ETV Bharat / city

ଅର୍ଥ ଲଗାଣକାରୀ ସଂସ୍ଥାରୁ ଲୁଟ ଉଦ୍ୟମ ବିଫଳ, 3 କର୍ମଚାରୀ ଆହତ - ବ୍ରହ୍ମପୁର ଲୁଟ ଉଦ୍ୟମ

ବ୍ରହ୍ମପୁରର ଆଇଆଇଏଫ୍ଏଲ ଗୋଲଡ୍ ଲୋନ ପରିସରରେ ଚାରି ଜଣ ଦୁର୍ବୁତ୍ତଙ୍କ ଲୁଟ ଉଦ୍ୟମ ବିଫଳ । ଦୁର୍ବୃର୍ତ୍ତମାନେ କର୍ମଚାରୀଙ୍କଠାରୁ ମୋବାଇଲ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆକ୍ରମଣରେ 4 ଜଣ କର୍ମଚାରୀ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 31, 2019, 10:17 PM IST

ବ୍ରହ୍ମପୁର: ସହରରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ କିଛି ଦୁବୃର୍ତ୍ତ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି । ବ୍ରହ୍ମପୁର ସହରର ଇଞ୍ଜିନିୟରିଂ ସ୍କୁଲ ରୋଡରେ ଥିବା ଏକ ଘରୋଇ ଅର୍ଥଲଗାଣ ସଂସ୍ଥା ଆଇଆଇଏଫ୍ଏଲ ଗୋଲଡ ଲୋନ ପରିସରରେ ଚାରି ଜଣ ଦୁର୍ବୃତ୍ତ କାର୍ଯ୍ୟାଳୟ ପରିସରରେ ମାଉଜର ଧରି ପଶି ଲୁଟ ଉଦ୍ୟମ ସହ ତିନିଜଣ କର୍ମଚାରୀଙ୍କୁ ମାଡ ମାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଲୁଟେରାମାନେ ଲକ୍କର ଚାବି ମାଗିଥିବା ବେଳେ କର୍ମଚାରୀମାନେ ନଦେବାରୁ ଦୁର୍ବୃତ୍ତ ମାନେ ସେମାନଙ୍କୁ ମାଡ଼ ମାରିବା ସହ ବାନ୍ଧି ଦେଇ ପାଇଖାନା ଭିତରେ ରଖି ଦେଇଥିଲେ । ଏପରିକି ଏହି ସମୟରେ କାର୍ଯ୍ୟାଳୟ ପରିସରକୁ ଜଣେ ମହିଳା ସୁଇପର ପ୍ରବେଶ କରିବା ବେଳେ ତାଙ୍କୁ ମଧ୍ୟ ମାଉଜର ଦେଖାଇ ଧମକ ଦେବା ସହ ପାଟି ବନ୍ଦ କରିବାକୁ କହିଥିଲେ । ଏହା ପରେ ଦୁର୍ବୃତ୍ତ ମାନେ ଲୁଟିବା ପାଇଁ ଉଦ୍ୟମ କରିିଥିଲେ ମଧ୍ୟ ଲକରର ଓଟିପି ସିଷ୍ଟମ ରହିଥିବାରୁ ଲୁଟ କରିବାରେ ବିଫଳ ହୋଇଥିଲେ । ପରେ ଦୁର୍ବୃର୍ତ୍ତମାନେ କର୍ମଚାରୀଙ୍କଠାରୁ ମୋବାଇଲ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆକ୍ରମଣରେ କର୍ମଚାରୀ ଡି.ଶ୍ରୀଧର ଆଚାରୀ ,ମୃତ୍ୟୁଞ୍ଜୟ ନାୟକ ଓ ମିହିର ପ୍ରଧାନ ଆହତ ହୋଇଛନ୍ତି ।

