ETV Bharat / city

ବନ୍ଦ ହେଲା ମା' ତାରାତାରିଣୀଙ୍କ ଯାତ୍ରା, ନୀତି ସମ୍ପନ୍ନ କରିବେ ପୂଜକ - due to increase Corona's second wave cases in berhampur

ଏବେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ 4 ହଜାର ଟପିଥିବାବେଳେ ଏହାକୁ ପ୍ରତିହତ କରିବାକୁ ତାରାତାରିଣୀ ଯାତ୍ରା ଉପରେ ଲାଗିଛି କଟକଣା । ବଢୁଥିବା ସଂକ୍ରମଣକୁ ଦେଖି ମାଆ ତାରାତାରିଣୀଙ୍କ ଯାତ୍ରା ବନ୍ଦ କରିବାକୁ ନିଷ୍ପତି ହୋଇଛି । ଅଧିକ ପଢନ୍ତୁ...

ବନ୍ଦ ହେଲା ମା' ତାରାତାରିଣୀଙ୍କ ଯାତ୍ରା
ବନ୍ଦ ହେଲା ମା' ତାରାତାରିଣୀଙ୍କ ଯାତ୍ରା
author img

By

Published : Apr 19, 2021, 12:18 PM IST

ବ୍ରହ୍ମପୁର: କୋରୋନା ଦ୍ବିତୀୟ ଲହର ସଂକ୍ରମଣକୁ ଏଡାଇବା ପାଇଁ ବନ୍ଦ ହୋଇଛି ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀଙ୍କ ଯାତ୍ରା। ଏବେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ 4 ହଜାର ଟପି ଥିବାବେଳେ ଏହାକୁ ପ୍ରତିହତ କରିବାକୁ ତାରାତାରିଣୀ ଯାତ୍ରା ଉପରେ ଲାଗିଛି କଟକଣା ।

ବଢୁଥିବା ସଂକ୍ରମଣକୁ ଦେଖି ମାଆ ତାରାତାରିଣୀଙ୍କ ଯାତ୍ରା ବନ୍ଦ କରିବାକୁ ନିଷ୍ପତି ହୋଇଛି । ବିନା ଭକ୍ତରେ ମାଆଙ୍କ ଚୈତ୍ର ପର୍ବର ଚତୁର୍ଥ ମଙ୍ଗଳବାର ଅବସରରେ କେବଳ ମାଙ୍କ ରୀତିନୀତି ପୂଜକଙ୍କ ଦ୍ୱାରା ଅନୁପାଳନ କରାଯିବ ।

ଏଣୁ ଆସନ୍ତାକାଲି(ମଙ୍ଗଳବାର) ମାଆ ତାରାତାରିଣୀଙ୍କ ଯାତ୍ରା ବନ୍ଦ ରହିବ ଏବଂ ଭକ୍ତ ମାନଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତ ତୃତୀୟ ମଙ୍ଗଳବାର ଅବସରରେ ମାଆଙ୍କ ଯାତ୍ରା ପାଇଁ କେବଳ ସ୍ଥାନୀୟ ଲୋକଙ୍କ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.