ETV Bharat / city

Covid Warrior: ଦିବଂଗତ ସାମ୍ବାଦିକ ମନୋଜ ସାହୁଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ

author img

By

Published : Jun 10, 2022, 7:27 AM IST

କୋରୋନା ଯୋଦ୍ଧାଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

Covid Warrior:ଦିବଂଗତ ସାମ୍ବାଦିକ ମନୋଜ ସାହୁଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ

ବ୍ରହ୍ମପୁର: କୋରୋନା ଯୋଦ୍ଧାଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର । କୋଭିଡର ଦ୍ବିତୀୟ ଲହରରେ ପ୍ରାଣ ହରାଇଥିବା ଗଞ୍ଜାମର ଦିବଂଗତ ସାମ୍ବାଦିକ ମନୋଜ ସାହୁଙ୍କ ସ୍ତ୍ରୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ସାମ୍ବାଦିକମାନଙ୍କ ହିତ ପାଇଁ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା, ସାମ୍ବାଦିକ କଲ୍ୟାଣ ପାଣ୍ଠି ଯୋଜନା ପ୍ରଣୟନ କରାଯାଇଛି । ଗତ କୋରୋନା ମହାମାରୀ ସମୟରେ ଅନେକ ସାମ୍ବାଦିକ ନିଜ ଜୀବନକୁ ଖାତିର ନ କରି ଲୋକଙ୍କ ହିତରେ କାର୍ଯ୍ୟ କରି କୋଭିଡ ସମୟରେ ଆକ୍ରାନ୍ତ ହୋଇ ନିଜ ଅମୂଲ୍ୟ ଜୀବନକୁ ହରାଇଛନ୍ତି ।

ଏନେଇ ସାମ୍ବାଦିକ ମାନଙ୍କ ପରିବାର ବର୍ଗଙ୍କ ଭରଣ ପୋଷଣ ପାଇଁ ରାଜ୍ୟ ସରକାର ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରି ଆସୁଛନ୍ତି । (ଦୈନିକ ଓଡିଆ ଖବର କାଗଜ )ଏକ ଓଡିଆ ଖବର କାଗଜର ସାମ୍ବାଦିକ ସ୍ବର୍ଗତ ମନୋଜ କୁମାର ସାହୁଙ୍କ ଧର୍ମପତ୍ନୀ ସରସ୍ବତୀ ସାହୁଙ୍କୁ ୧୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ସ୍ବର୍ଗତ ସାହୁ କୋଭିଡରେ ଆକ୍ରନ୍ତ ହୋଇ ଗତବର୍ଷ ଏପ୍ରିଲ ୨୩ରେ ଆଖି ବୁଜିଥିଲେ। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପ୍ରାପ୍ତ ଏହି ଅର୍ଥରାଶିକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଛି । ଏହି ଅର୍ଥରାଶି ପ୍ରଦାନ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.