ETV Bharat / city

କୋଭିଡ କଟକଣା ନବରାତ୍ର, ବିନା ଭକ୍ତରେ ଚାଲିଛି ବୁଢୀ ଠାକୁରାଣୀ ପୂଜା - ବୁଢୀ ଠାକୁରାଣୀ ପୂଜା

ପାରମ୍ପରିକ ରୀତିନୀତି ଅନୁଯାଇ ଚଳିତବର୍ଷ ମା'ଙ୍କ ପୀଠରେ ଏହି ପୂଜା ଚାଲିଥିବାବେଳେ ବିନା ଭକ୍ତରେ ମାଆଙ୍କ ପୂଜାର୍ଚ୍ଚନା ହେଉଥିବାବେଳେ ମନ୍ଦିର ବାହାରେ ଭକ୍ତମାନେ ମାଆଙ୍କୁ ଦର୍ଶନ କରିନପାରି ମନଦୁଃଖରେ ଫେରୁଥିବା ଦେଖାଯାଇଛି । ଦେଖିବା ଇଟିଭି ଭାରତର ସ୍ୱତନ୍ତ୍ର ରିପୋର୍ଟ...

nabaratra-puja-starts-on-covid-guidlines-in-berhmpur

author img

By

Published : Oct 18, 2020, 2:28 PM IST

ବ୍ରହ୍ମପୁର: କୋଭିଡ୍ କଟକଣା ମଧ୍ୟରେ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ପୀଠରେ ଆରମ୍ଭ ହୋଇଯାଇଛି ନବରାତ୍ର ପୁଜା । ସ୍ୱତନ୍ତ୍ର ସଂସ୍କୃତି ଓ ପରମ୍ପରାକୁ ସାରା ରାଜ୍ୟରେ ଏକ ପରିଚୟ ସୃଷ୍ଟି କରିଥିବା ରେଶମ ସହର ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ଚାଲିଛି ଏହି ପୂଜାର୍ଚ୍ଚନା । ପାରମ୍ପରିକ ରୀତିନୀତି ଅନୁଯାଇ ଚଳିତବର୍ଷ ମା ଙ୍କ ପୀଠରେ ଏହି ପୂଜା ଚାଲିଥିବାବେଳେ ବିନା ଭକ୍ତରେ ମାଆଙ୍କ ପୂଜାର୍ଚ୍ଚନା ହେଉଥିବାବେଳେ ମନ୍ଦିର ବାହାରେ ଭକ୍ତମାନେ ମାଆଙ୍କୁ ଦର୍ଶନ କରିନପାରି ମନଦୁଃଖରେ ଫେରୁଥିବା ଦେଖାଯାଇଛି । ଦେଖିବା ଇଟିଭି ଭାରତର ସ୍ୱତନ୍ତ୍ର ରିପୋର୍ଟ ।

କୋଭିଡ କଟକଣା ନବରାତ୍ର , ବିନା ଭକ୍ତରେ ଚାଲିଛି ବୁଢୀ ଠାକୁରାଣୀ ପୂଜା

କୋଭିଡ୍ କଟକଣା ମଧ୍ୟରେ ନବରାତ୍ର ପୂଜାର ଧୁମ । ରେଶମ ସହର ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢୀ ଠାକୁରାଣୀ ପୀଠରେ ଆରମ୍ଭ ହୋଇଯାଇଛି ନବରାତ୍ର ପୂଜା । ଗର୍ଭୀଣି ସଂକ୍ରାନ୍ତି ଅବସରରେ ନବରାତ୍ର ପୂଜା ପାଇଁ ବ୍ରହ୍ମପୁର ସହର ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି । ସହରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ମନ୍ଦିରରେ ମା ଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଥିଲେ ମଧ୍ୟ ଭକ୍ତମାନେ ମାଙ୍କୁ ଦର୍ଶନ କରିନପାରି ମନ୍ଦିର ସମ୍ମୁଖରୁ ଫେରୁଥିବା ଦେଖାଯାଇଛି । ବର୍ଷ ବର୍ଷ ଧରି ସହରର ପୁରୁଣା ବ୍ରହ୍ମପୁରରେ ପୂଜା ପାଇ ଆସୁଥିବା ମା ବୁଢୀ ଠାକୁରାଣୀଙ୍କ କୋରୋନା କଟକଣା ମଧ୍ୟରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ଜାରି ରହିଛି ପୂଜାର୍ଚ୍ଚନା ।

ମାଆଙ୍କ ମହିମା ଅପାର । ଦକ୍ଷିଣ ଓଡିଶାର ଅନେକ ପରିବାର ସମେତ ବ୍ରହ୍ମପୁର ସହରବାସୀ ମାଙ୍କୁ ଇଷ୍ଟ ଦେବୀ ଭାବେ ପୂଜା କରନ୍ତି । ତତ୍କାଳୀନ ମହୁରୀ ରାଜାଙ୍କ ଶାସନ କାଳରେ ପଡୋଶୀ ରାଜ୍ୟରୁ ଆସିଥିବା ଡେରା ସଂପ୍ରଦାୟର ଲୋକମାନେ ମା’ଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଆଉ ପ୍ରତ୍ୟେକ ବର୍ଷ ନବରାତ୍ର ପୂଜା ସମୟରେ ମା’ଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟେ । ହେଲେ ଚଳିତବର୍ଷ ବିନା ଭକ୍ତରେ ଚାଲିଛି ମାଆଙ୍କ ଏହି ପୂଜାର୍ଚ୍ଚନା । ନବରାତ୍ର ପୂଜା ସମୟରେ ପ୍ରାତଃ ସମୟରୁ ମା ଙ୍କ ମଙ୍ଗଳଆଳତୀ , ବାଳଭୋଗ, ମଧ୍ୟାହ୍ନ ଭୋଗ, ସନ୍ଧ୍ୟା ଆଳତୀ ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.