ETV Bharat / city

ଡ୍ରୋନ ତିଆରି କରିବେ ବ୍ରହ୍ମପୁର ଆଇଟିଆଇ ବିଦ୍ୟାର୍ଥୀ - Berhampur itr and igdrones

ବ୍ରହ୍ମପୁର ଆଇଟିଆଇ ବିଦ୍ୟାର୍ଥୀ ନିର୍ମାଣ କରିବେ ଡ୍ରୋନ । ଏନେଇ ବ୍ରହ୍ମପୁର ଆଇଟିଆଇ ଏବଂ ଡ୍ରୋନ ପ୍ରସ୍ତୁତକାରୀ ସଂସ୍ଥା ଆଇଜି ଡ୍ରୋନସ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଅଧିକ ପଢନ୍ତୁ...

MOU Between Berhampur iti and igdrones
ବ୍ରହ୍ମପୁର ଆଇଟିଆଇ ବିଦ୍ୟାର୍ଥୀ ନିର୍ମାଣ କରିବେ ଡ୍ରୋନ
author img

By

Published : Jan 15, 2021, 10:22 PM IST

ବ୍ରହ୍ମପୁର: ଆଇଟିଆଇ ବିଦ୍ୟାର୍ଥୀ ନିର୍ମାଣ କରିବେ ଡ୍ରୋନ । ବର୍ତ୍ତମାନର ସମୟରେ ବଜାରରେ ଟେକ୍ନୋଲୋଜି ପରିବର୍ତ୍ତନ ସାଙ୍ଗକୁ ଡ୍ରୋନର ଚାହିଦା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସରକାରୀ ଆଇଟିଆଇ ଏବଂ ଡ୍ରୋନ ପ୍ରସ୍ତୁତକାରୀ ସଂସ୍ଥା ଆଇଜି ଡ୍ରୋନସ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

ବ୍ରହ୍ମପୁର ଆଇଟିଆଇ ବିଦ୍ୟାର୍ଥୀ ନିର୍ମାଣ କରିବେ ଡ୍ରୋନ

ପୂର୍ବରୁ ଇଂଜିନିୟରିଂ ବିଭାଗର ବିଦ୍ୟାର୍ଥୀ ଯାହାକୁ ପ୍ରସ୍ତୁତ କରୁଥିଲେ ତାହାକୁ ବର୍ତ୍ତମାନ ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀ ମାନେ ତାଲିମ ନେଇ ଡ୍ରୋନ ନିର୍ମାଣ କରିବାକୁ ଯାଉଛନ୍ତି । ଆଧୁନିକ ଯୁଗରେ ଡ୍ରୋନର ଚାହିଦା କେବଳ ଫଟୋ ଉଠାଇବା ମଧ୍ୟରେ ସୀମିତ ହୋଇ ରହିନଥିବା ବେଳେ ଯୁଦ୍ଧ ଠାରୁ ଆରମ୍ଭ କରି ସ୍ମାର୍ଟ ସିଟି ପର୍ଯ୍ୟନ୍ତ , ବୁଲେଟ୍ ଟ୍ରେନ ଠାରୁ ଆରମ୍ଭ କରି ସୋଲାର ସେକ୍ଟର ପର୍ଯ୍ୟନ୍ତ ସବୁଠାରେ ଡ୍ରୋନର ବ୍ୟବହାର ବୃଦ୍ଧି ପାଇଛି । ପୂର୍ବରୁ ବ୍ରହ୍ମପର ଆଇ.ଟି.ଆଇ ର ମେକାନିକାଲ୍ ସେକ୍ଟେର ବିଦ୍ୟାର୍ଥୀ ମାନେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ବିଶ୍ବ ଦର ଦରବାରରେ ଆଦୃତ ହେବା ସହିତ ବହୁତ ଉଚ୍ଚମାନର ପ୍ରଶଂସା ମଧ୍ୟ ପାଇଛନ୍ତି ।

ଏହି ଚୁକ୍ତି ସ୍ବାକ୍ଷରିତ ପରେ ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀ ମାନେ ଡ୍ରୋନ ନିର୍ମାଣ, ମରାମତି ଓ ପରିଚାଳନା କ୍ଷେତ୍ରରେ ତାଲିମ ନେବାକୁ ଯାଉଛନ୍ତି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହା ଦ୍ବାରା ବିଦ୍ୟାର୍ଥୀଙ୍କ ଦକ୍ଷତା ବିକାଶ ପାଇଁ ଏହା ଏକ ମାଇଲଖୁଣ୍ଟ ହେବ। ଏଥିନିମନ୍ତେ ଉକ୍ତ ସଂସ୍ଥା ଓ ଅନୁଷ୍ଠାନ ପକ୍ଷରୁ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.