ବ୍ରହ୍ମପୁର: କୋରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଅନୁପ୍ରାଣୀତ ହୋଇ ହିଞ୍ଜିଳି ସହରରୁ ଆସି ବ୍ରହ୍ମପୁର ଏମକେସିଜି ରକ୍ତଭଣ୍ଡାର ପରିସରରେ ପ୍ରଥମଥର ପାଇଁ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଯୁବକ ଚନ୍ଦନ ପାତ୍ର।
ହିଞ୍ଜିଳିକାଟୁ ପୌରପାଳିକାର 12 ନମ୍ବର ୱାର୍ଡର ଚନ୍ଦନ ପାତ୍ର ଗତ ତିନି ମାସ ତଳେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ଏହାପରେ ସେ ଅନ୍ୟ କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ନିଜର ପ୍ଲାଜମାକୁ ସେ ବ୍ରହ୍ମପୁର ଏମକେସିଜିର ପ୍ଲାଜମା ବ୍ୟାଙ୍କରେ ଦାନ କରିଥିବା ସୂଚନା ରହିଛି। ଆସନ୍ତା ଦିନରେ ଆବଶ୍ୟକ ପଡିଲେ ପୁଣି ସେ ପ୍ଲାଜମା ଦେବେ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