୨୦୨୦ ନଭେମ୍ବର ୨୬ରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଘରେ ୨ଲକ୍ଷ ଟଙ୍କା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଟଙ୍କା ଦେବା ସମୟରେ ସେଠାରେ ସର୍ବେଶ୍ବର ରାଓ ଉପସ୍ଥିତ ଥିବା ନେଇ ମଧ୍ୟ ଶିବ ପାତ୍ର ତାଙ୍କ ଅଭିଯୋଗରେ ଉଲ୍ଲେଖ କରିବା ସହ ଏନେଇ ଥାନାରେ ଏତଲା ଦେଇଥିଲେ । ହେଲେ ଥାନାରେ ମାମଲା ରୁଜ ନ ହେବାରୁ ସେ ଏସଡିଜେଏମ୍‌ଙ୍କ କୋର୍ଟରେ ୱାନସିସି ଆବେଦନ କରିଥିଲେ । ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଥିବା କହିଥିବା କହିଛନ୍ତି ପ୍ରଦୀପଙ୍କ ଆଇନଜୀବୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.