ETV Bharat / city

ପଞ୍ଚାୟତ ନିର୍ବାଚନ ପାଇଁ ମାଷ୍ଟର ଟ୍ରେନରଙ୍କୁ ଦିଆଗଲା ତାଲିମ

author img

By

Published : Feb 1, 2022, 10:18 PM IST

ଆସନ୍ତା ପଞ୍ଚାୟତ ନିର୍ବାଚନ -୨୦୨୨ ନିମନ୍ତେ ମାଷ୍ଟର ଟ୍ରେନର ମାନଙ୍କୁ ଦିଆଗଲା ତାଲିମ୍ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୋଲିଂ ଅଫିସର ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଅଧିକ ପଢନ୍ତୁ

master-trainer
ପଞ୍ଚାୟତନ ନିର୍ବାଚନ ପାଇଁ ମାଷ୍ଟର ଟ୍ରେନରଙ୍କୁ ଦିଆଗଲା ତାଲିମ

ବ୍ରହ୍ମପୁର: ଆସନ୍ତା ପଞ୍ଚାୟତ ନିର୍ବାଚନ -୨୦୨୨ ନିମନ୍ତେ ମାଷ୍ଟର ଟ୍ରେନର ମାନଙ୍କୁ ଦିଆଗଲା ତାଲିମ୍ । ସଦର ମହକୁମା ଛତ୍ରପୁର ସ୍ଥିତ ଓସ୍ବାନ୍ ହଲ୍ ପରିସରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନର୍ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଅତିରିକ୍ତ ତହସିଲଦାର, ଉପଜିଲ୍ଲାପାଳ ଏବଂ ପଞ୍ଚାୟତର ଏସ୍.ଡି.ପି.ଓ ଗଣତାଲିମ୍ ନେଇଥିଲେ ।

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୋଲିଂ ଅଫିସର ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଗ୍ରାମ ପଞ୍ଚାୟତର ନିୟମ ଓ ପ୍ରିଜାଇଡିଂ ଅଫିସର ହ୍ୟାଣ୍ଡ ବୁକ୍‌ ଅନୁସାରେ ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ତାଲିମ୍ କାର୍ଯ୍ୟକ୍ରମ ଓ ପୋଲିଂ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅବସରରେ ଆୟୋଜିତ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟରଞ୍ଜନ ସୃଷ୍ଟି ସମସ୍ତ ମାଷ୍ଟର ଟ୍ରେନର୍ ମାନଙ୍କୁ ପୋଲିଂ ଅଫିସର ମାନଙ୍କର ଦାୟିତ୍ର ଓ କର୍ତ୍ତବ୍ୟ ବିଷୟରେ ବିଷଦ୍ ଭାବରେ ତାଲିମ୍ ଦେଇଥିଲେ ଏହି ମାଷ୍ଟର ଟ୍ରେନର୍ ମାନେ ଚଳିତ ମାସ ୨ ତାରିଖ, ୮ତାରିଖ ଓ ୯ ତାରିଖରେ ସଂପୃକ ବ୍ଳକ୍ ହେଡକ୍ରାର୍ଟର ଓ ବ୍ରହ୍ମପୁର ଠାରେ ପୋଲିଂ ଅଫିସର ମାନଙ୍କୁ ତାଲିମ୍ ଦେବେ ।

ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକୁ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ, ସମସ୍ତ ନୋଡାଲ୍ ଅଫିସର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.