ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରୁ ଜଣେ ସମିତି ସଭ୍ୟଙ୍କୁ ଉଠାଇ ନେଇଛି ମହାରାଷ୍ଟ୍ର ପୋଲିସ । ମହାରାଷ୍ଟ୍ରରେ ତାଙ୍କ ନାମରେ ମହିଳା ଜଣଙ୍କ କରିଥିବା ଅଭିଯୋଗ ଆଧାରରେ ମହାରାଷ୍ଟ୍ର ପୋଲିସର ଏକ ଟିମ ଆସି ଗାଁରୁ ଗିରଫ କରିଛି । ଗିରଫ ହୋଇଥିବା ସମିତି ସଭ୍ୟ ହେଲେ ହିଞ୍ଜିଳିକାଟୁ ବ୍ଲକ କଞ୍ଚୁଡୁ ପଞ୍ଚାୟତ ଏ. ସୁଦାମ ।
ଏ. ସୁଦାମ ଙ୍କ ନାମରେ ମହାରାଷ୍ଟ୍ରର ଜଣେ ମହିଳା ଦୁଷ୍କର୍ମ ଓ ଠକେଇ ଭଳି ଗୁରୁତ୍ତର ଅଭିଯୋଗ କରିଥିଲେ l ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ମୋନିପଡା ଥାନାରେ ପିଡିତା ମହିଳା ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ହିଞ୍ଜିଳିକାଟୁ ପୋଲିସ ସହାୟତାରେ ଶନିବାର ରାତ୍ରରେ ତାଙ୍କ ବାସଭବନରୁ ପୋଲିସ ଉଠାଇ ଆଣିଥିଲା l
ପରେ ଆଜି ପୋଲିସ ସମସ୍ତ ଅଭିଯୋଗ ଦାଖଲ ପରେ ଆଇନ ଅନୁଯାୟୀ କୋର୍ଟରେ ହାଜର କରିଛି । ପରେ ତାକୁ ମହାରାଷ୍ଟ୍ର ପୋଲିସ ରିମାଣ୍ଡରେ ନେବ ବୋଲି ଜଣାପଡିଛି l
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