ETV Bharat / city

ଲକଡାଉନ ସମୟରେ ଅସହାୟଙ୍କୁ ସାହାଯ୍ୟ ପାଇଁ ପୋଲିସ ଜାରି କଲା ହେଲପଲାଇନ୍ ନମ୍ବର

author img

By

Published : May 4, 2021, 11:03 PM IST

ଅସହାୟଙ୍କୁ ସାହାର୍ଯ୍ୟ ଯୋଗାଇବା ପାଇଁ ଆସିକା ପୋଲିସ ତରଫରୁ ହେଲପ ଲାଇନ୍ ନମ୍ବର ଜାରି । ଲକ୍‌ଡାଉନ୍ ସମୟରେ ସବୁ ରୋଗୀଙ୍କୁ ମିଳିବ ସହାୟତା । ପୋଲିସ ପକ୍ଷରୁ ସହାୟତା ପାଇଁ 9438916721 ମୋବାଇଲ୍ ନମ୍ବର ଜାରି । ଅଧିକ ପଢନ୍ତୁ...

ଲକ୍‌ଡାଉନ୍ ସମୟରେ ଅସହାୟଙ୍କୁ ସାହାର୍ଯ୍ୟ ଯୋଗାଇବାକୁ ପୋଲିସ ଜାରି କଲା ହେଲପଲାଇନ୍ ନମ୍ବର

ବ୍ରହ୍ମପୁର: ଲକ୍‌ଡାଉନ୍ ସମୟରେ ଅସହାୟଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ପକ୍ଷରୁ ଜାରି କରାଯାଇଛି ହେଲପ ଲାଇନ୍ ନମ୍ବର । ଆସନ୍ତାକାଲି ଅର୍ଥାତ୍ ମେ ୫ ତାରିଖରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ଆସିକା ଅଞ୍ଚଳରେ ଥିବା ସମସ୍ତ ଭିକ୍ଷୁକ, ମାନସିକ ବିକାରଗ୍ରସ୍ତ, ଅସହାୟ, ନିରାଶ୍ରୟ ତଥା ଆବଶ୍ୟକ କରୁଥିବା ବୃଦ୍ଧା, ବୃଦ୍ଧ ଓ ରୋଗୀ ମାନଙ୍କୁ ଆସିକା ଥାନା ତରଫରୁ ଦୁଇବେଳା ଖାଦ୍ୟ ସେମାନଙ୍କ ନିକଟରେ ନେଇ ପ୍ରଦାନ କରିବାର ବନ୍ଦୋବସ୍ତ କରାଯାଇଛି ।

କୋଭିଡ୍ କିମ୍ବା ଅନ୍ୟ କୌଣସି ରୋଗ ପାଇଁ ଯେ କେହିବି ସହାୟତା ଚାହିଁବେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ଏଥିପାଇଁ ଆସିକା ଥାନାର କିଛି ଉତ୍ସର୍ଗୀକୃତ କର୍ମଚାରୀ ଓ ସ୍ଵେଚ୍ଛାସେବୀ ୨୪ ଘଣ୍ଟା ପ୍ରସ୍ତୁତ ରହିଛନ୍ତି । ଏହି କାର୍ଯ୍ୟ ପାଇଁ ଥାନା ତରଫରୁ 9438916721 ମୋବାଇଲ୍ ନମ୍ବର ଜାରି କରାଯାଇଛି । ଏହି ଭଳି ବ୍ୟକ୍ତିବିଶେଷ କାହାର ନଜରରେ ଆସିଲେ ଥାନା ତରଫରୁ ଜାରି ହୋଇଥିବା ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.