ETV Bharat / city

MKCG ପ୍ରତି ସରକାର ଗୁରୁତ୍ୱନଦେବା ଘଟଣାକୁ ପ୍ରଦୀପ ପାଣିଗ୍ରାହୀଙ୍କ ସମାଲୋଚନା

author img

By

Published : Oct 8, 2022, 11:01 PM IST

ରଙ୍ଗେଇଲୁଣ୍ଡା ବ୍ଲକର ଚିକରଡା ପଞ୍ଚାୟତରେ ନିଜ ସମର୍ଥକଙ୍କ ସହ ପଦଯାତ୍ରା ସମୟରେ ଏମକେସିଜି ମେଡିକାଲ କଲେଜର ଉନ୍ନତିକରଣ ଉପରେ ସରକାର ଗୁରୁତ୍ବ ଦେଉନଥିବା ନେଇ ସମନାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ । ଅଧିକ ପଢନ୍ତୁ

MKCG ମେଡିକାଲ ପ୍ରତି ସରକାର ଗୁରୁତ୍ୱନଦେବା ଘଟଣାକୁ ପ୍ରଦୀପ ପାଣିଗ୍ରାହୀଙ୍କ ସମାଲୋଚନା

ବ୍ରହ୍ମପୁର: ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲୁଛନ୍ତି ଗୋପାଳପୁର ବିଧାୟକ । ଶନିବାର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକର ଚିକରଡା ପଞ୍ଚାୟତରେ ନିଜ ସମର୍ଥକଙ୍କ ସହ ପଦଯାତ୍ରା କରିଥିଲେ । ଏହି ସମୟରେ ଏମକେସିଜି ମେଡିକାଲ କଲେଜର ଉନ୍ନତିକରଣ ଉପରେ ସରକାର ଗୁରୁତ୍ବ ଦେଉନଥିବା ନେଇ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ।

ଏନେଇ ଗୋପାଳପୁର ବିଧାୟକ କହିଛନ୍ତି ଯେ,"ରାଜ୍ୟର ସମସ୍ତ ମେଡିକାଲ କଲେଜର ଉନ୍ନତିକରଣ କରାଯାଉଛି । ହେଲେ ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱ ଦେଉନାହାନ୍ତି । ପରିକ୍ରମା କରୁଥିବା ସମୟରେ ଅନେକ ବ୍ୟକ୍ତି ବଶେଷ ବିଭିନ୍ନ ଅଭିଯୋଗ ମାନ କରୁଥିବା କହିଛନ୍ତି । କାହାର ଘର ନିର୍ମାଣ ହୋଇପାରୁନାହିଁ ତ ଆଉ କେଉଁ ଅଞ୍ଚଳରେ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ବହୁ ବ୍ୟକ୍ତିବିଶେଷ ସ୍ୱାସ୍ଥସେବା ପାଇଁ ଆନ୍ଧ୍ରପେରଦେଶ ଏବଂ ବିଭିନ୍ନ ରାଜ୍ୟ ଉପରେ ନିର୍ଭର କରୁଥିବା ବେଳେ ଏହି ମେଡିକାଲ କଲେଜ ସରକାରଙ୍କ ଦୃଷ୍ଟିରେ ନାହିଁ କି ?

ଏପରିକି ରାଜ୍ୟର ଅନେକ ମନ୍ଦିର ଗୁଡିକର ବିକାଶ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବହୁ ପୁରାତନ ମନ୍ଦିର ରହିଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦିଆଯାଉନାହିଁ । ଗୋପାଳପୁର ନିର୍ବାଚନମଣ୍ଡଳୀର ପଞ୍ଚାମା ଠାରେ ରହିଥିବା ପ୍ରସିଦ୍ଧ ଗଣେଷ ମନ୍ଦିରର ଉନ୍ନତିକରଣ ପାଇଁ ଶହେ କୋଟି ଟଙ୍କା ଦାବି କରାଯାଇଥିଲେ ମଧ୍ୟ ଟଙ୍କାଟିଏ ମଧ୍ୟ ଦିଆଗଲାନାହିଁ । ଯାହାକି ଗଞ୍ଜାମକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:ସକ୍ରିୟ ହେଉଛନ୍ତି ଗୋପାଳପୁର ବିଧାୟକ, ବିଭିନ୍ନ ପଞ୍ଚାୟତ ବୁଲି ବୁଝିଲେ ଲୋକଙ୍କ ଦୁଃଖ

ଓଡଶାର ଅର୍ଥନୀତି କାହା ହାତରେ ବୋଲି ସେ ପ୍ରଶ୍ନ କରିବା ସହିତ ଓଡିଶାର ସଂସ୍କୃତି ଓ ରାଜନୈତିକ ବ୍ୟବସ୍ଥା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ । ଗୋପାଳପୁରରେ ସେ ବିଧାୟକ ଥିବା ସତ୍ତ୍ୱେ ଯଦି ମୁଖ୍ୟମନ୍ତ୍ରୀ ଅତିରିକ୍ତ ଦାୟିତ୍ୱ ବୁଝୁଛନ୍ତି ତାହାହେଲେ ଅଧିକ ଅନୁଦାନ ଆସିବା କଥା କିନ୍ତୁ ତାହା ଆସୁନାହିଁ । ଏଣୁ ଖାଲିରେ କାହିଁକି ଦାୟିତ୍ୱ ବୁଝୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ଦାୟିତ୍ୱ ବୁଝିଲେ କିଛି ଦାୟିତ୍ୱ ନିଅନ୍ତୁ ବୋଲି କହିବା ସହିତ ନିର୍ବାଚନମଣ୍ଡଳୀର ମୈଳିକ ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ କେତେ ଦରଦ ରହିଛି ତାହା ପରୀକ୍ଷା କରିବା ପାଇଁ ସେ ଦୁଇଟି ପ୍ରସ୍ତାବ ଦେଇଛନ୍ତି । ଗତ ୨୦୦୯ ମସିହାରୁ ରଙ୍ଗେଇଲୁଣ୍ଡା ଅଞ୍ଚଳରେ ଏୟାରପୋର୍ଟ ପାଇଁ ଦାବୀ କରାଯାଇ ଆସୁଛି ହେଲେ ତାହାକୁ ଅଦ୍ୟାବଧି ପୂରଣ କରାଯାଇନାହିଁ । ସେହିପରି ଜିଲ୍ଲାରେ ଭଲ ଷ୍ଟାଡିୟମ୍ ଟିଏ ନଥିବାରୁ ଶହେ କୋଟି ଟଙ୍କାର ଏକ ଷ୍ଟାଡିୟମ୍ ଘୋଷଣା କରାଗଲା ମୋ ଜୀବନ ମଧ୍ୟ ସାର୍ଥକ ହେଲା ବୋଲି ଅନୁଭବ କରିବେ ବୋଲି ପ୍ରଦୀପ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.