ETV Bharat / city

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା - ganjam digapanhandi murder news

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧୀନରେ ଥିବା ବନ୍ଥପଲ୍ଲୀରେ । ଅଧିକ ପଢନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି  ଯୁବକଙ୍କୁ ହତ୍ୟା

author img

By

Published : Feb 1, 2021, 10:56 PM IST

ବ୍ରହ୍ମପୁର:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧୀନରେ ଥିବା ବନ୍ଥପଲ୍ଲୀରେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତର ନୁଆଁ ଅନନ୍ତେଇ ଗ୍ରାମର ମୁଖ୍ୟ ରାସ୍ତାରେ ଜଣେ ଯୁବକଙ୍କ ଘରେ ପଶି ତାଙ୍କୁ ପଥର ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ଅନ୍ୟ ଜଣେ ଆହତ ହୋଇ ବ୍ରହ୍ମପୁର ଏମ୍.କେ. ସି.ଜି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ମୃତକ ହେଲେ ଦୁଷ୍ମନ୍ତ ଚୌଧୁରୀ ଏବଂ ଆହତ ଜଣଙ୍କ ବିକ୍ରମ ଚୌଧୁରୀ । ଏହି ଘଟଣାରେ ଦିଗପହଣ୍ଡି ଥାନା ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରି ତଦନ୍ତ କରୁଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ସାମାନ୍ୟ କଥାକୁ ନେଇ ରବିବାର ସଂନ୍ଧ୍ୟାରେ ଦୁଷ୍ମନ୍ତଙ୍କ ସହ କିଛି ଲୋକଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ସେହି ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ପଥରରେ ଆକ୍ରମଣ କରିଥିଲେ । ଏପରିକି ଏହି ଆକ୍ରମଣ ସମୟରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି ।

ଏହି ଘଟଣାରେ ଦିଗପହଣ୍ଡି ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚାର କରୁଥିବା ଜଣାପଡ଼ିଛି । ଘଟଣା ପରେ ଗ୍ରାମରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଚିକିଟି ଏସଡ଼ିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଏବଂ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.