ETV Bharat / city

ଗଞ୍ଜାମରେ ପୁଣି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଟକ - minor girl rape by shopkeeper in ganjam

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିବା ପରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ।

ଗଞ୍ଜାମରେ ପୁଣି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଟକ
author img

By

Published : Nov 22, 2019, 4:39 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ଜା । ଜିଲ୍ଲାର ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିବା ପରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ଏହି ଥାନା ଅଧିନସ୍ଥ ଏକ ଗ୍ରାମରେ ଜଣେ 11 ବର୍ଷୀୟ ନାବାଳିକାଙ୍କୁ ଏକ ଦୋକାନୀ ଆଳୁ ଦେବା ବାହାନାରେ ଏଭଳି ଘଟଣା କରିଥିବା ଅଭିଯୋଗ ହୋଇଛି ।

ଘଟଣା ଗତ 16 ତାରିଖ ଦିନ ଘଟିଥିବା ବେଳେ ଉକ୍ତ ନାବାଳିକାଙ୍କ ପରିବାର ଉପରେ ଚାପ ପକାଯାଇ ଘଟଣାକୁ ଚପାଇବା ପାଇଁ ଉଦ୍ୟମ ହୋଇଥିଲା । ତଥାପି ନାବଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ନାବାଳିକାଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ଅଣାଯାଇ ଡାକ୍ତରୀ ପରୀକ୍ଷା କରାଯାଇଥିଲା ।

ଅନ୍ୟପଟେ ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏନେଇ ବିଜେପିପକ୍ଷରୁ ଏକ ମହିଳା ଟିମ୍ ଗଠନ କରି ପୀଡିତାଙ୍କ ପରିବାର ସହ ସାକ୍ଷାତ କରାଯାଇଛି । ଏହାସହ ସ୍ଥାନୀୟ ପୋଲିସ ସହ ସାକ୍ଷାତ କରି ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ୟା । ଜିଲ୍ଲାର ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିବା ପରେ ପୋଲିସ ଜଣେ ବ୍ୟକ୍ତି ଙ୍କୁ ଅଟକ ରଖିଛି । ଏହି ଥାନା ଅଧିନସ୍ଥ ଏକ ଗ୍ରାମରେ ଜଣେ 11 ବର୍ଷୀୟ ନାବାଳିକା ଙ୍କୁ ଏକ ଦୋକାନୀ ଆଳୁ ଦେବା ବାହାନାରେ ଏଭଳି କରିଥିବା ଅଭିଯୋଗ ହୋଇଛି । ଘଟଣା ଗତ 16 ତାରିଖ ଦିନ ଘଟିଥିବା ବେଳେ ଉକ୍ତ ନାବାଳିକା ଙ୍କ ପରିବାର ଉପରେ ଚାପ ପକାଯାଇ ଘଟଣାକୁ ଚପାଇବା ପାଇଁ ଉଦ୍ୟମ ହୋଇଥିବା ବେଳେ ଶେଷରେ ନାବଳିକାର ପରିବାର ବର୍ଗ ଅଭିଯୋଗ କରିବା ପରେ ନାବାଳିକା ଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କୁ ଅଣାଯାଇ ଡାକ୍ତରୀ ମାଇନ୍ନା କରାଯାଇଛି।ଅନ୍ୟପଟେ ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଥିବା ବେଳେ ବିଜେପି ପକ୍ଷରୁ ଏକ ଟିମ୍ ପିଡୀତାର ପରିବାର ସହ ସ୍ଥାନୀୟ ପୋଲିସକୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି ।
Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.