ETV Bharat / city

ଗଞ୍ଜାମ-ଗଜପତି ସୀମାନ୍ତରୁ ବିପୁଳ ପରିମାଣର ମହୁଲ ଓ ପୋଚ ଜବତ - ଗଞ୍ଜାମ-ଗଜପତି

ବ୍ରହ୍ମପୁର ଗୁଇନ୍ଦା ବିଭାଗ, ଦିଗପହଣ୍ଡି ଅବକାରୀ ବିଭାଗ ଓ ପାଟପୁର ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଥିବା ବେଳେ ମହୁଲି ଓ ପୋଚ ନଷ୍ଟ କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ..

ଗଞ୍ଜାମ-ଗଜପତି ସୀମାନ୍ତରୁ ବିପୁଳ ପରିମାଣର ମହୁଲ  ଓ ପୋଚ ଜବତ

author img

By

Published : Aug 19, 2020, 9:35 PM IST

ବ୍ରହ୍ମପୁର: ଲକଡାଉନ୍ ସମୟରେ ଚୋରା ମଦ କାରବାର ବହୁ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଗଞ୍ଜାମ-ଗଜପତି ସୀମାନ୍ତ ଦୁର୍ଗମ ଅଞ୍ଚଳରୁ ବିପୁଳ ପରିମାଣର ମହୁଲି ଓ ପୋଚ ନଷ୍ଟ କରାଯାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ଗୁଇନ୍ଦା ବିଭାଗ, ଦିଗପହଣ୍ଡି ଅବକାରୀ ବିଭାଗ ଓ ପାଟପୁର ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଥିବା ବେଳେ ମହୁଲି ଓ ପୋଚ ନଷ୍ଟ କରାଯାଇଥିବା ଜଣାପଡିଛି । ଏଥିସହ ଏହି ଚଢାଉ ସମୟରେ ପାଟପୁର ଥାନା ଧରମପୁର ଗ୍ରାମର ଡି . ଚିତ୍ରସେନ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ବେଳେ ବ୍ୟବହୃତ ସ୍କୁଟିକୁ ଜବତ କରାଯାଇଛି ।

ଗଞ୍ଜାମ-ଗଜପତି ସୀମାନ୍ତରୁ ବିପୁଳ ପରିମାଣର ମହୁଲ  ଓ ପୋଚ ଜବତ
ଗଞ୍ଜାମ-ଗଜପତି ସୀମାନ୍ତରୁ ବିପୁଳ ପରିମାଣର ମହୁଲ ଓ ପୋଚ ଜବତ

ଖବରନୁଯାୟୀ, କୋରୋନା ମହାମାରୀ ଯୋଗୁଁ ଜିଲ୍ଲାରେ ବର୍ତ୍ତମାନ ଲକଡାଉନ ଓ ସଟଡାଉନ କଟକଣା ଜାରି ରହିଥିବା ବେଳେ ଏହାର ସୁଯୋଗ ନେଇ ମଦମାଫିଆ ମାନେ ରାତାରାତି ମାଲାମାଲ ହେବାର ସ୍ୱପ୍ନ ଦେଖି ପ୍ରଚୁର ଅର୍ଥ ଲାଳସାରେ ମଦ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ସଦର ରେଞ୍ଜ ଅବକାରୀ ନିରୀକ୍ଷକ ରୋଶନ ଇସୁହାତଦା, ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ନିରୀକ୍ଷକ ବାଳକୃଷ୍ଣ ପରିଡାଙ୍କ ନେତୃତ୍ୱରେ ବ୍ରହ୍ମପୁର ଗୁଇନ୍ଦା ବିଭାଗ, ଦିଗପହଣ୍ଡି ଅବକାରୀ ବିଭାଗ ଓ ପାଟପୁର ପୋଲିସ ବୁଧବାର ସାମୁହିକ ଭାବରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ବିଛାପାଟ ଓ ଜୁଆଣପଲ୍ଲୀ ,ଗୋଠକେଳି , ରଙ୍ଗୀଆମ୍ବ ନିକଟସ୍ଥ ଦୁର୍ଗମ ଅଞ୍ଚଳରେ ଅତର୍କିତ ଚଢାଉ କରିଥିଲ ।

ଦୀର୍ଘ ୪ ଘଣ୍ଟାର ଅପରସନ ପରେ ୨୧୦ ଲିଟର ଚୋରା ରନ୍ଧା ଦେଶୀମଦ ଏବଂ ୧୨ହଜାର କେ.ଜି ଗୁଡ ମିଶ୍ରିତ ପୋଚ ନଷ୍ଟ କରାଯାଇଛି । ଏଥିସହ ଜଣକୁ ଗିରଫ କରାଯିବା ସହ ମଦ ପ୍ରସ୍ତୁତି ସାମଗ୍ରୀ ଓ ସ୍କୁଟି ଜବତ କରିଥିବା ଜଣାପଡିଛି । ଏ ନେଇ ଅବକାରୀ ମାମଲା ନଂ ୪୩/୨୦-୨୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏହି ଚଢାଉ ଧରପଗଡରେ ଦିଗପହଣ୍ଡି ଅବକାରୀ ନିରୀକ୍ଷକ ଅଭିରାମ ସାହୁ , ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ ପ୍ରମୁଖ ସାମିଲ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.