ETV Bharat / city

ହିଞ୍ଜିଳିର ଜୁଆ ଆଡ୍ଡା ଉପରେ ରେଡ୍, 10 ଜୁଆଡି ଗିରଫ

author img

By

Published : Oct 1, 2020, 7:08 AM IST

ଗଞ୍ଜାମର ହିଞ୍ଜିଳି ଆଡପଡା ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରି 10 ଜଣଙ୍କୁ ଗିରଫ କରିଛି। ଅଧିକ ପଢନ୍ତୁ...

ହିଞ୍ଜିଳି ଆଡପଡା ଗାଁର ଜୁଆ ଆଡ୍ଡା ଉପରେ ଚଢାଉ, ୧୦ ଗିରଫ

ବ୍ରହ୍ମପୁର: ଆଗକୁ ପାର୍ବଣ ରହିଥିବାରୁ ଏଭଳି ସମୟରେ ଗଞ୍ଜାମରେ ଧିରେ ଧିରେ ବୃଦ୍ଧି ପାଇଲାଣି ଜୁଆ ଖେଳର ଆସର । ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଜୁଆଖେଳ ଆରମ୍ଭ ହୋଇଯାଇଥିବା ବେଳେ, ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଆଡପଡା ଗ୍ରାମ ଶ୍ମଶାନ ମଣ୍ଡପରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା ପୋଲିସ। ଚଢାଉ ସମୟରେ ୧୦ ଜଣ ଜୁଆଡିଙ୍କୁ ଗିରଫ କରାଯିବା ସହ, ସେମାନଙ୍କ ନିକଟରୁ ୬୪ ହଜାର ୪ ଶହ ଟଙ୍କା ସମେତ ୮ ଗୋଟି ମୋବାଇଲ ଫୋନ ଓ ୨ଟି ମୋଟର ସାଇକେଲ ଜବତ କରାଯାଇଛି ।

ହିଞ୍ଜିଳି ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଗୁରୁବାର ଗିରଫ ଜୁଆଡି ମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। ସେହିପରି ଗତ ୨୪ ତାରିଖ ଦିନ ମଧ୍ୟ ହିଞ୍ଜିଳିକାଟୁ ଥାନା ପୋଚିଲିମା ଓ ରାଳବ ଅଞ୍ଚଳରୁ ଦୁଇଟି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୨୬ ଜଣଙ୍କୁ ଗିରଫ କରାଯିବା ସହ 1 ଲକ୍ଷ ୬୭ ହଜାର 3 ଶହ ଟଙ୍କା ୧୭ ଟି ମୋବାଇଲ ସମେତ ୧୨ଟି ମୋଟର ସାଇକେଲକୁ ଜବତ କରାଯାଇଥିଲା। ପୋଲିସ ପକ୍ଷରୁ ସମଗ୍ର ଗଞ୍ଜାମ ଜିଲ୍ଲାରେ ଜାରି ରହିଛି ଜୁଆଆଡ୍ଡା ଉପରେ ଚଢାଉ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.