ETV Bharat / city

ଦୁବାଇରେ ଚାକିରିର ଲୋଭ ଦେଖାଇ ଅନଲାଇନ ଠକେଇ - showing greed their jobs in Dubai

ଦୁବାଇରେ ନିଯୁକ୍ତିର ଲୋଭ ଦେଖାଇ ଅନଲାଇନ ମାଧ୍ୟମରେ ଅର୍ଥ ଠକି ନେଲେ ସାଇବର ଲୁଟେରା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି. ତୁରୁବୁଡି ପଞ୍ଚାୟତର ଝରିପଦର ଗ୍ରାମର ୮ ଜଣ ଯୁବକ ଏଭଳି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଦୁବାଇରେ ଚାକିରିର ଲୋଭ ଦେଖାଇ ଅନଲାଇନ ଠକେଇ
ଦୁବାଇରେ ଚାକିରିର ଲୋଭ ଦେଖାଇ ଅନଲାଇନ ଠକେଇ
author img

By

Published : Aug 29, 2021, 9:44 AM IST

ବ୍ରହ୍ମପୁର: ଦୁବାଇରେ ନିଯୁକ୍ତିର ଲୋଭ ଦେଖାଇ ଅନଲାଇନ ମାଧ୍ୟମରେ ଅର୍ଥ ଠକି ନେଲେ ସାଇବର ଲୁଟେରା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି.ତୁରୁବୁଡି ପଞ୍ଚାୟତର ଝରିପଦର ଗ୍ରାମର ୮ ଜଣ ଯୁବକ ଏଭଳି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୁଦୂର ଦୁବାଇରେ ଚାକିରି କରାଇବାର ଲାଳସା ଦେଖାଇ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ନେବାରେ ସକ୍ଷମ ହୋଇପାରିଛନ୍ତି ଏହି ସାଇବର ଲୁଟେରାମାନେ । ସାଇବର ଠକାମୀର ଶିକାର ହୋଇଥିବା ଜାଣିପାରିବା ପରେ ଶନିବାର ସ୍ଥାନୀୟ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ।

ଦୁବାଇରେ ଚାକିରିର ଲୋଭ ଦେଖାଇ ଅନଲାଇନ ଠକେଇ

ସୂଚନାନୁଯାୟୀ, ଗତ ଜୁଲାଇ ୧୪ ତାରିଖରେ ରାଜେଶ କୁମାର ଯାଦବ ଓ ରମେଶ ଗାତୁ ନାମକ ଦୁଇ ସାଇବର ଲୁଟେରା ଭିନ୍ନ ଭିନ୍ନ ଦୁଇଟି ମୋବାଇଲ ନମ୍ବରରୁ ୯୭୧୫୪୨୩୮୭୩୦୫୬ ଓ ୯୭୧୫୦୨୯୧୫୭୨୫ ଯୋଗେ ଦିଗପହଣ୍ଡି ଝରିପଦର ଗ୍ରାମର କେଦାରନାଥ ଗୌଡ ନାମକ ଜଣେ ଯୁବକକୁ ଫୋନ କରି ଦୁବାଇରେ ଚାକିରି କରାଇଦେବା ପାଇଁ ପ୍ରତିଶୃତି ଦେବା ସହିତ ଭାରତୀୟ ଟଙ୍କା ହିସାବରେ ମାସିକ ଦରମା ୩୩ ହଜାର ୫ ଶହ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହାପରେ ସଂପୃକ୍ତ ଯୁବକଙ୍କ ନିଜର ଆଇଡି ପ୍ରମାଣ, କମ୍ପାନୀ ଠିକଣା ଓ ନିଜର ଆଧାର କାର୍ଡ ହ୍ବାଟ୍ସ ଆପ ମାଧ୍ୟମରେ ପଠାଇଥିଲେ । ଏଥିସହ ଏ ସଂପର୍କରେ ନିଜର ଅନ୍ୟ ସାଥୀଙ୍କୁ ଅବଗତ କରିବାକୁ କହିଥିଲେ । ଯାହାକୁ ନେଇ କୋଭିଡ ଯୋଗୁଁ କାମଧନ୍ଦା ଅଭାବରେ ବେକାର ହୋଇ ରହିଥିବା ୮ ଜଣ ଯୁବକ ବିଦେଶରେ ନିଯୁକ୍ତି ପାଇବା ଆଶାରେ ଦୁଇ ଦଲାଲ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ଏବଂ ସେମାନେ ମଧ୍ୟ ନିଜ ନିଜର ପ୍ରମାଣ ପତ୍ର ପଠାଇଥିଲେ ।

