ETV Bharat / city

ଚେକଡ୍ୟାମ ନିର୍ମାଣ ବେଳେ ଖସିଲା ମାଟି ଅତଡା: 2 ମୃତ, ତିନି ଗୁରୁତର

author img

By

Published : Jun 27, 2021, 6:48 PM IST

Updated : Jun 28, 2021, 7:47 AM IST

landslide in digapahandi dureing road work
ଚେକଡ୍ୟାମ ନିର୍ମାଣ ବେଳେ ଖସିଲା ମାଟି ଅତଡା, ଦୁଇ ମୃତ ତିନି ଗୁରୁତର

18:40 June 27

ବ୍ରହ୍ମପୁର: ଚେକଡ୍ୟାମ ନିର୍ମାଣ ବେଳେ ଖସିଲା ମାଟି ଅତଡା, ଦୁଇ ମୃତ ତିନି ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫାସିଗୁଡାରେ । 

ସୂଚନାଅନୁଯାୟୀ, ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଫାସିଗୁଡା ଗ୍ରାମ ପାର୍ଶ୍ବରେ ଯାଇଥିବା ତପ୍ତପାଣି ନାଳ ଘାଇହୁଡା ଚେକ୍ ଡ୍ୟାମ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଶ୍ରମିକମାନେ ନିର୍ମାଣାଧୀନ ଡ୍ୟାମ ତଳେ ରହି କାର୍ଯ୍ୟ କରୁଥିବାବେଳେ ହଠାତ ମାଟି ଅତଡା ଖସି ଯାଇଥିଲା ।  ଫଳରେ କାମ କରୁଥିବା ପାଞ୍ଚ ଜଣ ଶ୍ରମିକ ମାଟି ତଳେ ଚାପି ହୋଇ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ଶେଷ ପରେ ସମସ୍ତ ଉଦ୍ଧାର ଶ୍ରମିକଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ଡାକ୍ତର ଫାସିଗୁଡା ଗ୍ରାମର ନାୟକ ସାହିର ୨୦ ବର୍ଷୀୟ ଯମୁନା ନାୟକ ଓ ୧୯ ବର୍ଷୀୟ ବର୍ଷା ନାୟକଙ୍କୁ ମୃତ ଘୋଷଣା କରିଥିବା ବେଳେ ତିନି ମହିଳା ଶ୍ରମିକ ସତ୍ୟ ନାୟକ, ଅଞ୍ଜଳୀ ନାୟକ ଓ ସୂର୍ଯ୍ୟ ବିଷୋୟୀ ଗୁରୁତ୍ତର ରହିଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି କୁ ପଠାଯାଇଛି । 

ଗତ ଜାନୁଆରୀ ମାସ ୧୧ ତାରିଖରେ ୧ କୋଟି ୧୬ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଘାଇହୁଡା ଡ୍ରେନେଜ ଚେକ୍ ଡ୍ୟାମ ଭିତ୍ତିପ୍ରସ୍ତର ହୋଇଥିଲା । ହେଲେ ମେସିନ୍ ସାହାର୍ଯ୍ୟରେ ଉକ୍ତ ଡ୍ୟାମରେ ମାଟି କାର୍ଯ୍ୟ ଚାଲିଥିଲା ବେଳେ ଅପରାହ୍ନରେ ହଠାତ ମାଟି ଅତଡା ଖସିଯିବାରୁ ତଳେ କାମ କରୁଥିବା ଶ୍ରମିକମାନେ ମାଟି ତଳେ ଚାପି ହୋଇ ରହିଯାଇଥିଲେ । 

ଖବରପାଇ ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କିର୍ତ୍ତୀ ଭାଶନ, ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ଘଟଣାସ୍ଥଳକୁ ଆସିଥିଲେ । ଅନ୍ୟପଟେ ପୋଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡ଼ିଛି ।  

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 28, 2021, 7:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.