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଡିପଲ ସ୍କୁଲ ନିକଟରେ ଏହି ଘଟଣା ଘଟିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର ରାଉତରାୟଙ୍କ ସମେତ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାର ଖୋଳତାଳ ଆରମ୍ଭ କରିଛି । ଏଥିସହ ବ୍ୟାଙ୍କ ପରିସରରେ ରହିଥିବା ସିସିଟିଭି ଯାଞ୍ଚ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହରରେ ପୋଲିସ କୁ ଚ୍ୟାଲେଞ୍ଜ ଦେଇ କିଛି ଦୁବୁର୍ତ୍ତ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି ।
ବ୍ରହ୍ମପୁର ସହରର ଇଞ୍ଜିନିୟରିଂ ସ୍କୁଲ ରୋଡରେ ରହିଥିବା ଏକ ଘରୋଇ ଆଇ.ଆଇ.ଏଫ୍ .ଏଲ ଗୋଲଡ୍ ଲୋନ ପରିସରରେ ଚାରି ଜଣ ଦୁର୍ବୁତ୍ତ କାର୍ଯ୍ୟାଳୟ ପରିସରରେ ମାଉଜର ଧରି ପଶିବା ସହ ତିନିଜଣ କର୍ମଚାରୀଙ୍କୁ ମାଡ ମାରିବା ସହ ଲୁଟେରା ମାନେ ଲକ୍କର ଚାବି ମାଗିବା ସହ ନଦେବାରୁ ଦୁର୍ବୃତ୍ତ ମାନେ କର୍ମଚାରୀଙ୍କୁ ମାଡ଼ ମାରିବା ସହ ସେମାନଙ୍କୁ ବାନ୍ଧି ଦେଇ ପାଇଖାନା ଭିତରେ ରଖି ଦେଇଥିଲେ । ଏପରିକି ଏହି ସମୟରେ କାର୍ଯ୍ୟାଳୟ ପରିସରକୁ ଜଣେ ମହିଳା ସୁଇପର ପ୍ରବେଶ କରିବା ବେଳେ ତାଙ୍କୁ ମଧ୍ୟ ମାଉଜର ଦେଖାଇ ଧମକ ଦେବା ସହ ପାଟି ବନ୍ଦ କରିବାକୁ କହିଥିଲେ । ଏହା ପରେ ଦୁର୍ବୃତ୍ତ ମାନେ ଲୁଟିବା ପାଇଁ ଉଦ୍ୟମ କରିିଥିଲେ ମଧ୍ୟ ଲକରର ଓଟିପି ସିଷ୍ଟମ ରହିଥିବାରୁ ଲୁଟ କରିବାରେ ବିଫଳ ହୋଇଥିଲେ ଦୁବୁର୍ତ୍ତ। ପରେ ଦୁର୍ବୃତ ମାନେ କର୍ମଚାରୀଙ୍କ ଠାରୁ ମୋବାଇଲ ନେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଦୁବୁର୍ତ୍ତ ଙ୍କ ଆକ୍ରମଣରେ କର୍ମଚାରୀ ଡି.ଶ୍ରୀଧର ଆଚାରୀ ,ମୃତ୍ୟୁଞ୍ଜୟ ନାୟକ ,ମିହିର ପ୍ରଧାନ ଆହତ ହୋଇଛନ୍ତି ।
ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଡିପଲ ସ୍କୁଲ ନିକଟରେ ଏହି ଘଟଣା ଘଟିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର ରାଉତରାୟ ଙ୍କ ସମେତ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାର ଖୋଳତାଳ ଆରମ୍ଭ କରିବା ସହ ବ୍ୟାଙ୍କ ପରିସରରେ ରହି ଥିବା ସିସିଟିଭି ଯାଞ୍ଚ କରାଯାଇଛି ।
ବାଇଟ୍- ସାରଦା ପ୍ରସନ୍ନ ଦାସ(ଆଇ.ଆଇ.ସି,ବୈଦ୍ୟନାଥପୁର)
ବାଇଟ୍-ଡି.ଶ୍ରୀଧର ଆଚାରୀ (ଆହତ କର୍ମଚାରୀ)

Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.