ETV Bharat / city

ପ୍ରବାସୀ ଓଡିଆଙ୍କୁ ନେଇ ବ୍ରହ୍ମପୁରରୁ ସୁରଟ ଗଲା ସ୍ବତନ୍ତ୍ର ଟ୍ରେନ - ଫେରିଗଲେ ପ୍ରବାସୀ

ପୁଣି ଫେରିଗଲେ ପ୍ରବାସୀ । ସ୍ବତନ୍ତ୍ର ଟ୍ରେନରେ ସୁରଟ ଗଲେ 13 ଶହରୁ ଅଧିକ ଓଡିଆ । ଅଧିକ ପଢନ୍ତୁ...

ପ୍ରବାସୀ ଓଡିଆଙ୍କୁ ନେଇ ବ୍ରହ୍ମପୁରରୁ ସୁରଟ ଗଲା ସ୍ବତନ୍ତ୍ର ଟ୍ରେନ

author img

By

Published : Nov 27, 2020, 8:33 PM IST

ବ୍ରହ୍ମପୁର: ଲକଡାଉନ୍ ସମୟରେ ସୁରଟରୁ ଗଞ୍ଜାମ ଫେରିଥିଲେ ହଜାର ହଜାର ଶ୍ରମିକ । କୋଭିଡ୍ ଭୟରେ ଅନେକ ନିଜ ଗ୍ରାମରେ ଦୀର୍ଘ ଦିନ ଧରି ଅନେକ ଦୁଃଖ କଷ୍ଟରେ ରହିଲେ । ହେଲେ ସରକାରଙ୍କ ଅନଲକ୍ ପରେ କେତେକ ପ୍ରବାସୀ ଓଡିଆ ସରକାରଙ୍କ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ବାହାରିଥିଲେ ନିଜ କର୍ମକ୍ଷେତ୍ରକୁ । ହେଲେ ଅନେକ ଅର୍ଥ ଅଭାବରୁ ଅଟକି ରହିଯାଇଥିଲେ ନିଜ ଅଞ୍ଚଳରେ । ଆଉ ଶେଷରେ ପ୍ରବାସୀ ଶ୍ରମିକ ସୁରକ୍ଷା ମଞ୍ଚର ସହାୟତାରେ ଏକ ସ୍ବତନ୍ତ୍ର ଟ୍ରେନରେ ଏମାନଙ୍କୁ ସୁରଟକୁ ନିଆଯାଇଛି ।

ପ୍ରବାସୀ ଓଡିଆଙ୍କୁ ନେଇ ବ୍ରହ୍ମପୁରରୁ ସୁରଟ ଗଲା ସ୍ବତନ୍ତ୍ର ଟ୍ରେନ

ନିଜେ ଏବଂ ନିଜର ପରିବାରକୁ କୋରୋନା କାଳରେ ଟିକେଟ୍ କରି ଯିବାକୁ ଅସମର୍ଥ ରହିଥିବା ଗଞ୍ଜାମର ବହୁ ପ୍ରବାସୀ ଓଡିଆ ପରିବାର ଶେଷରେ ଏହି ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରୁ ବାହାରି ସୁରଟ ଯାଇଛନ୍ତି । ଦୀର୍ଘ ଦିନ ଧରି ନିଜ ଅଞ୍ଚଳରେ ରହି କୌଣସି କାର୍ଯ୍ୟ ନମଳିବାରୁ ଶେଷରେ ବାଧ୍ୟ ହୋଇ ସୁରଟକୁ ଯାତ୍ରା କରୁଥିବା କହିଛନ୍ତି ଅନେକ ପ୍ରବାସୀ ଓଡିଆ ।

ବ୍ରହ୍ମପୁରରୁ ସୁରଟ ଅଭିମୁଖେ ଯାଇଥିବା ଏହି ସ୍ବତନ୍ତ୍ର ପାୱାର ଲୁମ୍ ଏକ୍ସପ୍ରେସରେ ପ୍ରାୟ 13 ଶହରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ ଯାତ୍ରା କରିଛନ୍ତି । ପ୍ରବାସୀ ଶ୍ରମିକ ସୁରକ୍ଷା ମଞ୍ଚର ସହାୟତାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳର ବ୍ୟକ୍ତିବିଶେଷଙ୍କୁ ନେବା ପାଇଁ ଉଦ୍ୟମ କରାଯାଇଥିବାବେଳେ ଏଥିପାଇଁ ଏକ ବ୍ୟାଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିବା କହିଛନ୍ତି ଏହାର କର୍ମକର୍ତ୍ତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.