ETV Bharat / city

ଏପ୍ରିଲ ୯ରୁ ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ ଯାତ୍ରା, ଶେଷ ପର୍ଯ୍ୟାୟରେ ସାଜସଜା - ଶେଷ ପର୍ଯ୍ୟାୟରେ ସାଜସଜା

ଗଞ୍ଜାମ ଜିଲ୍ଲାରେ ଆୟୋଜିତ ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ସଜେଇ ହୋଇଛି ବ୍ରହ୍ମପୁର ସହର । ଅଧିକ ପଢନ୍ତୁ...

ଏପ୍ରିଲ ୯ ବ୍ରହ୍ମପୁରର ମାଆ ବୁଢୀ ଠାକୁରାଣୀ ଯାତ୍ରା

author img

By

Published : Apr 7, 2021, 3:11 PM IST

Updated : Apr 7, 2021, 4:45 PM IST

ବ୍ରହ୍ମପୁର: ଆସନ୍ତା ୯ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା । ପ୍ରତି ଦୁଇ ବର୍ଷକୁ ଥରେ ମାଆ ଆସିଥାନ୍ତି ନିଜ ବାପଘରକୁ । ମାଆଙ୍କ ଯାତ୍ରାର ତାରିଖ ଯେତେ ପାଖେଇ ଆସୁଛି ତାହାକୁ ନେଇ ସହରବାସୀଙ୍କ ଠାରୁ ଆରମ୍ଭ କରି ଭକ୍ତଙ୍କ ମଧ୍ୟରେ ବୃଦ୍ଧି ପାଉଛି ଉତ୍କଣ୍ଠା ।

ଏପ୍ରିଲ ୯ରୁ ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ ଯାତ୍ରା, ଶେଷ ପର୍ଯ୍ୟାୟରେ ସାଜସଜା

ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଏପ୍ରିଲ ୯ ମଧ୍ୟରାତ୍ରରୁ ଆରମ୍ଭ ହେବ । ମାଆଙ୍କ ଯାତ୍ରାର ତାରିଖ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ମାଆଙ୍କ ବାପଘର କୁହାଯାଉଥିବା ଦେଶୀବେହେରା ସାହିରେ ମାଆଙ୍କ ଅସ୍ଥାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ଖୁିବ ଜୋରସୋରରେ ଆରମ୍ଭ ହୋଇଛି । ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଲାଇନ୍ ଡିପାର୍ଟମେଣ୍ଟ ପକ୍ଷରୁ ଯାତ୍ରା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ କରାଯାଉଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ମାଆଙ୍କ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଠାକୁରାଣୀ ଯାତ୍ରା ମୁଖ୍ୟ ପରିଚାଳକ ।

ଦେଶ ଠାରୁ ଆରମ୍ଭ କରି ରାଜ୍ୟ ତଥା ଜିଲ୍ଲାରେ ଦିନକୁ ଦିନ କୋଭିଡର ଦ୍ୱିତୀୟ ଲହରୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେପଟେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । କୋଭିଡ କଟକଣା ଭିତରେ ମାଆଙ୍କ ଯାତ୍ରାକୁ ଅନୁମତି ମିଳିଛି । ପ୍ରଥମ ପର୍ଯ୍ୟାୟରେ ମାତ୍ର ସାତ ଦିନ ଅନୁମତି ମିଳିଥିବା ଦେଖାଯାଇଛି । ଅନ୍ୟପଟେ ମାଆଙ୍କ ଯାତ୍ରାର ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି । ମାଆ କେତେବେଳେ ଆସିବେ ସେମାନଙ୍କୁ ଦର୍ଶନ ଦେବେ ତାକୁ ଅପେକ୍ଷା କରିଛନ୍ତି ସହରବାସୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 7, 2021, 4:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.