ETV Bharat / city

କଟକଣା ମଧ୍ୟରେ ଆରମ୍ଭ ହେଲା ପ୍ରସିଦ୍ଧ ମା’ କାଳୁଆ ଯାତ୍ରା - ଆରମ୍ଭ ହେଲା ପ୍ରସିଦ୍ଧ ମାଆ କାଳୁଆ ଯାତ୍ରା

ଆରମ୍ଭ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ କାଳୁଆଙ୍କ ଯାତ୍ରା । ପ୍ରଥମ ଦିନରେ କଟକଣା ମଧ୍ୟରେ ମାଆଙ୍କୁ ଦର୍ଶନ କଲେ ଭକ୍ତ । ଅଧିକ ପଢନ୍ତୁ...

କଟକଣା ମଧ୍ୟରେ ଆରମ୍ଭ ହେଲା ପ୍ରସିଦ୍ଧ ମାଆ କାଳୁଆ ଯାତ୍ରା

author img

By

Published : Oct 7, 2021, 7:49 AM IST

ବ୍ରହ୍ମପୁର : କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ କାଳୁଆଙ୍କ ଯାତ୍ରା । ପ୍ରତ୍ୟେକ ବର୍ଷ ଶାରଦୀୟ ପୂଜା ସମୟରେ ସହରର ଗୋଷାଣିନୂଆଗାଁ ଅଞ୍ଚଳର ଆରାଧ୍ୟାଦେବୀ ମାଆ କାଳୁଆଙ୍କ ପ୍ରସିଦ୍ଧ ଯାତ୍ରା ଆୟୋଜିତ ହୋଇଥାଏ। ପରମ୍ପରା ଅନୁଯାୟୀ ମା’ କାଳୁଆଙ୍କ ଆଶ୍ୱିନ ମାସର ଅମାବାସ୍ୟା ତିଥିରେ ନିଜ ବାପଘର କୁହାଯାଉଥିବା ଅସ୍ଥାୟୀ ମଣ୍ଡପରେ ବିରାଜିତ ହୋଇଥାନ୍ତି ।

କଟକଣା ମଧ୍ୟରେ ଆରମ୍ଭ ହେଲା ପ୍ରସିଦ୍ଧ ମାଆ କାଳୁଆ ଯାତ୍ରା

ଏହାସହ ମାଆଙ୍କର ଏ ଯାତ୍ରା କୁମାରପୂର୍ଣ୍ଣମା ପର୍ଯ୍ୟନ୍ତ ଆୟୋଜିତ ହୋଇଥାଏ । ହେଲେ ଚଳିତ ବର୍ଷ ପ୍ରଶାସନର କଟକଣା ମଧ୍ୟରେ ମା’ ସେବାୟତଙ୍କ ଗହଣରେ ଆସିଛନ୍ତି । ଯାତ୍ରାରେ ସମସ୍ତ କୋଭିଡ ନିୟମ ମାନି ପାଳନ କରିବାକୁ ଅନୁରୋଧ କରାଯାଇଛି। ମାଆଙ୍କ ଏହି ଯାତ୍ରା ଆସନ୍ତା ୧୫ଦିନ ଧରି ଅସ୍ଥାୟୀ ମନ୍ଦିର ଆୟୋଜିତ ହେବ । ଚଳିତ ବର୍ଷ ପ୍ରଥମ ଦିନରେ କଟକଣା ମଧ୍ୟରେ ଭକ୍ତମାନେ ମାଆଙ୍କୁ ଦର୍ଶନ ତରିବାର ସୁଯୋଗ ପାଇଁ ଖୁସି ଥିବା କହିଛନ୍ତି । ମାଆଙ୍କ ଯାତ୍ରାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.