ETV Bharat / city

ଚୋରାମଦ ଧରିବା ପାଇଁ ପୋଲିସ, ଅବକାରୀ ଓ ମାଜିଷ୍ଟ୍ରେଟଙ୍କ ମିଳିତ ଚଢାଉ - Police in riot gear stormed a rally on Friday

ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ଅଞ୍ଚଳରେ ପୋଲିସ, ଅବକାରୀ ଏବଂ ମାଜିଷ୍ଟ୍ରେଟଙ୍କ ମିଳିତ ଚଢାଉ ସମୟରେ ତିନିଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୭୪ ଲିଟର ବେଆଇନ ବିଷାକ୍ତ ମଦ ଜବତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚୋରାମଦ ଧରିବା ପାଇଁ ଅବକାରୀର ଚଢାଉ
ଚୋରାମଦ ଧରିବା ପାଇଁ ଅବକାରୀର ଚଢାଉ
author img

By

Published : Apr 16, 2020, 12:54 AM IST

ବ୍ରହ୍ମପୁର: କୋରୋନା ରୂପକ ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାରେ ଚୋରାମଦ କାରବାରକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଚେତାବନୀ ଦିଆଯାଇଥିବା ବେଳେ ଜିଲ୍ଲାରେ ଏନେଇ ଜାରି ରହିଛି ମିଳିତ ଚଢାଉ । ଏହି କ୍ରମରେ ଜିଲ୍ଲାର ପୁରଷୋତ୍ତମପୁର ଅଞ୍ଚଳରେ ପୋଲିସ, ଅବକାରୀ ଏବଂ ମାଜିଷ୍ଟ୍ରେଟଙ୍କ ମିଳିତ ଚଢାଉ ସମୟରେ ତିନିଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୭୪ ଲିଟର ବେଆଇନ ବିଷାକ୍ତ ମଦ ଜବତ ହୋଇଛି ।

ଏହାସହ ୨୪ ଲିଟର ଦେଶୀ ମହୁଲି ମଦ ସହ ଗୋଟିଏ ମୋଟର ସାଇକେଲକୁ ଜବତ କରାଯାଇଛି । ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ବିଭାଗର ଅଧିକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ ପୋଲିସ ଏବଂ ଅବକାରୀ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ନିୟୋଜିତ ରହିଥିବା ବେଳେ ସ୍ଥାନୀୟ ତହସିଲଦାର ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.