ETV Bharat / city

ମୋ ସରକାର, ଆମେ ଘରୁ ବାହାରିବୁ କେମିତି ? - ଘରୁ ବାହାରିବା ମୁସ୍କିଲ

ବ୍ରହ୍ମପୁର ସହରର ଆମ୍ବମାର୍କେଟ ଠାରୁ ଗିରି ମାର୍କେଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ଅସୁବିଧାରେ ସାଧାରଣ ଲୋକେ । ପ୍ରେମନଗର ମୁଖ୍ୟ ରାସ୍ତାରେ ରହୁଥିବା ଜନସାଧାରଣ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ହୋଇପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 13, 2019, 3:23 AM IST

ବ୍ରହ୍ମପୁର: ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ଅସୁବିଧାରେ ସାଧାରଣ ଲୋକେ । ଏହି ଘଟଣା କେଉଁ ଗ୍ରାମାଞ୍ଚଳର ନୁହେଁ ରାଜ୍ୟର ଏକ ପ୍ରମୁଖ ସହରର । ବ୍ରହ୍ମପୁର ସହରର ଆମ୍ବମାର୍କେଟ ଠାରୁ ଗିରି ମାର୍କେଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ରାସ୍ତାକୁ ଦୁଇ ଲେନ୍ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟ ରହିଛି । ମାତ୍ର ସବୁକୁ ଫୁ କରି ଠିକାଦାର ଖାମଖିଆଲ ନୀତି ଚଳାଇଛନ୍ତି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ମହାନଗର ନିଗମ ପକ୍ଷରୁ ରାସ୍ତାର ପାର୍ଶ୍ବରେ ନାଳ ତିଆରି କରାଯାଇଛି । ରାସ୍ତାର ଗୋଟିଏ ପାର୍ଶ୍ବକୁ ଖୋଳି ଦିଆଯାଇଛି । ଫଳରେ ପ୍ରେମନଗର ମୁଖ୍ୟ ରାସ୍ତାରେ ରହୁଥିବା ଜନସାଧାରଣ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ଏପରିକି ନିଜ ଘରୁ ରାସ୍ତା ଉପରକୁ ଆସିବା ପାଇଁ, ପ୍ରାୟ ୧୦ ରୁ ୧୫ ଫୁଟ ଗାତ ଦେଇ ଏକ କାଠ ପଟା ଉପରେ ଚାଲି ଆସୁଥିବା ଦେଖାଯାଇଛି ।

ବର୍ଷା ହେଲେ ରାସ୍ତା ଉପରେ ପୋଖରୀର ଭ୍ରମସୃଷ୍ଟି ହେଉଛି । ଫଳରେ ଅନେକ ଘରୁ ବାହାରିବା ନେଇ ଭୟଭୀତ ହୋଇପଡିଛନ୍ତି । ଅନେକ ଛୋଟବଡ ଦୁର୍ଘଟଣା ଘଟୁଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ରାସ୍ତା କାର୍ଯ୍ୟରେ ବହୁ ବିଳମ୍ବ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ଏଥିସହିତ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଦାବି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହରର ଆମ୍ୱମାର୍କେଟ ଠାରୁ ଗିରି ମାର୍କେଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଚାଲିଥିବା କାର୍ଯ୍ୟ ବହୁ ବିଳମ୍ୱ ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା । ମହାନଗର ନିଗମ ପକ୍ଷରୁ ରାସ୍ତାର ପାର୍ଶ୍ୱରେ ନାଳ ତିଆରି କରିବା ସହ ରାସ୍ତାକୁ ଦୁଇ ଲେନ୍ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବା ଠିକାଦାରଙ୍କ ଖାମଖିଆଲ ସାଙ୍ଗକୁ ରାସ୍ତାର ଗୋଟିଏ ପାର୍ଶ୍ୱକୁ ଖୋଳି ଦିଆଯାଇଥିବାରୁ ପ୍ରେମନଗର ମୁଖ୍ୟ ରାସ୍ତାରେ ରହୁଥିବା ଜନସାଧାରଣ ଘରୁ ବାହରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଏପରିକି ନିଜ ଘରୁ ରାସ୍ତା ଉପରକୁ ଆସିବା ପାଇଁ ପ୍ରାୟ ୧୦ ରୁ ୧୫ ପୁଟ ଗାତ ଦେଇ ଏକ କାଠ ପଟ୍ଟା ଉପରେ ଚାଲି ଆସୁଥିବା ଦେଖାଯାଇଛି । ଅନ୍ୟପଟେ ଗତ କିଛି ଦିନ ଧରି ଏଭଳି ମୁଖ୍ୟ ରାସ୍ତା କଡରେ ଖୋଳି ଦିଆଯାଇଥିବାରୁ ବର୍ଷା ହେଲେ ରାସ୍ତା ଉପରେ ପାଣି ଭାସୁଥିବାରୁ ଅନେକ ଘରୁ ବାହାରିବା ଭୟଭୀତ ହୋଇପଡୁଥିବା ବେଳେ ଅନେକ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖାଯାଇଛି । ଏଣୁ ଏଥିପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରାଯାଇଛି ।

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

*ଭିଜୁଆଲ ମୋଜୋ ରେ ଯାଇଛି..Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.