ETV Bharat / city

ସରକାରୀ ଜମି ବିବାଦ: ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୦ରୁ ଉର୍ଦ୍ଧ୍ବ ଆହତ - ଭୀଷ୍ମଗିରି ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ୧୦ରୁ ଅଧିକ ଆହତ । ଅଧିକ ପଢନ୍ତୁ...

ସରକାରୀ ଜମି ବିବାଦ: ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୦ରୁ ଅଧିକ ଆହତ

author img

By

Published : Aug 21, 2020, 7:54 AM IST

ବ୍ରହ୍ମପୁର: ସରକାରୀ ଜମି ବିବାଦକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । 10 ଜଣରୁ ଅଧିକ ଆହତ । ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।

ସରକାରୀ ଜମି ବିବାଦ: ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୦ରୁ ଅଧିକ ଆହତ

ନନ୍ଦକିଶୋର ଗୋ-ଶାଳା ଅନୁଷ୍ଠାନର ସବର୍ଣ୍ଣ-ଅସବର୍ଣ୍ଣ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ଗୋଷ୍ଠୀର 10ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ଜମି ବିବାଦକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବାବେଳେ ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭୀଷ୍ମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ 108 ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସେପଟେ ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିବାବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ ଏହାର ସମାଧାନ ପାଇଁ ଉଦ୍ୟମ ଜାରିରହିଛି ।

ସୂଚନା ଅନୁଯାୟୀ, ଭୀଷ୍ମଗିରି ଗ୍ରାମରେ ଥିବା ନନ୍ଦକିଶୋର ଗୋ-ଶାଳା ଜମିର ମାଲିକାନାକୁ କେନ୍ଦ୍ରକରି ଲାଗିରହିଥିବା ବିବାଦରୁ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଛି । ପଞ୍ଚାୟତ ଅଧିନରେ ଥିବା ଉକ୍ତ ଜମିରେ ଗ୍ରାମ୍ୟ କମିଟିର ସହମତିରେ ପାର୍କ ଓ ଗୋଷ୍ଠୀ ପାଇଖାନା ପ୍ରଭୃତି ଜନହିତକର ପ୍ରକଳ୍ପ ନିର୍ମାଣ ନିମନ୍ତେ ଗତ କିଛିଦିନ ପୂର୍ବେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯାଇଥିଲା ।

ହେଲେ ଉକ୍ତ ଜମିରେ ବେଆଇନ ଭାବେ ଗତ କିଛିବର୍ଷ ହେଲା ଏକ ଘରୋଇ ଶିକ୍ଷାନୁଷ୍ଠାନ ଚାଲିଛି । ତେବେ ଜମିରେ ସରକାରୀ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଉକ୍ତ ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ ଗୋଟିଏ ଗୋଷ୍ଠୀର କେତେକ ବ୍ୟକ୍ତିବିଶେଷ ଉଦ୍ୟମ ଜାରି ରଖିଥିବାବେଳେ ଜମି ନିକଟରୁ ବହୁ ଦୂରରେ ଥିବା ମାଁ ଦୁଆରଶୁଣି ମନ୍ଦିର ପାଇଁ ବଳପୂର୍ବକ ଜମିକୁ ଜବରଦଖଲ ପାଇଁ କିଛି ବ୍ୟକ୍ତି ବାଉଁଶ ଘେରା କରିଥିଲେ ।

ଯାହା ଜାଣିବା ପରେ ଅପରଗୋଷ୍ଠୀର ବ୍ୟକ୍ତିବିଶେଷ ଜମି ନିକଟକୁ ଯାଉଥିଲେ । ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ ଦୁଇ ଗୋଷ୍ଠୀର ଲୋକମାନେ ଆହତ ହୋଇଥିବାର ଭିନ୍ନ ଭିନ୍ନ ମାମଲା ଦିଗପହଣ୍ଡି ଥାନାରେ ରୁଜୁ ହୋଇଛି ।

ଏହାକୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ପୋଲିସ ପକ୍ଷରୁ ଉଭୟ ଗୋଷ୍ଠୀର ମୁଖିଆ ମାନଙ୍କୁ ଡକାଯାଇ ମାମଲାର ଆପୋଷ ସମାଧାନ ପାଇଁ ଉଦ୍ୟମ ଚାଲିଥିବା କୁହାଯାଇଛି ।

ସେହିପରି ଘଟଣାସ୍ଥଳରେ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, ଦିଗପହଣ୍ଡି ତହସିଲଦାର ଅଦ୍ବୈତ କୁମାର ସ୍ବାଇଁ ପ୍ରମୁଖ ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.