ETV Bharat / city

ସତର୍କ ରହିଲେ ଜୁଲାଇରେ କୋଭିଡ୍ ମୁକ୍ତ ହେବ ଗଞ୍ଜାମ: ଜିଲ୍ଲାପାଳ - Ganjam will free from covid 19

ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲା କୋଭିଡ୍ ମୁକ୍ତ ହେବ। ହେଲେ ସେଥିପ୍ରତି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଅଧିକ ପଢନ୍ତୁ..

ସତର୍କ ରହିଲେ ଜୁଲାଇରେ କୋଭିଡ୍ ମୁକ୍ତ ହେବ ଗଞ୍ଜାମ: ଜିଲ୍ଲାପାଳ

author img

By

Published : Jun 30, 2020, 6:24 PM IST

ବ୍ରହ୍ମପୁର: ସତର୍କତା ଅବଲମ୍ବନ କଲେ କୋଭିଡ୍ ସଂକ୍ରମଣ ହେବ ନାହିଁ । ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲା କୋଭିଡ୍ ମୁକ୍ତ ହେବ। ହେଲେ ସେଥିପ୍ରତି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଏନେଇ ସଦର ମହକୁମ୍ମା ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଳାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,କାର୍ଯ୍ୟନିର୍ବାହୀ ଅଧିକାରୀ, ସମନ୍ବୀତ ଶିଶୁ ବିକାଶ ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ ଚିକିତ୍ସକଙ୍କୁ କୋଭିଡ୍ 19 ପରିଚାଳନାଗତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ସତର୍କତା ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଜଣେ କୋଭିଡ୍ ସମ୍ପର୍କିତ ପରିଚାଳକ ମନିଟର ରହିବା ସହ ସେମାନେ କାର୍ଯ୍ୟାଳୟରେ କୋଭିଡ୍ ସଂକ୍ରମଣକୁ ରୋକିବା ନିମନ୍ତେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରିବେ । ବିଶେଷ କରି କାର୍ଯ୍ୟାଳୟରେ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ, କାର୍ଯ୍ୟାଳୟ ପରିବେଶ ସ୍ବଚ୍ଛ ଓ ସାନିଟାଇଜେସନ୍ କରାଯିବ ।

ସେହିପରି କୋଭିଡ୍ ପରିଚାଳନା ଗତ ସଭାସ୍ଥଳ ଗୁଡିକୁ ଖୋଲା ସ୍ଥାନରେ ଆୟୋଜନ କରିବା ପାଇଁ ପରାମର୍ଶ ଦିଆଯାଇଛି । କ୍ବାରେଣ୍ଟାଇନ୍ ସେଣ୍ଟରରେ ନିୟମିତ ଖାଦ୍ୟ ଉପଲବ୍ଧ, ଡାକ୍ତରଙ୍କ ଉପସ୍ଥିତି, ସାମାଜିକ ଦୂରତ୍ବ ରକ୍ଷା, ପରିବେଶ ସ୍ବଚ୍ଛ ଓ ସାନିଟାଇଜେସନ୍ ଇତ୍ୟାଦି ଦିଗରେ କଡା ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରତି ଓ୍ବାର୍ଡରେ ଜଣେ ଲେଖାଏଁ କମ୍ୟୁନିଟି କୋଭିଡ୍ ମନିଟର୍ ଗଠନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେମାନେ ଦୈନିକ ତଥ୍ୟ ପ୍ରଦାନ କରିବା ସହ ସତର୍କତା ପ୍ରତି ସଚେତନତା ସୃଷ୍ଟି କରିବେ । କୋଭିଡ୍ କେୟାର ସେଣ୍ଟର ଓ କ୍ଲଷ୍ଟରସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ ।

ସଚେତନତା ଜାରି ରଖିବା ସହିତ ଚଢାଉ ଜାରି ରଖିବାକୁ ଜିଲ୍ଲାପାଳ ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚଢାଉ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ, କାହାକୁ ସ୍ପର୍ଶ କରନ୍ତୁ ନାହିଁ । କିଭଳି ସତର୍କତାର ସହିତ ଚଢାଉ କରିବେ ସେ ସମ୍ପର୍କରେ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ଅବଗତ କରାଇଥିଲେ ।

ଜୁଲାଇ ମାସରେ ଯେମିତି ଜିଲ୍ଲା କୋଭିଡ୍ ମୁକ୍ତ ହେବ ସେଥିପ୍ରତି ସମସ୍ତଙ୍କର ସହଯୋଗ କାମନା କରିଥିଲେ ଜିଲ୍ଲାପାଳ । ଏହି ଭିଡିଓ କନଫରେନ୍ସିଂରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜାତୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ମିଶନ୍ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.