ETV Bharat / city

ବାଲ୍ୟ ବିବାହ ରୋକିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରୟାସ, ସୂଚନା ଦେଲେ ମିଳିବ 5 ହଜାର

ଗଞ୍ଜାମରେ ବାଲ୍ୟ ବିବାହ ରୋକିବାକୁ ଅଭିନବ ପ୍ରୟାସ । ବାଲ୍ୟ ବିବାହ ସମ୍ପର୍କିତ ସୂଚନା ଦେଲେ ପାଞ୍ଚ ହଜାର ଅର୍ଥରାଶି ମିଳିବା ନେଇ ଜିଲ୍ଲାପାଳଙ୍କ ସୂଚନା । ଅଧିକ ପଢନ୍ତୁ...

author img

By

Published : Dec 5, 2020, 9:24 AM IST

ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରୟାସ
ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରୟାସ

ବ୍ରହ୍ମପୁର: ବାଲ୍ୟ ବିବାହ ରୋକିବାକୁ ଗଞ୍ଜାମ ଜିଲ୍ଲାପାଳ ଆପଣାଇଛନ୍ତି ନୂଆ ପ୍ରୟାସ । ଏନେଇ ସୂଚନା ଦେଲେ ପାଞ୍ଚ ହଜାର ଟଙ୍କାର ଅର୍ଥରାଶି ମିଳିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ବାଲ୍ୟ ବିବାହ ସମ୍ପର୍କିତ ପ୍ରାଥମିକ ସୂଚନା ପ୍ରଦାନ କଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ନାମ ଗୋପନ ରଖାଯାଇ ତାଙ୍କୁ 5000 ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।

ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରୟାସ
ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରୟାସ

ସେହିପରି ଅଙ୍ଗନଓ୍ବାଡି କର୍ମୀ ଏ ସମ୍ପର୍କରେ ପ୍ରାଥମିକ ସୂଚନା ଦେଲେ ସେମାନଙ୍କୁ ମଧ୍ୟ 5000 ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ଯେଉଁ ପରିବାରରେ ଝିଅ ଜନ୍ମ ନିଏ ସେମାନଙ୍କ ପିତାମାତା ଓ ପରିବାର ବର୍ଗଙ୍କୁ ଉତ୍ସାହିତ କରି କନ୍ୟାରତ୍ନ ବିଷୟରେ ବୁଝାନ୍ତୁ । ଏହାଦ୍ବାରା ସେମାନେ କନ୍ୟାର ଜନ୍ମ ଓ ଲାଳନ ପାଳନ ଦିଗରେ ଆଗ୍ରହ ପ୍ରକାଶ କରି କନ୍ୟା ସନ୍ତାନ ଜନ୍ମ ହେତୁ ଖୁସି ହେବେ ଓ ତାର ଉତ୍ତମ ଲାଳନ ପାଳନ କରିବେ ବୋଲି ସମନ୍ବିତ ଶିଶୁ ବିକାଶ ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକରେ ଜିଲ୍ଲାପାଳ କହିଛନ୍ତି। ନିର୍ଭୟ କଢି ଯୋଜନା ପାଇଁ ସଚେତନତା କାର୍ଯ୍ୟ ବ୍ୟାପକ କରାନ୍ତୁ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।

ବୈଠକରେ ଅଙ୍ଗନଓ୍ବାଡି କେନ୍ଦ୍ର, ଶୁଖିଲା ଖାଦ୍ୟର ଆବଣ୍ଟନ, ଅଣ୍ଡା ବଣ୍ଟନ, ମୋ ଗେହ୍ଳାଝିଅ, ପୁଷ୍ଟିକର ଖାଦ୍ୟ, ମିଶନ୍ ଶକ୍ତି ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଛି । ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକ ସଫେଇ ସହ ଏହାର ପରିବେଶ ସୌନ୍ଦର୍ଯ୍ୟକରଣ ଓ ସବୁଜମୟ କରିବା ନେଇ ବୃକ୍ଷ ରୋପଣ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅବଗତ କରିଛନ୍ତି ।

ସେପଟେ ଅଙ୍ଗନଓ୍ବାଡି କେନ୍ଦ୍ର ପରିସରରେ ସ୍ଥାନ ଥିଲେ ନରେଗାରେ ମୋ କାରୀ ଫସଲ ଜାତୀୟ ବୃକ୍ଷ ରୋପଣ କରି କିଚେନ ଗାର୍ଡନ ନିମନ୍ତେ ପ୍ରୟାସ କରିବାକୁ କୁହାଯାଇଛି । କୋଠାବାଡିର ରଙ୍ଗ ଖରାପ ଥିଲେ ରଙ୍ଗ ଦେବାକୁ ଜିଲ୍ଲାପାଳ କୁଲାଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ଗ୍ୟାସ୍ ଚୂଲା ଦ୍ବାରା ରୋଷେଇ କରି କେନ୍ଦ୍ରଟିରେ ଧୂଆଁମୁକ୍ତ କରାନ୍ତୁ । ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁଥିବା ଶିଶୁ ମାନଙ୍କୁ ହାତ ଧୋଇବା ଓ ଶୌଚାଳୟ ବ୍ୟବହାର କରିବା ସକାଶେ ଅଭ୍ୟାସ କରାନ୍ତୁ । ଏହି ଅଭ୍ୟାସ ହେଲେ ସେମାନେ ନିଜ ଘରେ ଶୌଚାଳୟ ବ୍ୟବହାର କରିବାକୁ ନିଜ ଅଭିଭାବକଙ୍କୁ ଜଣାଇବେ । ଏହି ଅଭ୍ୟାସ ଦ୍ବାରା ପରିମଳ ବ୍ୟବସ୍ଥାରେ ସୁଧାର ଆସିବ ବୋଲି ସେ କହିଛନ୍ତି ।

