ବ୍ରହ୍ମପୁର: ପୌର ନିର୍ବାଚନ ପାଇଁ ରେଶମ ସହର ବ୍ରହ୍ମପୁର ମହାନଗର ନିଗମ(berhampur municipal corporation)ରେ ରାଜନୈତିକ ଉଷ୍ମତା ଲାଗି ରହିଛି । ଇତିମଧ୍ୟରେ ସରିଛି ନାମାଙ୍କନ ପ୍ରକ୍ରିୟା । ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବା ପରେ ମହାନଗର ନିଗମର ୧୫ ନମ୍ବର ୱାର୍ଡରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଥିବା ଆର୍.ପାବନୀ ଅପ୍ରତିଦ୍ୱନ୍ଦୀ ଥିବା ଜଣାପଡିଛି । ଯାହାକୁ ନେଇ ବିଜେଡି ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
୧୫ନମ୍ବର ୱାର୍ଡରୁ ବିଜେପି, କଂଗ୍ରେସ କିମ୍ବା କୌଣସି ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାଁନ୍ତି । ୪୨ଟି ୱାର୍ଡ ମଧ୍ୟରୁ ଆର୍.ପାବନୀ ଏକମାତ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ସୂଚନାନୁଯାୟୀ, ପାବନୀଙ୍କ ସ୍ଵାମୀ ଆର୍. ମୂରଲୀମୋହନ ପୂର୍ବରୁ ୨ ଥର ବିପୁଳ ଭୋଟରେ ବିଜୟୀ ହୋଇ ମହାନଗର ନିଗମକୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ଏହି ଅଞ୍ଚଳଟି ୧୬ ନମ୍ବର ୱାର୍ଡରେ ଥିବାବେଳେ ୨୦୧୪ରେ ସୀମା ନିର୍ଦ୍ଧାରଣ ପରେ ୫ ନମ୍ବର ୱାର୍ଡ ହୋଇଥିଲା । ବର୍ତ୍ତମାନ ଏହି ଅଞ୍ଚଳଟି ପୁଣି ସୀମା ନିର୍ଦ୍ଧାରଣ ପରେ ୧୫ ନମ୍ବର ୱାର୍ଡରେ ସାମିଲ ହୋଇଛି । ଏହି ୱାର୍ଡରେ ସହରର ତୁଳସୀନଗର, ନୀଳାଦ୍ରିବିହାର, ସୋମନାଥନଗର, ତ୍ରିନାଥନଗର, ସୁରଜ ବିହାର, ମୟୁରୀ ବିହାର ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