ETV Bharat / city

'SMS' ଶବ୍ଦ ମାଧ୍ୟମରେ ସତର୍କତା ବାର୍ତ୍ତା ଦେଲେ ଗଞ୍ଜାମ ଜିଲ୍ଲାପାଳ

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ 'ଏସ.ଏମ.ଏସ' ଶବ୍ଧ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସତର୍କତା ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 16, 2020, 12:57 AM IST

'SMS' ଶବ୍ଦ ମାଧ୍ୟମରେ ସତର୍କତା ବାର୍ତ୍ତା ଦେଲେ ଗଞ୍ଜାମ ଜିଲ୍ଲାପାଳ
'SMS' ଶବ୍ଦ ମାଧ୍ୟମରେ ସତର୍କତା ବାର୍ତ୍ତା ଦେଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନାର ସଂକ୍ରମଣ । କୋରାନା ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହୋଇପଡିଛି । ସମସ୍ତଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବ ପାଳନ ଓ ହାତକୁ ବାରମ୍ବାର ସାନିଟାଇଜ କରିବାକୁ ବାରମ୍ବାର ଆହ୍ବାନ ଦିଆଯାଉଛି । ଏଭଳି ସମୟରେ କିଭଳି ପିନ୍ଧିବେ ଏହି ମାସ୍କ ଓ କଣ ରହିବ ମାସ୍କ ପରିଧାନ କରିବା ପରେ ସତର୍କତା, ଏହାକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ 'ଏସ.ଏମ.ଏସ' ଶବ୍ଧ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସତର୍କତା ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି 'SMS' ଶବ୍ଧରେ ଥିବା ପ୍ରଥମ S ହେଉଛି ସୋସିଆଲ ଡିଷ୍ଟାନନ୍ସ ଅର୍ଥାତ ଜଣେ ଅନ୍ୟ ଜଣଙ୍କଠାରୁ ସାମାଜିକ ଦୂରତ୍ବ ରକ୍ଷ କରିବାଦରକାର । ସେହିପରି ମଝି ଅକ୍ଷର M ଅର୍ଥ ମାସ୍କ ଏବଂ ଶେଷରେ ଥିବା S ଅର୍ଥ ହେଉଛି ସାନିଟାଇଜ । ତେବେ ସର୍ବଦା ସାମାଜିକ ଦୂରତା ବଜାୟ ରଖି ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଇଜ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

ମୁଖ୍ୟତଃ କୋରୋନା ସଂକ୍ରମଣ କେବଳ ନାକ ଓ ମୁହଁ ମାଧ୍ୟମରେ ହିଁ ମାଧ୍ୟମରେ ହିଁ ବ୍ୟାପିବାର ଆଶଙ୍କା ରହିଛି । ଏଥିପାଇଁ ମାସ୍କ ପରିଧାନ ଦ୍ବାରା ହିଁ ଏହାକୁ ରୋକାଯାଇପାରିବ । ହେଲେ ଅନେକ ମାସ୍କ ପରିଧାନ କରୁଥିଲେ ମଧ୍ୟ ପିନ୍ଧିବାର ଅଭ୍ୟାସ ସଠିକ ରହୁନଥିବା କହିଛନ୍ତି ଜିଲ୍ଲାପାଳ । ଜଣେ ମାସ୍କ ପରିଧାନ ସମୟରେ ଏହା ନାକଠାରୁ ବେକ ପର୍ଯ୍ୟନ୍ତ ରହିବାର ଆବଶ୍ୟକ । ଏପରିକି ମାସ୍କ ପରିଧାନ ସମୟରେ ନାକରେ ବାରମ୍ବାର ହାତ ନ ମାରିବା, କଥା ହେବା ସମୟରେ ମାସ୍କକୁ ତଳକୁ ବାହାର କରିବା ଭଳି ବ୍ୟବହାର କରିବାକୁ ଜିଲ୍ଲାପାଳ ବାରଣ କରିଛନ୍ତି । ଏପରିକି ସମସ୍ତଙ୍କ ପାଇଁ ଏନ୍-୯୫ ମାସ୍କର ଆବଶ୍ୟକତା ନ ଥିବା ବେଳେ କେବଳ ପଜିଟିଭ ବ୍ୟକ୍ତିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.