ମିଶନ୍ ଶକ୍ତି ଗୃହ ଓ ଅଙ୍ଗନଓ୍ବାଡି କେନ୍ଦ୍ର 22ଟି ବ୍ଳକ୍‌ରେ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ତାହାର ସ୍ଥିତି ସମ୍ପର୍କରେ ବିଡିଓ ମାନଙ୍କ ଠାରୁ ଚିଠା ମାଧ୍ୟମରେ ତଥ୍ୟ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସିଡିପିଓ ମାନେ ଅଙ୍ଗନଓ୍ବାଡି କମିଟି ଦ୍ବାରା ବାଲ୍ୟ ବିବାହ ରୋକିବା ନେଇ ନଜର ରଖନ୍ତୁ । ବାଲ୍ୟ ବିବାହ ହେଉଥିବା ନଜରକୁ ଆସେ ତେବେ ଅଙ୍ଗଓ୍ବାଡି କର୍ମୀ ଓ ସିଡିପିଓ ମାନଙ୍କୁ ଦାୟୀ କରାଯିବ । ବିବାହ ହେଉଥିବା ପୁଅ ଝିଅଙ୍କ ଆଧାର କାର୍ଡ ଯାଞ୍ଚ କରି ସେମାନଙ୍କ ସମ୍ପର୍କରେ ତଥ୍ୟ ଓ ବୟସ ପଞ୍ଜିକରଣ କରାନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ଜିଲ୍ଲାରେ ଅପପୁଷ୍ଟିରେ ଥିବା ଶିଶୁ ମାନଙ୍କ ସ୍ଥିତିକୁ ନେଇ ଏକ ତିନି ଜଣିଆ କମିଟି ଗଠନ କରାଯାଇ ଯାଞ୍ଚ କରାଯାଉ । ଡାକ୍ତର, ନ୍ୟୁଟ୍ରିସନ୍ ଓ ସିଡିପିଓଙ୍କ ଦ୍ବାରା ଜିଲ୍ଲାସ୍ତରୀୟ ଟିମ୍ ଗଠନ କରି ଏହି ପ୍ରକ୍ରିୟାର ତଦାରଖ କରି ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ କିଭଳି ପୁଷ୍ଟିକର କରାଯିବ ସେ ଘେନି କାର୍ଯ୍ୟପନ୍ଥା ସ୍ଥିର କରାଯାଉ । ଅଙ୍ଗନଓ୍ବାଡି କର୍ମୀଗଣ ଗର୍ଭବତୀ ମା’ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖନ୍ତୁ । ସେମାନଙ୍କୁ କନ୍ୟାଭୃଣ ହତ୍ୟା ନକରି କନ୍ୟା ରତ୍ନର ମହତ୍ବ ସମ୍ପର୍କରେ ସଚେତନ କରାନ୍ତୁ । ଜିଲ୍ଲାରେ ଗୋଟିଏ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ର କରାଯାଉ । ଉକ୍ତ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ରର କାନ୍ଥରେ ଶିକ୍ଷଣୀୟ ବିଷୟ ଥାଇ ପିଲାଙ୍କୁ ଆକୃଷ୍ଟ କଲାଭଳି ରଙ୍ଗ ବେରଙ୍ଗର ଚିତ୍ର ଅଙ୍କନ କରାଯାଉ ବୋଲି ଜିଲ୍ଲାପାଳ ବୈଠକରେ କହିଛନ୍ତି ।

ଏହାସହ ସେଠାରେ ଟିଭି, ଛୋଟ ଗୋଲେଇ ଟେବୁଲ ଇତ୍ୟାଦି ସାମଗ୍ରୀ ରଖାଯାଉ ଏବଂ ପିଲାମାନଙ୍କୁ ଅଙ୍ଗଭଙ୍ଗୀ ସଙ୍ଗୀତ ଇତ୍ୟାଦି ମାଧ୍ୟମ ଦ୍ବାରା ଶିକ୍ଷା ଦିଆଯାଉ । ଏହି ମଡେଲ ଯଦି ଠିକ୍ ରୂପେ କାର୍ଯ୍ୟକାରୀ ହେବ ଏବଂ ପିଲାଙ୍କ ଆଗଭର ବଢୁଛି ତେବେ ସେହି ଅନୁସାରେ ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ରରେ ପରିଣତ କରାଯିବ ବୋଲି ଜିଲ୍ଲାପାଳ ମତ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.