ETV Bharat / city

ଯୁକ୍ତ 2 ଫଳାଫଳ: ଦକ୍ଷିଣାଞ୍ଚଳରେ କଳା ଉତ୍ତୀର୍ଣ୍ଣ ହାର ୬୧.୨୨

author img

By

Published : Sep 6, 2020, 2:00 AM IST

ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଏହି ପରୀକ୍ଷାଫଳ ରେ ଦକ୍ଷିଣାଞ୍ଚଳ ଉତ୍ତୀର୍ଣ୍ଣ ହାର କଳାରେ ୬୧.୨୨ ପ୍ରତିଶତ ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୪୪.୪୪ ପ୍ରତିଶତ ରହିଛି । ଅଧିକ ପଢନ୍ତୁ...

ଯୁକ୍ତ 2 ଫଳାଫଳ: ଦକ୍ଷିଣାଞ୍ଚଳରେ କଳା ଉତ୍ତୀର୍ଣ୍ଣ ହାର ୬୧.୨୨
ଯୁକ୍ତ 2 ଫଳାଫଳ: ଦକ୍ଷିଣାଞ୍ଚଳରେ କଳା ଉତ୍ତୀର୍ଣ୍ଣ ହାର ୬୧.୨୨

ବ୍ରହ୍ମପୁର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଏହି ପରୀକ୍ଷାଫଳ ରେ ଦକ୍ଷିଣାଞ୍ଚଳ ଉତ୍ତୀର୍ଣ୍ଣ ହାର କଳାରେ ୬୧.୨୨ ପ୍ରତିଶତ ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୪୪.୪୪ ପ୍ରତିଶତ ରହିଛି ।

ଚଳିତ ବର୍ଷ +୨ କଳା ସ୍ରୋତରେ ମୋଟ 2, 19, 716 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ 1, 48, 452 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ରାଜ୍ୟର ଉତ୍ତୀର୍ଣ୍ଣ ହାର ରହିଛି 67.56 ପ୍ରତିଶତ । 55, 776 ଜଣ ଛାତ୍ର (57.53 %) ଓ 92, 686 (75.48 %) ଜଣ ଛାତ୍ରୀ +୨ କଳା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ଜଣେ ମାତ୍ର ବିଦ୍ୟାର୍ଥୀ ୯0 ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି ।

ପ୍ରଥମ ଶ୍ରେଣୀରେ 22,196, ଦ୍ଵିତୀୟ ଶ୍ରେଣୀରେ 26, 027, ତୃତୀୟ ଶ୍ରେଣୀରେ 1, 00, 101 ଜଣ କୃତକାର୍ଯ୍ୟ ହୋଇଥିବା ବେଳେ କଳାସ୍ରୋତରେ ବରଗଡ଼ ଜିଲ୍ଲାରେ ସର୍ବୋତ୍ତମ (76.63 ପ୍ରତିଶତ) ଓ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ (44.67 ପ୍ରତିଶତ) ଫଳାଫଳ ହୋଇଛି । ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିବା ମୋଟ 7, 032 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 4, 046 ଜଣ ଅର୍ଥାତ୍ 57.53 ପ୍ରତିଶତ ଛାତ୍ରଛାତ୍ରୀ ପାଶ୍ କରିଛନ୍ତି । 585 ଜଣ ପ୍ରଥମ, 1327 ଜଣ ଦ୍ଵିତୀୟ ଓ 1989 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଉପସଚିବ ଡ. କୁଳମଣି ଓଝାଙ୍କ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେହିପରି ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ +୨ କଳା ପରୀକ୍ଷାର ସାମଗ୍ରିକ ଫଳାଫଳ ହାର ରହିଛି 61.22 ପ୍ରତିଶତ । ମୁଖ୍ୟତଃ ଏହି ଆଠଟି ଜିଲ୍ଲାରେ ସର୍ବମୋଟ 45632 ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 45455 ପରୀକ୍ଷାର୍ଥୀ +୨ କଳା ସ୍ରୋତରେ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ଦକ୍ଷିଣାଞ୍ଚଳରେ ମୋଟ 29493 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । 3296 ଜଣ ପ୍ରଥମ ଶ୍ରେଣୀରେ, 4848 ଜଣ ଦ୍ଵିତୀୟ ଶ୍ରେଣୀରେ, 21333 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 16 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି । 82 ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୋଗରେ ଅଭିଯୁକ୍ତ ହୋଇଥିବାରୁ ସେମାନଙ୍କ ଫଳାଫଳ ପ୍ରକାଶ ପାଇ ନଥିବା ଏହି ସୂତ୍ରରୁ ଜଣାପଡ଼ିଛି ।

ଅନ୍ୟପଟେ ଦକ୍ଷିଣାଞ୍ଚଳରେ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିବା ମୋଟ 961 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 494 ଜଣ ପାଶ୍ କରିଛନ୍ତି । 63 ଜଣ ପ୍ରଥମ, 156 ଜଣ ଦ୍ୱିତୀୟ ଓ 260 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । 15 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 9 ଜଣ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ପାଶ୍ ହାର ରହିଛି 44.44 ପ୍ରତିଶତ ।