ଏହା ପରେ ସଂପୃକ୍ତ ସାଇବର ଲୁଟେରାମାନେ ଚାକିରି ବାବଦରେ ଜଣକ ପିଛା ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହି ଟଙ୍କା ପୈଠ ପରେ ତୁମର ଭିସା, ପାସପୋର୍ଟ, ଅଫରଲେଟର ଓ ଇନ୍ସୁରାନ୍ସ ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାସହ ପ୍ରଥମ କିସ୍ତିରେ ଜଣକ ପିଛା ୫ ହଜାର ଲେଖାଏଁ ୪୧ ହଜାର ଟଙ୍କା ସହିତ ଆଙ୍ଗୁଠି ଛପା ବାବଦରେ ୪୯ ହଜାର, ଇ.ମାଇଗ୍ରେସନ ବାବଦରେ ୫୬ ହଜାର, ଭିସା ମାମଲାରେ ୧ ଲକ୍ଷ ୨୦ ହଜାର, ସଙ୍ଗରୋଧ କେନ୍ଦ୍ର ଖର୍ଚ୍ଚ ୮୦ ହଜାର ଏଭଳି ଅନେକ ବିଭିନ୍ନ ଆଳ ଦେଖାଇ ୮ ଯୁବକଙ୍କଠାରୁ ସମୁଦାୟ ୫ ଲକ୍ଷ ୧୪ ହଜାର ଟଙ୍କା ନେଇଥିବା ବେଳେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ନାମଥିବା ଦିନେଶ ରାମ କୁମାର ମୌରିଆଙ୍କ ଆକାଉଣ୍ଟକୁ ଟଙ୍କା ଛଡ଼ା ଯାଇଥିବା କହିଛନ୍ତି ।

ଏହାପରେ ସାଇବର ଠକମାନେ ୪ ଜଣକ ନକଲି ଭିସା, ଫ୍ଲାଇଟ ଟିକେଟ ସହିତ ବିଭିନ୍ନ କାଗଜପତ୍ର ପଠାଇବା ସହ ଅନ୍ୟ ୪ ଜଣଙ୍କ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ହୋଇଯିବ ବୋଲି କହିଥିଲେ । ଯାହାକି ବିଦେଶରେ ଚାକିରି କରିବା ଆଶା ରଖି ୮ ଜଣ ବିମାନ ବନ୍ଦର ଭିତରକୁ ଯିବା ସମୟରେ ପୋଲିସ ସେମାନଙ୍କ ନକଲି ପାସପୋର୍ଟ ଓ ଭିସାକୁ କାବୁ କରିଥିଲା ।

ଏନେଇ ଠକାମୀର ଶିକାର ହୋଇଥିବା ଯୁବକମାନେ ପୂର୍ବରୁ ଭୁବନେଶ୍ବର ବିମାନ ବନ୍ଦରରେ ଏତଲା ଦେଇଥିବା ବେଳେ ସ୍ଥାନୀୟ ନେତା ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ବରେ ଦିଗପହଣ୍ଡି ଥାନାରେ ପହଞ୍ଚି ସାଇବର ଠକମାନଙ୍କ ବିରୋଧରେ ଏତଲା ଦେବା ସହ ବ୍ରହ୍ମପୁର ସାଇବର ଥାନାକୁ ଯାଇ ଅଭିଯୋଗ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.