ETV Bharat / city

ବାଲ୍ୟ ବିବାହମୁକ୍ତ ହେବ ଗଞ୍ଜାମ, ଜୋର ଦେଉଛି ପ୍ରଶାସନ

author img

By

Published : Nov 11, 2021, 7:38 AM IST

ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ଦିଗରେ ଜିଲ୍ଲା ପ୍ରଶାସନର ବୈଠକ । ବାଲ୍ୟ ବିବାହ ସମ୍ପର୍କରେ ଖବରଦାତାଙ୍କୁ ମିଳିବ ଦଶ ହଜାର ଟଙ୍କା ପୁରସ୍କାର । ଅଧିକ ପଢନ୍ତୁ...

ବାଲ୍ୟ ବିବାହମୁକ୍ତ ହେବ ଗଞ୍ଜାମ, ଜୋର ଦେଉଛି ପ୍ରଶାସନ
ବାଲ୍ୟ ବିବାହମୁକ୍ତ ହେବ ଗଞ୍ଜାମ, ଜୋର ଦେଉଛି ପ୍ରଶାସନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ପାଇଁ ତୃଣମୂଳସ୍ତରରୁ ପ୍ରଚେଷ୍ଟା କରିଆସୁଛି ଜିଲ୍ଲା ପ୍ରଶାସନ । ଏହି ପରିପ୍ରେକ୍ଷୀରେ ବୁଧବାର ଗଞ୍ଜାମ ଜିଲ୍ଲା ପ୍ରଶାସନ, ୟୁନିସେଫ ଓ ଆକ୍ସନ୍ ଏଡର ମିଳିତ ଆନୁକୂଲ୍ୟରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ବୈଠକ ବସିଛି । ଏଥିରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ଜିଲ୍ଲାସ୍ତରୀୟ 'ନିର୍ଭୟା କଢି' ଓ 'ମୋ ଗେହ୍ଲା ଝିଅ' କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରାଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ବୈଠକରେ ଗଞ୍ଜାମର ୨୦୪୨ ଗ୍ରାମ, ସହରାଞ୍ଚଳର ୨୬୬ଟି ୱାର୍ଡ ଏବଂ ୨୨୧ଟି ପଞ୍ଚାୟତକୁ ବାଲ୍ୟ ବିବାହମୁକ୍ତ ଭାବେ ଘୋଷଣା କରାଯାଇଛି । ଏଥିରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଏବଂ ଚିକିତ୍ସାଳୟ ଅଧିକାରୀ ଏଭଳି କୁସଂସ୍କାର ରୋକିବା ନିମନ୍ତେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ସପ୍ତାହର ପ୍ରତ୍ୟେକ ଶନିବାର ଦିନ 'ମୋ ଗେହ୍ଲା ଝିଅ' ଓ 'ନିର୍ଭୟା କଢି' ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ବାଲ୍ୟ ବିବାହ ହେଉଥିବାର ଖବରଦାତାଙ୍କୁ ପାଞ୍ଚ ହଜାରରୁ ବୃଦ୍ଧି କରି ଦଶ ହଜାର ଟଙ୍କା ପୁରସ୍କାର ରାଶି ଦେବା ସହ ସେମାନଙ୍କ ନାମ ଗୋପନ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ବାଲ୍ୟ ବିବାହକୁ ପ୍ରତ୍ୟାଖାନ କରିଥିବା ୩୦ ଜଣ କିଶୋର କିଶୋରୀଙ୍କୁ ସମ୍ମାନିତ କରାଯାଇଛି ଏବଂ ଏମାନେ ଆଗାମୀ ଦିନରେ ବ୍ଲକସ୍ତରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହା ସଙ୍ଗେ ସଙ୍ଗେ ଜିଲ୍ଲାର ସମସ୍ତ ଗ୍ରାମରେ 'ନିର୍ଭୟା କଢି' ଜରିଆରେ ତିଆରି ହୋଇଥିବା କିଶୋର କିଶୋରୀ ସମୁହର ନେତୃତ୍ବ ବିକାଶ ଦିଗରେ ପଦକ୍ଷେପ ନେବାକୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁମାନେ ବାଲ୍ୟ ବିବାହକୁ ନା କରି ଆଗକୁ ଆସିଛନ୍ତି, ସେମାନଙ୍କର ଦକ୍ଷତା ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ । ଜିଲ୍ଲାରେ ଥିବା ସମସ୍ତ ପୁରୋହିତଙ୍କୁ ଏ ଦିଗରେ ସଚେତନ କରାଯିବ । ଯଦି କୌଣସି ପୁରୋହିତ ବାଲ୍ୟ ବିବାହ କାର୍ଯ୍ୟରେ ସମ୍ପୃକ୍ତ ରୁହନ୍ତି ତେବେ ଆଇନ ଅନୁସାରେ ଦଣ୍ଡିତ କରାଯିବ । ଜିଲ୍ଲାରେ ଥିବା କୁଳ ସମାଜ ଏବଂ ମନ୍ଦିର ପ୍ରଶାସକମାନଙ୍କୁ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ସଚେତନ କରାଯିବ ଏବଂ ବିବାହ ସମୟରେ ଉପଯୁକ୍ତ ଜନ୍ମ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ 'ନିର୍ଭୟ କଢି' ଓ 'ମୋ ଗେହ୍ଲା ଝିଅ' ଅଭିଯାନ ଯେମିତି ଏକ ସାମାଜିକ ଅଭିଯାନର ରୂପ ନେବ ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ବାନ ଦେଇଛନ୍ତି ଜିଲ୍ଲାପାଳ ।

ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.