ବ୍ରହ୍ମପୁର: ଗଞ୍ଜାମର ସର୍ବପୁରାତନ ଛତ୍ରପୁର ବ୍ଲକର ନରେନ୍ଦ୍ରପୁର ହାଟ ହେବ ଆଧୁନିକୀକରଣ । ଦୀର୍ଘ ବର୍ଷ ଧରି ବ୍ରହ୍ମପୁରଠାରୁ ପୁରଷୋତ୍ତମପୁର ମୁଖ୍ୟ ରାସ୍ତାକଡରେ ରହିଥିବା ଏହି ଅବହେଳିତ ହାଟର ଉନ୍ନତିକରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ହାଟର ଆଧୁନିକିକରଣ ନିମନ୍ତେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନର ଉଦ୍ୟମ କ୍ରମେ କରାଯାଇଛି ଶିଳାନ୍ୟାସ । ଛତ୍ରପୁର ବିଧାୟକ ସୁବାଷ ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭାପତି ତଥା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ସମେତ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ହାଟର ଉନ୍ନତିକରଣ କାର୍ଯ୍ୟ ଖୁବ୍ ଶ୍ରୀଘ୍ର ଆରମ୍ଭ ହେବ ବୋଲି କୁହାଯାଇଛି ।
ଯାହାଦ୍ବାରା ଏଠାକୁ ଆସୁଥିବା ବ୍ୟବସାୟୀଙ୍କ ଅନେକ ସହାୟକ ହେବ ବୋଲି କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