ETV Bharat / city

ଜୁଆ ଆଡ୍ଡାରେ ଚଢାଉ: 9 ଲକ୍ଷ ଟଙ୍କା ସହ 14 ଗିରଫ - ବ୍ରହ୍ମପୁର ଜୁଆ ଆଡ୍ଡାରେ ଚଢାଉ

ବ୍ରହ୍ମପୁର ଜୁଆ ଆଡ୍ଡାରେ ଅତର୍କିତ ଚଢାଉ କରିଛି ପୋଲିସ । ଏଥିରେ ନଗତ 9 ଲକ୍ଷ ଟଙ୍କା ସହ 14 ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ....

ଜୁଆ ଆଡ୍ଡାରେ ଚଢାଉ: 9 ଲକ୍ଷ ଟଙ୍କା ସହ 14 ଗିରଫ

author img

By

Published : Nov 23, 2020, 3:46 AM IST

ବ୍ରହ୍ମପୁର: ସହରରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଏଥିରେ 14 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । କୌଣସି ସୁତ୍ରରୁ ଖବର ପାଇ ଟାଉନ ଥାନା ଅଧିକାରୀ ତାଙ୍କ ଟିମ ସହ ଅତର୍କିତ ଭାବରେ ଚଢାଉ କରିଥିଲେ । ଏହି ଆଡ୍ଡାର ମୁଖ୍ୟ କୁହାଯାଉଥିବା ଇବୁ ଗୌଡ ସମେତ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ ସୁରେଶ ତ୍ରୀପାଠୀ ସୂଚନା ଦେଇଛନ୍ତି ।

ଏମାନଙ୍କ ନିକଟରୁ ନଗତ ୯ ଲକ୍ଷ ୨୯ ହଜାର ୨୦୦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ତେବେ ଚଢାଉ ଜୁଆ ଆଡ୍ଡା ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଚାଲୁଥିବା କୁହାଯାଉଛି । ଅନ୍ୟପଟେ ବ୍ରହ୍ମପୁର ପୋଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କ୍ରମାଗତ ଭାବେ ଜୁଆ ଆଡ୍ଡା ଉପରେ ଚଢାଉ ଜାରି ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.