ETV Bharat / city

ସିକିମରେ ସଡକ ଦୁର୍ଘଟଣା: ଆଖି ବୁଜିଲେ ଓଡିଆ ଯବାନ, ପରିବାରରେ ଶୋକର ଛାୟା - ସିକିମରେ ସଡକ ଦୁର୍ଘଟଣା

ସିକିମରେ ସଡକ ଦୁର୍ଘଟଣାରେ ଗଞ୍ଜାମ ଆଠଗଡପାଟଣା ଅଞ୍ଚଳର ଯବାନଙ୍କ ମୃତ୍ୟୁ । ଆସନ୍ତାକାଲି(ମଙ୍ଗଳବାର) ଆସିବ ଯବାନଙ୍କ ମରଶରୀର । ଅଧିକ ପଢନ୍ତୁ...

ସିକିମରେ ସଡକ ଦୁର୍ଘଟଣା, ଆଖି ବୁଜିଲେ ଓଡିଆ ଯବାନ

author img

By

Published : Dec 21, 2020, 6:54 PM IST

ବ୍ରହ୍ମପୁର: ସିକିମରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଗଞ୍ଜାମ ଆଠଗଡପାଟଣା ଅଞ୍ଚଳର ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ଆସନ୍ତାକାଲି (ମଙ୍ଗଳବାର) ନିଜ ଅଞ୍ଚଳକୁ ଫେରିବ ଯବାନଙ୍କ ମରଶରୀର । ସୂଚନା ଅନୁସାରେ ଗତ ରବିବାର ସିକିମ ନାଥୁଲା ସେକ୍ଟରରେ 4 ଜଣ ଯବାନ ସହ ଏକ ଆଠ ବର୍ଷର ଶିଶୁପୁତ୍ର ସହ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣାର ଯଜ୍ଞ ନାରାୟଣ କରଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକେ ।

ସିକିମରେ ସଡକ ଦୁର୍ଘଟଣା, ଆଖି ବୁଜିଲେ ଓଡିଆ ଯବାନ
ସିକିମରେ ସଡକ ଦୁର୍ଘଟଣା, ଆଖି ବୁଜିଲେ ଓଡିଆ ଯବାନ

ଘଟଣାଦିନ ପାଖାପାଖି 9.30ରେ ଆର୍ମି ଗାଡିରେ ଚାରି ସିପାହୀ ଜଣେ ଆଠବର୍ଷର ଶିଶୁ ପୁତ୍ର ଯିବା ସମୟରେ ବରଫରେ ଭାରସାମ୍ୟ ହରାଇ ଗାଡିଟି ପ୍ରାୟ ୮୦୦ ଫୁଟ ତଳକୁ ଖସି ଯାଇଥିଲା । ଘଟଣା ଘଟିବା ପରେ ଆର୍ମି ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ତିନି ଘଣ୍ଟାର ଅପରେସନ ପରେ ସମସ୍ତ ପାଞ୍ଚ ଜଣକୁ ଉଦ୍ଧାର କରି ଆର୍ମି ହସ୍ପିଟାଲକୁ ନିଆଯାଇଥିଲା । ଏହି ଖବର ପ୍ରଥମେ ଯବାନଙ୍କ ସ୍ତ୍ରୀ ପାଇବା ପରେ ଭାଙ୍ଗି ପଡ଼ିଥିଲେ । ଗତ ବର୍ଷ ଯଜ୍ଞ ବାହା ହୋଇଥିଲେ । ଏବେ ତାଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ପାଇ ତାଙ୍କର ସ୍ତ୍ରୀ, ମାଆ, ବାପା ଭାଙ୍ଗି ପଡିଛନ୍ତି ।

ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ମାଆ, ବାପା ବାହୁନି ବାହୁନି କାନ୍ଦୁଛନ୍ତି l ଏପଟେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ସୂଚନା ମୁତାବକ ମୃତ ଯବାନ ସିକିମର ଗ୍ୟାଙ୍ଗଟକରେ ବ୍ୟବଚ୍ଛେଦ ପରେ ସେଠାରୁ ବାଗଡୁଗୁରା ଏୟାରପୋର୍ଟରୁ କଲିକତା ହୋଇ ଭୁବନେଶ୍ୱର ବିମାନବନ୍ଦର ଆସିବ । ଏହାପରେ ମୃତ ଶରୀର ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା ନିଜ ବାସଭବନରେ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.