ଗଞ୍ଜାମ ଜିଲ୍ଲାରେ +୨ କଳା ପରୀକ୍ଷା ଦେଇଥିବା ମୋଟ 18150 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 13517 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । 2046 ଜଣ ପ୍ରଥମ ଶ୍ରେଣୀ, 2791 ଜଣ ଦ୍ଵିତୀୟ ଶ୍ରେଣୀ, 8675 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 5 ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଛନ୍ତି । ଜିଲ୍ଲାରେ ଫଳାଫଳ ହାର ରହିଛି 74.47 ପ୍ରତିଶତ ଏବଂ 16 ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି । ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ 262 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 159 ଜଣ ପାଶ୍ କରିଛନ୍ତି । 22 ଜଣ ପ୍ରଥମ, 42 ଜଣ ଦ୍ଵିତୀୟ ଓ 87 ଜଣ ତୃତୀୟ ଶ୍ରେଣୀରେ ଓ 8 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାଶ୍ ହାର ରହିଛି 60.68 ଶତାଂଶ । ଏହି ଫଳାଫଳ ମଧ୍ୟରେ ଗଜପତି ଜିଲ୍ଲାରେ +୨ କଳା ପରୀକ୍ଷା ଦେଇଥିବା ମୋଟ 3878 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 2345 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । 157 ଜଣ ପ୍ରଥମ ଶ୍ରେଣୀ, 298 ଜଣ ଦ୍ଵିତୀୟ ଶ୍ରେଣୀ, 1886 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲରେ 4 ଜଣ ଓ ମାଲ୍ ପ୍ରାକ୍ଟିସ୍ରେ 2 ଜଣ ପରୀକ୍ଷାର୍ଥୀଙ୍କ ନାମ ରହିଛି । ଜିଲ୍ଲାରେ ପାଶ୍ ହାର ରହିଛି 63.75 ପ୍ରତିଶତ । ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ 144 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 63 ଜଣ ପାଶ୍ କରିଛନ୍ତି । 8 ଜଣ ପ୍ରଥମ, 26 ଜଣ ଦ୍ଵିତୀୟ, 27 ଜଣ ତୃତୀୟ ଶ୍ରେଣୀରେ ଓ 2 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାଶ୍ ହାର ରହିଛି 43.75 ଶତାଂଶ ।

କୋରାପୁଟ ଜିଲ୍ଲାରେ +୨ କଳାରେ ପରୀକ୍ଷା ଦେଇଥିବା ମୋଟ 5502 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 3047ଜଣ କୃତକାର୍ଯ୍ୟ ହୋଇଛନ୍ତି । 201 ଜଣ ପ୍ରଥମ ଶ୍ରେଣୀ, 365 ଜଣ ଦ୍ଵିତୀୟ ଶ୍ରେଣୀ, 2481 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲରେ କେହି ପାଶ୍ କରିନାହାନ୍ତି । 10 ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି । ଜିଲ୍ଲାରେ ପାଶ୍ ହାର ରହିଛି 55.37 ପ୍ରତିଶତ । ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ 210 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 98 ଜଣ ପାଶ୍ କରିଥିବା ବେଳେ 5 ଜଣ ପ୍ରଥମ, 28 ଜଣ ଦ୍ଵିତୀୟ, 62 ଜଣ ତୃତୀୟ ଶ୍ରେଣୀରେ ଓ 3 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ହାର ରହିଛି 46.66 ଶତାଂଶ ।

ମାଲକାନଗିରି ଜିଲ୍ଲାରେ କଳାରେ ପରୀକ୍ଷା ଦେଇଥିବା ମୋଟ 2393 ଜଣଙ୍କ ମଧ୍ୟରୁ 1399 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । 46 ଜଣ ପ୍ରଥମ ଶ୍ରେଣୀ, 144 ଜଣ ଦ୍ଵିତୀୟ ଶ୍ରେଣୀ, 1209 ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଥିବା ବେଳେ କମ୍ପାର୍ଟମେଣ୍ଟାଲ୍ କେହି ନାହାନ୍ତି ଓ ମାଲ୍ ପ୍ରାକ୍ଟିସରେ ଜଣେ ଛାତ୍ର ଅଭିଯୁକ୍ତ ହୋଇଛନ୍ତି । ଜିଲ୍ଲାରେ ପାଶ୍ ହାର ରହିଛି 58.46 ପ୍ରତିଶତ । ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ କୌଣସି ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନାହାନ୍ତି ।

