ETV Bharat / city

କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୭ ଗିରଫ

author img

By

Published : Sep 20, 2021, 10:23 PM IST

୧ କୋଟି ଟଙ୍କାର ଗଞ୍ଜେଇ ଜବତ ସହ ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୭ ଗିରଫ
କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୭ ଗିରଫ

ବ୍ରହ୍ମପୁର: ଅବକାରୀ ବିଭାଗକୁ ମିଳିଛି ଆଉ ଏକ ବଡ ସଫଳତା । କଦଳୀ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଏନେଇ ବିଶେଷ ସୁତ୍ରରୁ ଖବର ପାଇ ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା । ଏପରିକି ଏହି ଟ୍ରକକୁ ଏସକର୍ଟ କରି ନେଉଥିବା ଏକ ଦାମୀ କାର ସହିତ ସେଥିରେ ବୋଝେଇ ହୋଇ ରହିଥିବା ମୋଟ ୧୨କୁଇଣ୍ଟାଲ ୫୦ କିଲୋଗ୍ରାମ ଓଜନର ଗଞ୍ଜେଇକୁ ବ୍ରହ୍ମପୁର ସହର ଉପକଣ୍ଠ କନିଷି ଅଞ୍ଚଳରୁ ଜବତ କରାଯିବା ସହ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।

ଏଭଳି ବିପୁଳ ପରିମାଣର ଗଞ୍ଜେଇ ରାୟଗଡାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଅବକାରୀ ବିଭାଗ ତାର ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ନେଇ କହିଛନ୍ତି ବ୍ରହ୍ମପୁର ଅବକାରୀ ବିଭାଗର ଅଧିକ୍ଷକ ରାମେନ୍ଦ୍ର ନାରାୟଣ ନାୟକ ।

ସେପଟେ ଅବକାରୀ ବିଭାଗର କମିଶନର ଆଶିଷ କୁମାର ସିଂ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଗତ କିଛି ଦିନ ଧରି ଲଗାତର ଭାବରେ ଅବକାରୀ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ମଲ୍ଟି ଡିସିପ୍ଲିନେରୀ ସ୍କ୍ବାର୍ଡ ଏଭଳି ଚଢାଉ ଜାରି ରଖିଥିବା କୁହାଯାଇଛି । ତେବେ ଏହି ଗଞ୍ଜେଇ ଚୋରା ଚାଲାଣରେ ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡା, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ବୋଲି ପୋଲିସ ସୂଚନାରୁ ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.