ETV Bharat / city

‘ମୋ କଲେଜ ଅଭିଯାନ’ ପାଇଁ ପୁରାତନ ଛାତ୍ର ସଙ୍ଘର ପ୍ରସ୍ତୁତି

author img

By

Published : Mar 20, 2021, 10:13 PM IST

Updated : Mar 20, 2021, 10:59 PM IST

ଆସନ୍ତା 21ରେ ଲୋକାର୍ପଣ ହେବ ‘ମୋ କଲେଜ’ । ଏହାକୁ ସଫଳ କରାଇବା ନେଇ ପୁରାତନ ଛାତ୍ର ସଙ୍ଘ କରିଛି ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ..

‘ମୋ କଲେଜ ଅଭିଯାନ’ ପାଇଁ  ପୁରାତନ ଛାତ୍ର ସଂଙ୍ଘର ପ୍ରସ୍ତୁତି

ବ୍ରହ୍ମପୁର: ସରକାରଙ୍କ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ପାଇଁ ପୁରାତନ ଛାତ୍ର ସଙ୍ଘର ପ୍ରସ୍ତୁତି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଦଘାଟନ ହେବାକୁ ସ୍ଥିର କରି ‘ମୋ କଲେଜ’ ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବାକୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ।

‘ମୋ କଲେଜ ଅଭିଯାନ’ ପାଇଁ ପୁରାତନ ଛାତ୍ର ସଙ୍ଘର ପ୍ରସ୍ତୁତି

ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଏହି ନୂତନ କାର୍ଯ୍ୟକ୍ରମ ରବିବାର ଅର୍ଥାତ୍ ମାର୍ଚ୍ଚ ୨୧ ଅପରାହ୍ନ ୪ ଘଣ୍ଟିକା ସମୟରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଯେପରି ସମସ୍ତ ପୁରାତନ ବିଦ୍ୟାର୍ଥୀ ଯୋଗଦାନ କରି ଏହାକୁ ସଫଳ କରାଇବେ ସେ ନେଇ ଅଧ୍ୟକ୍ଷ ଆହ୍ବାନ କରିଛନ୍ତି ।

ଏହି ବୈଠକରେ ଅତିଥି ରୂପେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏନ୍.ଧନଞ୍ଜୟ ରେଡି , ଛତ୍ରପୁର ଏନ୍.ଏ.ସି ର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା , ପୁରାତନ ଛାତ୍ର ସଙ୍ଘର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ , ଛତ୍ରପୁରର ଶିକ୍ଷାବିତ ଚିହ୍ନୟ କୁମାର ଦାଶ ପ୍ରମୁଖ ମଞ୍ଚାସୀନ ରହି ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି । ଏଥି ସହିତ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ସରକାରଙ୍କ ‘ମୋ କଲେଜ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ମହାବିଦ୍ୟାଳୟର ସମସ୍ତ ପୁରାତନ ବିଦ୍ୟାର୍ଥୀଙ୍କୁ ଏକତ୍ରିତ କରିବାକୁ ଏକ ପ୍ରମୁଖ ମାଧ୍ୟମ ପାଲଟିବ । ଏହାବାଦ କଲେଜ କର୍ତ୍ତୃପକ୍ଷ ଯେତେବେଳେ କୌଣସି ସହଯୋଗ ପାଇଁ ଆହ୍ୱାନ କରିବେ ସେଥିରେ ସମସ୍ତେ ଆଗକୁ ଆସିବାକୁ ପ୍ରସ୍ତୁତ ରହିଥିବା ପରାମର୍ଶ ଦିଆଯାଇଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ପଣ୍ଡା , ପୂର୍ବତନ ଉପସଭାପତି ସନ୍ତୋଷ କୁମାର ମିଶ୍ର ଓ ହିମାଶୁଂ ଶେଖର ଯାଦବ , ଇଜୁ ଅମିନ୍ ଖାନ୍ ,ଦିବାକର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମରେ ମୋ କଲେଜ ଅଭିଯାନର ସଂଯୋଜିକା ଅଧ୍ୟାପିକ ଡା.ପିଙ୍କି ରାଣୀ ଦେଇ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କିପରି କୋଭିଡ କଟକଣା ମଧ୍ୟରେ ଏହାକୁ ପାଳନ କରାଯିବ ତାହାକୁ ନେଇ ସରକାରଙ୍କ ନିର୍ଦ୍ଦେଶ ଉପରେ ସୂଚନା ଦେଇ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 20, 2021, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.