ନବରଙ୍ଗପୁର ଜିଲ୍ଲାରେ କଳା ପରୀକ୍ଷା ଦେଇଥିବା 4181ଜଣଙ୍କ ମଧ୍ୟରୁ 1868 ପରୀକ୍ଷାର୍ଥୀ ସଫଳତା ପାଇଛନ୍ତି । 82 ଜଣ ପ୍ରଥମ, 175 ଜଣ ଦ୍ଵିତୀୟ, 1608 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲ୍ 3 ଜଣ ପାଶ୍ କରିଛନ୍ତି । 15 ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି । ଜିଲ୍ଲାରେ ଉତ୍ତୀର୍ଣ୍ଣ ଶତାଂଶ ରହିଛି 44.67 ପ୍ରତିଶତ । ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ 24 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 3 ଜଣ ପାଶ୍ କରିଛନ୍ତି । ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀରେ କେହି ନ ଥିବା ବେଳେ 3 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାଶ୍ ହାର ରହିଛି 12.50 ଶତାଂଶ ।

ରାୟଗଡ଼ା ଜିଲ୍ଲାରେ କଳାରେ ପରୀକ୍ଷା ଦେଇଥିବା 3648 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 2005 ଜଣ କୃତକାର୍ଯ୍ୟ ହୋଇଛନ୍ତି । 178 ଜଣ ପ୍ରଥମ, 257 ଜଣ ଦ୍ଵିତୀୟ, 1569 ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି । ଜଣେ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଥିବା ବେଳେ 10 ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି । ଜିଲ୍ଲାରେ ପାଶ୍ ହାର ରହିଛି 54.96 ପ୍ରତିଶତ । ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ 90 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 20 ଜଣ ପାଶ୍ କରିଥିବା ବେଳେ 2 ଜଣ ପ୍ରଥମ, 9 ଜଣ ଦ୍ଵିତୀୟ, 7 ଜଣ ତୃତୀୟ ଶ୍ରେଣୀରେ ଓ 2 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାଶ୍ ହାର ରହିଛି 22.22 ଶତାଂଶ । ବୌଦ୍ଧ ଜିଲ୍ଲାରେ +୨ କଳା ସ୍ରୋତରେ ପରୀକ୍ଷା ଦେଇଥିବା 2531 ପାରୀକ୍ଷାର୍ଥୀଙ୍କ ମଧ୍ୟରୁ 1876 ଜଣ କୃତକାର୍ଯ୍ୟ ହୋଇଛନ୍ତି । 282 ଜଣ ପ୍ରଥମ ଶ୍ରେଣୀରେ, 337 ଜଣ ଦ୍ଵିତୀୟ ଶ୍ରେଣୀରେ, 1255 ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି । 2 ଜଣ କମ୍ପାର୍ଟମେଣ୍ଟାଲର ପାଶ୍ ଜରିଥିବା ବେଳେ 13 ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି । ଜିଲ୍ଲାରେ ଉତ୍ତୀର୍ଣ୍ଣ ହାର ରହିଛି 74.12 ପ୍ରତିଶତ । ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ 83 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 44 ଜଣ ପାଶ୍ କରିଥିବା ବେଳେ 4 ଜଣ ପ୍ରଥମ, 14 ଜଣ ଦ୍ଵିତୀୟ ଓ 26 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଉଛନ୍ତି । 9 ଜଣ ମାଲ୍ ପ୍ରାକ୍ଟିସ୍ ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି । ଉତ୍ତୀର୍ଣ୍ଣ ହାର ରହିଛି 53.01 ଶତାଂଶ ।

ସେହିପରି କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ +୨ କଳା ସ୍ରୋତରେ ପରୀକ୍ଷା ଦେଇଥିବା ମୋଟ 5372 ଜଣଙ୍କ ମଧ୍ୟରୁ 3436 ଜଣ କୃତକାର୍ଯ୍ୟ ହୋଇଛନ୍ତି । 304 ଜଣ ପ୍ରଥମ, 481 ଜଣ ଦ୍ଵିତୀୟ, 2650 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଛନ୍ତି । 4 ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି । ଜିଲ୍ଲାରେ ପାଶ୍ ହାର ରହିଛି 63.96 ପ୍ରତିଶତ । ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ 148 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 107 ଜଣ ପାଶ୍ କରିଥିବା ବେଳେ 22 ଜଣ ପ୍ରଥମ, 37 ଜଣ ଦ୍ଵିତୀୟ ଓ 48 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ହାର ରହିଛି 72.29 ଶତାଂଶ । ଚଳିତ ବର୍ଷ +୨ କଳା ପରୀକ୍ଷାରେ ଗଞ୍ଜାମ ଜିଲ୍ଲାର ପ୍ରଦର୍ଶନ ରାଜ୍ୟ ହାର ଠାରୁ ମଧ୍ୟ ଅଧିକ ରହିଛି । ରାଜ୍ୟରେ +୨ କଳା ପରୀକ୍ଷା ଫଳାଫଳ ହାର 67.56 % ଥିବା ବେଳେ ଗଞ୍ଜାମରେ ରହିଛି 74.47 % । ସେହିପରି ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲା ମଧ୍ୟରୁ କଳା ସ୍ରୋତରେ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ କନ୍ଧମାଳ ଜିଲ୍ଲା ଆଗରେ ରହିଥିବା ଉପସଚିବ ଡ. ଓଝା ପ୍ରକାଶ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.