ETV Bharat / city

ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ NDRF ସଦା ପ୍ରସ୍ତୁତ: ବିଶ୍ୱନାଥ ଚୌଧୁରୀ

author img

By

Published : Dec 15, 2021, 8:57 PM IST

ବର୍ତ୍ତମାନ ସ୍ଥିତିରେ ରାସାୟନିକ, ଜୈବିକ, ରେଡ଼ିଓଲୋଜି, ପରମାଣୁ ବିପର୍ଯୟର ମୁକାବିଲା ଦିଗରେ NDRF ଅନେକ ସଫଳତା ହାସଲ କରୁଥିବା କହିଲେ ଟକ ସ୍ଥିତ ତୃତୀୟ ବାଟାଲିୟନ NDRF ର ପ୍ରତିନିଧି ବିଶ୍ୱନାଥ ଚୌଧୁରୀ । ଅଧିକ ପଢନ୍ତୁ

ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ NDRF ସଦା ପ୍ରସ୍ତୁତ: ବିଶ୍ୱନାଥ ଚୌଧୁରୀ
ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ NDRF ସଦା ପ୍ରସ୍ତୁତ: ବିଶ୍ୱନାଥ ଚୌଧୁରୀ

ବ୍ରହ୍ମପୁର: ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଦା ପ୍ରସ୍ତୁତ । ପ୍ରାକୃତିକ ବିପର୍ଯୟ ସବୁବେଳ ଆସେ । ଏହା କାଳ କାଳରୁ ଅଛି, ପୂର୍ବରୁ ଥିଲା ବର୍ତ୍ତମାନ ବି ଆସୁଛି । ବିଜ୍ଞାନର ଅଗ୍ରଗତି ଯୋଗୁଁ ଆମ୍ଭେ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ସୂଚନା ପାଇପାରୁଛୁ ଏବଂ ତାହାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିନେଉଛୁ ବୋଲି କଟକ ସ୍ଥିତ ତୃତୀୟ ବାଟାଲିୟନ NDRF ର ପ୍ରତିନିଧି ବିଶ୍ୱନାଥ ଚୌଧୁରୀ କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ଆମେ ସତର୍କ ଓ ସଚେତନ ହେଉଥିବାରୁ ଜନଜୀବନ ସୁରକ୍ଷିତ ରଖିବା ଦିଗରେ ସକ୍ଷମ ହୋଇପାରୁଛେ । ଏହାର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଦଳ(NDRF) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳଙ୍କ(ODRF) ଭୂମିକା ଗୁରୁତ୍ୱ ପୂର୍ଣ୍ଣ । ୧୯୯୯ ମସିହାରେ ପାଖାପାଖି 10,000 ଲୋକଙ୍କ ଜୀବନ ଯାଇଥିଲା, 2005 ମସିହାରେ ଯେଉଁ ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ସେଥିରେ ଅନେକ ଜନଜୀବନ ସୁରକ୍ଷିତ କରାଯାଇଥିଲା । ବର୍ତ୍ତମାନ NDRF ଏବଂ ODRF ଦଳ ଦ୍ୱାରା ଅନେକ ସଫଳତା ହାସଲ ହୋଇପାରୁଛି । ମଙ୍ଗଳବାର ମକଡ୍ରିଲ ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜରୁରୀକାଳୀନ ବିଭାଗ ଡେପୁଟି କଲେକ୍ଟର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବର୍ତ୍ତମାନ ସ୍ଥିତିରେ ରାସାୟନିକ, ଜୈବିକ, ରେଡ଼ିଓଲୋଜି, ପରମାଣୁ ବିପର୍ଯୟର ମୁକାବିଲା ଦିଗରେ NDRF ଅନେକ ସଫଳତା ହାସଲ କରୁଛି ବୋଲି କଟକ ସ୍ଥିତ ତୃତୀୟ ବାଟାଲିୟନ NDRF ର ପ୍ରତିନିଧି ବିଶ୍ୱନାଥ ଚୌଧୁରୀ ମତ ରଖିଥିଲେ ।

ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ମକଡ୍ରିଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ମକଡ୍ରିଲରେ ବିପତ୍ତି ସମୟରେ କିଭଳି ସୁରକ୍ଷା ଓ ସତର୍କତା ଅବଲମ୍ବନ କରାଯାଇପାରିବ ସେ ସମ୍ପର୍କୀୟ ସଚେତନତା ସୃଷ୍ଟି କରାଯିବା ନେଇ ଆଲୋଚନା ହୋଇଥିଲା । ବୈଠକରେ OSDMA ର ଡିପିଓ ପ୍ରଭୁ ପ୍ରସାଦ ମହାରଣା, NDRF ତୃତୀୟ ବାଟାଲିୟନର ସୁଶୀଲ କୁମାର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଧିକାରୀ ଗୋପବନ୍ଧୁ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.