ETV Bharat / city

ଗଞ୍ଜାମରେ ପୁଣି 32 ପଜିଟିଭ୍ ଚିହ୍ନଟ, ଶନିବାର-ରବିବାର ପର୍ଯ୍ୟଟନସ୍ଥଳୀ ବନ୍ଦ

କୋଭିଡ ସ୍ଥିତିକୁ ପରିଚାଳନା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସପ୍ତାହରେ ଦୁଇ ଦିନ ବନ୍ଦ ରଖାଯିବାକୁ ସ୍ଥିର କରାଯାଇଛି । ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରହିବ ପର୍ଯ୍ୟଟନ ସ୍ଥଳୀ । ଅଧିକ ପଢନ୍ତୁ...

author img

By

Published : Apr 9, 2021, 11:37 AM IST

Updated : Apr 9, 2021, 11:54 AM IST

ganjam different tourist places are  closed in sunday and saturday
ଗଞ୍ଜାମରେ ପୁଣି 32 ପଜିଟିଭ୍ ଚିହ୍ନଟ, ଶନିବାର ରବିବାର ବନ୍ଦ ରହିବ ପର୍ଯ୍ୟଟନସ୍ଥଳୀ

ବ୍ରହ୍ମପୁର: ଗଞ୍ଜାମରେ ପୁଣି 32 ପଜିଟିଭ୍ ଚିହ୍ନଟ । ଜନଗହଳିକୁ ଦୃଷ୍ଟିରେ ରଖି ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ରହିବ ସାପ୍ତାହିକ ଛୁଟି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

ଜନଗହଳିକୁ ଦୃଷ୍ଟିରେ ରଖି କୋଭିଡ ସ୍ଥିତିକୁ ପରିଚାଳନା କରିବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଣିକି ପ୍ରତ୍ୟେକ ସପ୍ତାହରେ ଗୋଟିଏରୁ ଦୁଇ ଦିନ ବନ୍ଦ ରଖାଯିବାକୁ ସ୍ଥିର କରାଯାଇଛି । ଜିଲ୍ଲାର ଗୋପାଳପୁର , ସୋନପୁର ବେଳାଭୂମିକୁ ପ୍ରତେକ ଶନିବାର ଓ ରବିବାର ବହୁ ଜନଗହଳି ହେଉଥିବାରୁ ସପ୍ତାହର ସେହି ଦୁଇ ଦିନ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବ୍ରହ୍ମପୁର ସହରର ରାମଲିଙ୍ଗେଶ୍ବର ପାର୍କ ଓ ତାମ୍ପରା ସୋମବାର ବନ୍ଦ ରହିବାକୁ ଥିବାବେଳେ ଗଞ୍ଜାମର ପ୍ରସିଦ୍ଧ ମାଆ ତାରାତାରିଣୀ ମନ୍ଦିର ବୁଧବାର ବନ୍ଦ ରଖାଯିବାକୁ ସ୍ଥିର ହୋଇଥିବା ବେଳେ ଏହାକୁ ସମସ୍ତେ ସହଯୋଗ କରିବାକୁ ଆହ୍ବାନ କରାଯାଇଛି ।

ସେପଟେ ରାଜ୍ୟରେ ଦିନକରେ 1282 ଜଣ ନୂତନ ପଜିଟିଭ୍ ରହିଥିବା ବେଳେ ଜିଲ୍ଲାରେ 32 ଜଣ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 9, 2021, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.