ETV Bharat / city

ଗଞ୍ଜାମ ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ - Ganjam

ଗଞ୍ଜାମ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

Ganjam district level revenue review meeting held
ଗଞ୍ଜାମ ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ
author img

By

Published : Dec 22, 2020, 8:48 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

Ganjam district level revenue review meeting held
ଗଞ୍ଜାମ ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ

ବୈଠକରେ ରାଜସ୍ବ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ସମସ୍ତ ସେବାମାନ ଅବିଳମ୍ବେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରଦାନ କରିବା ସହ ସମସ୍ତ ତହସିଲ କାର୍ଯ୍ୟାଳୟ ତତ୍ପରତାର ସହ କାର୍ଯ୍ୟ କରିବାକୁ ସମସ୍ତ ତହସିଲଦାରଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ସୈରାତ୍ ସୋର୍ସ, ଗ୍ରାମ କଣ୍ଟକ ପରମ ଭୋଗ, ଓଡିଶା ଜନସେବା କାର୍ଯ୍ୟ ଅଧିକାର, ବସୁନ୍ଧରା ଯୋଜନା, ମୋ ଗାଁରେ ତହସିଲ ଆଦି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା ।

revenue review meeting held
ଭିଡିଓ କନଫରେନ୍ସିଂ ଜରିଆରେ ରାଜସ୍ବ ସମୀକ୍ଷା ବୈଠକ

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ ସମୀକ୍ଷା ବୈଠକର ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ସୈରାତ୍ ଉତ୍ସ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାମାନ ସଂପୃକ୍ତ ତହସିଲଦାର, ରାଜସ୍ବ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସମାଧାନ କରିବାକୁ କହିଥିଲେ।

ଆବଶ୍ୟକ ପଡିଲେ ଜିଲ୍ଲାର ଭୂତତ୍ବବିତଙ୍କୁ ନେଇ ସୈରାତ୍ ଉତ୍ସ ଗୁଡିକର କାର୍ଯ୍ୟ ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଭାରିଯାନ ଚାଳକଙ୍କ ସହ ତହସିଲଦାରମାନେ ସଡକ ନିରାପତ୍ତା ଉପରେ ଆଲୋଚନା କରିବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.