ETV Bharat / city

'ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଶିକ୍ଷାର ଉନ୍ନତିକରଣ ମୋର ଲକ୍ଷ୍ୟ' - ନୂତନ କୁଳପତି ପ୍ରଫେସର ଗୋବିନ୍ଦ ଯୋଶେଫ ଚକ୍ରପାଣି

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବରେ ପ୍ରଫେସର ଗୋବିନ୍ଦ ଯୋଶେଫ ଚକ୍ରପାଣି ଦାୟିତ୍ବ ଗ୍ରହଣ କରିଛନ୍ତି । ଅନେକ ପୁରାତନ ବିଭାଗ ଏବଂ ବହୁ ବରିଷ୍ଠ ପ୍ରଫେସର ମାନେ କାର୍ଯ୍ୟ କରିଥିବାରୁ ତାହାକୁ ଦୃଷ୍ଟିରେ ରଖି ଆଗକୁ କାମ କରିବୁ ବୋଲି ସେ କହିଛନ୍ତି । ଦେଖନ୍ତୁ ‘ଇଟିଭି ଭାରତ’ ସହ ତାଙ୍କର ସ୍ବତନ୍ତ୍ର ସାକ୍ଷାତକାର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 18, 2019, 3:22 AM IST

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବରେ ପ୍ରଫେସର ଗୋବିନ୍ଦ ଯୋଶେଫ ଚକ୍ରପାଣି ଦାୟିତ୍ବ ଗ୍ରହଣ କରିବା ପରେ ‘ଇଟିଭି ଭାରତ’କୁ ଦେଇଛନ୍ତି ସ୍ବତନ୍ତ୍ର ସାକ୍ଷାତକାର । ରାଜ୍ୟର ଏହି ପୁରାତନ ବିଶ୍ବବିଦ୍ୟାଳୟରେ ଶିକ୍ଷାର ଉନ୍ନତିକରଣ ପାଇଁ ରଖିଥିବା ନିଜର ଲକ୍ଷ୍ୟ ଉପରେ ବିସ୍ତୃତ ଭାବରେ ବାଖ୍ୟା କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ମୁଖ୍ୟତଃ ପ୍ରଫେସର ଚକ୍ରପାଣି ବ୍ରହ୍ମପୁରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷା ସମାପ୍ତ କରିଥିବା ବେଳେ ଏଠାରେ ଅନେକ ପୁରାତନ ବିଭାଗ ଏବଂ ବହୁ ବରିଷ୍ଠ ପ୍ରଫେସର ମାନେ କାର୍ଯ୍ୟ କରିଥିବାରୁ ତାହାକୁ ଦୃଷ୍ଟିରେ ରଖି ଆଗକୁ କାମ କରିବୁ । ଆଗାମୀ ଦିନରେ ଗୁଣାତ୍ମକ ଅଧ୍ୟାପକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯିବା ସହ ଏହାଦ୍ବାରା ବିଦ୍ୟାର୍ଥୀ ମାନେ ଉଚିତ ଶିକ୍ଷା ପାଇବେ ଓ ଭବିଷ୍ୟତରେ ଅନେକ କାର୍ଯ୍ୟ କରିପାରିବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଶ୍ବବିଦ୍ୟାଳୟରେ ଲାଇବ୍ରେରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଫୋକସ ରହିବ । ଏହାସହ ବିଦ୍ୟାର୍ଥୀ ମାନେ ଶିକ୍ଷା ସହିତ ଯେପରି ନିଯୁକ୍ତି ସୁଯୋଗ ପାଇପାରିବେ ସେ ନେଇ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି । ବିଶ୍ବବିଦ୍ୟାଳୟରେ କ୍ଲାଇମେଟ୍ ସାଇନ୍ସ , ବିପର୍ଯ୍ୟୟ ପରିଚାଳନା , ପବ୍ଲିକ ପଲିସ୍ ଏଣ୍ଡ ଗଭର୍ଣ୍ଣାନ୍ସ , ପୂର୍ବରୁ ରହିଥିବା ହୋମ୍ ସାଇନ୍ସ ସହ ମହିଳା ଓ ଶିଶୁ ବିକାଶ ବିଭାଗ , କମ୍ପୁଟର ସାଇନ୍ସ ଭଳି ନୂତନ ବିଭାଗ ଖୋଲାଯିବାକୁ ଯୋଜନା ରଖିଛି । ଏପରିକି ବିଶ୍ବବିଦ୍ୟାଳୟରେ ଗବେଷଣା ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନୂତନ କୁଳପତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୂଳପତି ଭାବରେ ପ୍ରଫେସର ଗୋବିନ୍ଦ ଯୋଶେଫ ଚକ୍ରପାଣି ଦାୟିତ୍ୱ ଗ୍ରହଣ କରିବା ପରେ ଇଟିଭି ଭାରତ କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ସେ ରାଜ୍ୟର ଏହି ପୁରାତନ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ଉନ୍ନତିକରଣ ପାଇଁ ରଖିଥିବା ନିଜର ଲକ୍ଷ୍ୟ ଉପରେ ବିସୃତ ଭାବରେ ବାଖ୍ୟା କରିଛନ୍ତି । ମୁଖ୍ୟତଃ ପ୍ରଫେସର ଚକ୍ରପାଣି ବ୍ରହ୍ମପୁର ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷା ସମାପ୍ତ କରିଥିବା ବେଳେ ଏଠାରେ ଅନେକ ପୁରାତନ ବିଭାଗ ଏବଂ ବହୁ ବରିଷ୍ଠ ପ୍ରଫେସର ମାନେ କାର୍ଯ୍ୟ କରିଥିବାରୁ ତାହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ନେଇ ଆଗାମୀ ଦିନରେ ଗୁଣାତ୍ମକ ଅଧ୍ୟାପକ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ସହ ଏହାଦ୍ୱାରା ବିଦ୍ୟାର୍ଥୀ ମାନେ ଉଚିତ ଶିକ୍ଷା ପାଇବା ସହ ଭବିଷ୍ୟତରେ ଅନେକ କାର୍ଯ୍ୟ କରିପାରିବେ ବୋଲି କହିଛନ୍ତି । ଅନ୍ୟପଟେ ବିଶ୍ୱବିଦ୍ୟାଳୟରେ ଲାଇବ୍ରେରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବା ବେଳେ ବିଦ୍ୟାର୍ଥୀ ମାନେ ଶିକ୍ଷା ସହିତ ଯେପରକି ନିଯୁକ୍ତି ସୁଯୋଗ ପାଇପାରିବେ ସେ ନେଇ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ଏପରିକି ବିଶ୍ୱବିଦ୍ୟାଳୟରେ କ୍ଲାଇମେଟ୍ ସାଇନ୍ସ , ବିପର୍ଯ୍ୟୟ ପରିଚାଳନ୍ନା , ପବ୍ଲିକ ପଲିସ୍ ଏଣ୍ଡ ଗର୍ଭରନାନ୍ସ , ପୂର୍ବରୁ ରହିଥିବା ହୋମ୍ ସାଇନ୍ସ ସହ ମହିଳା ଓ ଶିଶୁ ବିକାଶ ବିଭାଗ , କମ୍ପୁଟର ସାଇନ୍ସ ଭଳି ନୂତନ ବିଭାଗ ଖୋଲାଯିବାକୁ ଯୋଜନା ରଖିଥିବା କହିଛନ୍ତି । ଏପରିକି ବିଶ୍ୱବିଦ୍ୟାଳୟରେ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ନୂତନ କୂଳପତି ।
ବାଇଟ୍- ପ୍ରଫେସର ଗୋବିନ୍ଦ ଜୋଶେଫ ଚକ୍ରପାଣି(କୂଳପତି,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ)
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
ଭିଜୁଆଲ ମୋଜୋ ରେ ଯାଇଛି...
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.