ETV Bharat / city

ଘରକୁ ଫେରୁଥିବାବେଳେ ଟ୍ରକ ଧକ୍କାରେ ଫାର୍ମାସିଷ୍ଟ ମୃତ - Pharmacist died in truck accident in ganjam

ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କାମ ସାରି ବ୍ରହ୍ମପୁର ଫେରୁଥିବା ସମୟରେ ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଫାର୍ମାସିଷ୍ଟ ସନ୍ତୋଷ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଫାର୍ମାସିଷ୍ଟ ମୃତ

author img

By

Published : Jun 18, 2020, 9:04 AM IST

ବ୍ରହ୍ମପୁର: ଟ୍ରକ ଧକ୍କାରେ ଜଣେ ଫାର୍ମାସିଷ୍ଟଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କାମ ସାରି ବ୍ରହ୍ମପୁର ଫେରୁଥିବା ସମୟରେ ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଫାର୍ମାସିଷ୍ଟ ସନ୍ତୋଷ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ମୃତ ଫାର୍ମାସିଷ୍ଟ ଜଣଙ୍କ ଜଣେ ଆଗ ଧାଡିର କୋଭିଡ ଯୋଦ୍ଧା ଭାବରେ କାର୍ଯ୍ୟ କରୁଥିବାବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଫାର୍ମାସିଷ୍ଟ ମୃତ
କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଫାର୍ମାସିଷ୍ଟ ମୃତ

ସୂଚନାନୁଯାୟୀ, ମୃତ ଫାର୍ମାଷ୍ଟିଟ୍ ଜଣଙ୍କ ନିଜର ସ୍କୁଟି ଯୋଗେ ନିଜ କାର୍ଯ୍ୟ ସାରି ବ୍ରହ୍ମପୁର ସହରର ଅଯୋଧ୍ୟା ନଗର ଫେରୁଥିବାବେଳେ ଜାତୀୟ ରାଜପଥରେ ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା l ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବାବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଖବର ପାଇ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ବରୁଣ କୁମାର ପାଣିଗ୍ରାହୀ ଏବଂ ବହୁ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ମେଡିକାଲରେ ପହଞ୍ଚିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.